Categories: ଜାତୀୟ

ମମତାଙ୍କ ଉପରେ ବର୍ଷିଲେ ସ୍ମୃତି

କୋଲକାତା,୩୧ ।୧: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରବିବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଜାନୁୟାରୀ ୩୦ ଓ ୩୧ରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ଏହ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ ଘଟଣା ପରେ ଶାହାଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରି ଦିଆଯାଇଥିଲା । ଆଉ ତାଙ୍କ ସ୍ଥାନରେ ସ୍ମୃତି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ରବିବାର ସେ ହାୱଡାରେ ଆୟୋଜିତ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ତ୍ରୁଣମୂଳ କଂଗ୍ରେସର ପୂର୍ବତନ ନେତା ରାଜୀବ ବାନାର୍ଜ. ବୈଶାଳୀ ଡାଲମିୟା, ପ୍ରବିଣ ଘୋଷାଲ, ସଥିନ ଚକ୍ରବର୍ତ୍ତି ଓ ରୁଦ୍ରନିଲ ଘୋଷ ମଞ୍ଚ ଉପରେ ଉପସ୍ଥିତ ଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ସ୍ମୃତି କହିଥିଲେ ଦିଦି ଜୟ ଶ୍ରୀରାମ କହିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । ହେଲେ ଏଥର ଦିଦିଙ୍କ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ଯାଇ ଭାରତୀୟ ଜନତା ପାର୍ଟି(ଭାଜପା) କ୍ଷମତାକୁ ଆସୁଛି । ଅନ୍ୟପଟେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ କହିଛନ୍ତି ମୁଁ ପଶ୍ଚିମବଙ୍ଗ ଗସ୍ତ କରିବାର ଥିଲା । ରାଜୀବ ଭାଇଙ୍କୁ ମଧ୍ୟ ମୁଁ କଥା ଦେଇଥିଲି । ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବହୁ ଲୋକ ବି ଯୋଡି ହୋଇଯାଇଥିଲେ । ଏବେବି କେତେଜଣ ଅଧିକାରୀ ଯୋଡି ହେଉଛନ୍ତି । ତେଣୁ ପଶ୍ଚିମବଙ୍ଗରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଶାହା ମୁଖ୍ୟମନ୍ତ୍ରୀ ମମତାଙ୍କୁ କହିଛନ୍ତି । ମମତା ଆପତ୍ତିଜନକ ରାଜନୀତି କରୁଛନ୍ତି ହେଲେ ପଶ୍ଚିମବଙ୍ଗବାସୀ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଶାହା କହିଛନ୍ତି ।

Share