ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଧୂମପାନ

ବର୍ତ୍ତମାନ ଅନେକ ଯୁବତୀ ଯୁବକଙ୍କ ପାଇଁ ସିଗାରେଟ୍‌ ଟାଣିବା କିମ୍ବା ତମାଖୁ ସେବନ କରିବା ଯେମିତି ଏକ ଫ୍ୟାଶନ୍‌ ହୋଇଗଲାଣି। ହେଲେ ଆପଣ ଜାଣିନ୍ତି କି, ଧୂମପାନ ଏବଂ ତମାଖୁସେବନ ଭଳି ବଦଭ୍ୟାସ ଧୀରେ ଧୀରେ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ନଷ୍ଟ କରିଦେବା ସହ ବିଭିନ୍ନ ରୋଗ ସୃଷ୍ଟି କରିଥାଏ। ତେଣୁ ସୁସ୍ଥ ରହିବା ଲାଗି ଏଥିରୁ ଦୂରେଇ ରହିବା ଆବଶ୍ୟକ…
ସିଗାରେଟ୍‌ରେ ହାରାହାରି ୪୦୦୦ ପ୍ରକାରର ରାସାୟନିକ ପଦାର୍ଥ ବା’ କେମିକାଲ୍ସ ଥାଏ। ଯାହା ମଧ୍ୟରୁ ନିକୋଟିନ୍‌ ସ୍ବାସ୍ଥ୍ୟ ପ୍ରତି ଖୁବ୍‌ ହାନିକାରକ। ଏହା ବ୍ୟତୀତ ବହୁ ପ୍ରକାରର କ୍ୟାନ୍‌ସର୍‌ ରୋଗ ସୃଷ୍ଟି କରୁଥିବା କାର୍‌ସିନୋଜେନ୍ସ ଏବଂ ଅନ୍ୟ ବିଷାକ୍ତ ପଦାର୍ଥ ଥାଏ।
ଧୂଆଁରେ ଥିବା କାର୍ବନ୍‌ ମନୋକ୍ସାଇଡ, ସିଲିଟକ୍ସିନ୍‌ସ ଏବଂ ଅନ୍ୟ କେମିକାଲଗୁଡ଼ିକ ଶ୍ୱାସକ୍ରିୟାରେ ବ୍ୟାଘାତ ସୃଷ୍ଟି କରିଥା’ନ୍ତି। ସିଗାରେଟ୍‌ରେ ଥିବା ଧୂଆଁ ମଣିଷର ମୁଖ ଓ ଶ୍ୱାସନଳୀ ଦେଇ ଯାଇ ଫୁସ୍‌ଫୁସ୍‌ ମାଧ୍ୟମରେ ରକ୍ତରେ ମିଶିଥାଏ ଏବଂ ଦେହର ବିଭିନ୍ନ ପ୍ରକାର ରୋଗ ଯଥା ହୃଦ୍‌ରୋଗ, ଫୁସ୍‌ଫୁସ୍‌ ରୋଗ ଏବଂ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ଆଦି ସୃଷ୍ଟି କରିଥାଏ।
ଏହାଛଡ଼ା ସ୍ବରଯନ୍ତ୍ର, ଖାଦ୍ୟନଳୀ, ପାଟି, ପାକସ୍ଥଳୀ, ଅଗ୍ନ୍ୟାଶୟ, ଅନ୍ତନଳୀ, ମଳଦ୍ୱାର, ଯକୃତ, ପରିସ୍ରାଗାର, ବୃକ୍‌କ, ଜରାୟୁଗ୍ରୀବା ଏବଂ ସ୍ତନକର୍କଟ ରୋଗ ମଧ୍ୟ ହୋଇଥାଏ।
ତମାଖୁ, ଦୋକ୍‌ତା ଓ କଡ଼ାପାନ ଖାଇଲେ ଏବଂ ତା’ର ରସ ପିଇଲେ, ପାଟିରେ ଥିବା ଶୈଷ୍ମିକ ଝିଲ୍ଲୀ ଦେଇ ରସ ଶୋଷି ହୋଇଯାଏ। ଏଥିରେ ପାଟି ଭିତରେ କ୍ଷତ ସୃଷ୍ଟିହୁଏ ଏବଂ କ୍ରମେ ପାଟିରେ କ୍ୟାନ୍‌ସର୍‌ ରୋଗ ସୃଷ୍ଟି ହୋଇଥାଏ। ଧୂମପାନ ଦ୍ୱାରା ରକ୍ତରେ ଟକ୍ସିନ ବା ବିଷ ମିଶି ଧମନୀ ଭିତର ପାର୍ଶ୍ୱରେ ଚର୍ବି ସୃଷ୍ଟି ହୋଇ ଧମନୀକୁ ଅଣଓସାରିଆ କରିଦିଏ। ଯୁବାବୟସରେ ଅନେକଙ୍କର ରକ୍ତଚାପ ବୃଦ୍ଧି ସହ ହୃଦ୍‌ରୋଗ, କରୋନାରୀ ଧମନୀ ଜନିତ ରୋଗ ଏବଂ ହଠାତ୍‌ ମୃତ୍ୟୁ ହୋଇଥାଏ (ସଡନ୍‌ ଡେଥ୍‌ ସିଣ୍ଡ୍ରୋମ୍‌)।
ଯୁବତୀମାନଙ୍କର ମଧ୍ୟ ଶ୍ୱାସ ଓ ଫୁସ୍‌ଫୁସ୍‌ ସଂକ୍ରମଣ ସହ ଅନିୟମିତ ଋତୁସ୍ରାବ ଏବଂ ବନ୍ଧ୍ୟାଦୋଷ ଆଦି ଦେଖାଦେଇଥାଏ।
ଯୁବାବସ୍ଥାରେ ଧୂମପାନ କଲେ ପୁରୁଷମାନଙ୍କର ମଧ୍ୟ ବନ୍ଧ୍ୟାଦୋଷ ହୋଇଥାଏ।
ତେବେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ଯୋଗୁ ଆଖପାଖରେ ଥିବା ଅନ୍ୟମାନେ ମଧ୍ୟ ପ୍ରଭାବିତ ହୋଇଥା’ନ୍ତି ଅର୍ଥାତ୍‌ ସେମାନେ ନିଷ୍କ୍ରିୟ ଧୂମପାନର ଶିକାର ହୋଇ ଶ୍ୱାସରୋଗ ଓ ଫୁସ୍‌ଫୁସ୍‌ ସଂକ୍ରମଣ ଭୋଗିଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

କେବଳ ଆନ୍ଦୋଳନ ପାଇଁ ଲାଠିଚାଳନା କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୭: କେବଳ ଆନ୍ଦୋଳନ ଚାଲିବାକୁ ନେଇ ପୋଲିସ ମାତ୍ରାଧିକ ବଳପ୍ରୟୋଗ କିମ୍ବା ହିଂସା କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ଏନ୍‌ଇଇଟି ପରେ ସରକାରଙ୍କ ଚିନ୍ତା ବଢ଼ାଇଛି ଇ-୨୦ ଅସନ୍ତୋଷ: ଅଗଷ୍ଟ ୪ରେ…

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଏନ୍‌ଇଇଟି ବିବାଦ ପରେ ଏବେ ୨୦% ଇଥାନଲ୍‌-ମିଶ୍ରିତ ପେଟ୍ରୋଲ (ଇ-୨୦)କୁ ନେଇ କେନ୍ଦ୍ର ସରକାରଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର କେତେକ ପ୍ରମୁଖ…

ଇରାନକୁ ସହାୟତା କରୁଛି ରୁଷିଆ! ଜେଲେନସ୍କିଙ୍କ ଦାବି ଉପରେ ଟ୍ରମ୍ପଙ୍କ ବଡ଼ ବୟାନ

ଓ୍ବାଶିିଂଟନ,୨୮।୭: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଦ୍ୱାରା କରାଯାଇଥିବା ଏକ ଦାବିର ଜବାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜେଲେନସ୍କି କହିଥିଲେ ଯେ ରୁଷିଆ ଆମେରିକା…

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri