ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଧୂମପାନ

ବର୍ତ୍ତମାନ ଅନେକ ଯୁବତୀ ଯୁବକଙ୍କ ପାଇଁ ସିଗାରେଟ୍‌ ଟାଣିବା କିମ୍ବା ତମାଖୁ ସେବନ କରିବା ଯେମିତି ଏକ ଫ୍ୟାଶନ୍‌ ହୋଇଗଲାଣି। ହେଲେ ଆପଣ ଜାଣିନ୍ତି କି, ଧୂମପାନ ଏବଂ ତମାଖୁସେବନ ଭଳି ବଦଭ୍ୟାସ ଧୀରେ ଧୀରେ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ନଷ୍ଟ କରିଦେବା ସହ ବିଭିନ୍ନ ରୋଗ ସୃଷ୍ଟି କରିଥାଏ। ତେଣୁ ସୁସ୍ଥ ରହିବା ଲାଗି ଏଥିରୁ ଦୂରେଇ ରହିବା ଆବଶ୍ୟକ…
ସିଗାରେଟ୍‌ରେ ହାରାହାରି ୪୦୦୦ ପ୍ରକାରର ରାସାୟନିକ ପଦାର୍ଥ ବା’ କେମିକାଲ୍ସ ଥାଏ। ଯାହା ମଧ୍ୟରୁ ନିକୋଟିନ୍‌ ସ୍ବାସ୍ଥ୍ୟ ପ୍ରତି ଖୁବ୍‌ ହାନିକାରକ। ଏହା ବ୍ୟତୀତ ବହୁ ପ୍ରକାରର କ୍ୟାନ୍‌ସର୍‌ ରୋଗ ସୃଷ୍ଟି କରୁଥିବା କାର୍‌ସିନୋଜେନ୍ସ ଏବଂ ଅନ୍ୟ ବିଷାକ୍ତ ପଦାର୍ଥ ଥାଏ।
ଧୂଆଁରେ ଥିବା କାର୍ବନ୍‌ ମନୋକ୍ସାଇଡ, ସିଲିଟକ୍ସିନ୍‌ସ ଏବଂ ଅନ୍ୟ କେମିକାଲଗୁଡ଼ିକ ଶ୍ୱାସକ୍ରିୟାରେ ବ୍ୟାଘାତ ସୃଷ୍ଟି କରିଥା’ନ୍ତି। ସିଗାରେଟ୍‌ରେ ଥିବା ଧୂଆଁ ମଣିଷର ମୁଖ ଓ ଶ୍ୱାସନଳୀ ଦେଇ ଯାଇ ଫୁସ୍‌ଫୁସ୍‌ ମାଧ୍ୟମରେ ରକ୍ତରେ ମିଶିଥାଏ ଏବଂ ଦେହର ବିଭିନ୍ନ ପ୍ରକାର ରୋଗ ଯଥା ହୃଦ୍‌ରୋଗ, ଫୁସ୍‌ଫୁସ୍‌ ରୋଗ ଏବଂ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ଆଦି ସୃଷ୍ଟି କରିଥାଏ।
ଏହାଛଡ଼ା ସ୍ବରଯନ୍ତ୍ର, ଖାଦ୍ୟନଳୀ, ପାଟି, ପାକସ୍ଥଳୀ, ଅଗ୍ନ୍ୟାଶୟ, ଅନ୍ତନଳୀ, ମଳଦ୍ୱାର, ଯକୃତ, ପରିସ୍ରାଗାର, ବୃକ୍‌କ, ଜରାୟୁଗ୍ରୀବା ଏବଂ ସ୍ତନକର୍କଟ ରୋଗ ମଧ୍ୟ ହୋଇଥାଏ।
ତମାଖୁ, ଦୋକ୍‌ତା ଓ କଡ଼ାପାନ ଖାଇଲେ ଏବଂ ତା’ର ରସ ପିଇଲେ, ପାଟିରେ ଥିବା ଶୈଷ୍ମିକ ଝିଲ୍ଲୀ ଦେଇ ରସ ଶୋଷି ହୋଇଯାଏ। ଏଥିରେ ପାଟି ଭିତରେ କ୍ଷତ ସୃଷ୍ଟିହୁଏ ଏବଂ କ୍ରମେ ପାଟିରେ କ୍ୟାନ୍‌ସର୍‌ ରୋଗ ସୃଷ୍ଟି ହୋଇଥାଏ। ଧୂମପାନ ଦ୍ୱାରା ରକ୍ତରେ ଟକ୍ସିନ ବା ବିଷ ମିଶି ଧମନୀ ଭିତର ପାର୍ଶ୍ୱରେ ଚର୍ବି ସୃଷ୍ଟି ହୋଇ ଧମନୀକୁ ଅଣଓସାରିଆ କରିଦିଏ। ଯୁବାବୟସରେ ଅନେକଙ୍କର ରକ୍ତଚାପ ବୃଦ୍ଧି ସହ ହୃଦ୍‌ରୋଗ, କରୋନାରୀ ଧମନୀ ଜନିତ ରୋଗ ଏବଂ ହଠାତ୍‌ ମୃତ୍ୟୁ ହୋଇଥାଏ (ସଡନ୍‌ ଡେଥ୍‌ ସିଣ୍ଡ୍ରୋମ୍‌)।
ଯୁବତୀମାନଙ୍କର ମଧ୍ୟ ଶ୍ୱାସ ଓ ଫୁସ୍‌ଫୁସ୍‌ ସଂକ୍ରମଣ ସହ ଅନିୟମିତ ଋତୁସ୍ରାବ ଏବଂ ବନ୍ଧ୍ୟାଦୋଷ ଆଦି ଦେଖାଦେଇଥାଏ।
ଯୁବାବସ୍ଥାରେ ଧୂମପାନ କଲେ ପୁରୁଷମାନଙ୍କର ମଧ୍ୟ ବନ୍ଧ୍ୟାଦୋଷ ହୋଇଥାଏ।
ତେବେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ଯୋଗୁ ଆଖପାଖରେ ଥିବା ଅନ୍ୟମାନେ ମଧ୍ୟ ପ୍ରଭାବିତ ହୋଇଥା’ନ୍ତି ଅର୍ଥାତ୍‌ ସେମାନେ ନିଷ୍କ୍ରିୟ ଧୂମପାନର ଶିକାର ହୋଇ ଶ୍ୱାସରୋଗ ଓ ଫୁସ୍‌ଫୁସ୍‌ ସଂକ୍ରମଣ ଭୋଗିଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri