ସର୍ବସାଧାରଣ ସ୍ଥାନରେ ନିଶାସେବନ

ସୋନପୁର,୧୬।୯(ନି.ପ୍ର.): ସୁବର୍ଣ୍ଣପୁର ସହରରେ ଏବେ ବିଦେଶୀ, ଦେଶୀ ମଦ ଏବଂ କଫ୍‌ ସିରପ୍‌ କାରବାର ବୃଦ୍ଧି ପାଇଛି। ରାସ୍ତାପାର୍ଶ୍ୱରେ ଖୁଲମଖୁଲା ମଦ ବିକ୍ରି କରାଯାଉଛି। ଲୋକେ ସଙ୍କୋଚ ନ କରି ବେଆଇନଭାବେ ସର୍ବସାଧାରଣ ସ୍ଥାନରେ ନିଶା ସେବନ କରୁଛନ୍ତି। ମଦ୍ୟପଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ଓ ଅବକାରୀ ବିଭାଗ ସବୁ ଜାଣି ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି ।
ସହରର ବ୍ଲକ ଛକ ସ୍ଥିତ ରୟାଲ ପଡିଆ, ମହାନଦୀର ଦଶମତି ଘାଟ, ରିଂରୋଡରେ ମଦ୍ୟପଙ୍କ ରାଜ୍‌ ଚାଲିଛି। ରିଂରୋଡ ଓ ଦଶମତି ଘାଟରେ ସବୁ ସମୟରେ ଏବଂ ରୟାଲ ପଡିଆରେ ସନ୍ଧ୍ୟା ପରେ ସେମାନଙ୍କ ଆସର ଜମୁଛି। ନଦୀକୁ ଗାଧୋଇବା ପାଇଁ ଯିବାକୁ ଲୋକେ ଭୟ କରୁଛନ୍ତି। ପଡିଆ, ରିଂ ରୋଡକୁ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ମହିଳା, ପୁରୁଷ ଓ ବରିଷ୍ଠ ନାଗରିକ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଚାଖନା ସାଙ୍ଗକୁ ସବୁଠି ମଦ ବୋତଲ, କଫ୍‌ ସିରପ ବୋତଲ ଓ ଦେଶୀ ମଦ ପାଉଚ ଜରି ପଡିଥିବା ଦେଖିବାକୁ ମିଳୁଛି। ବୁଦ୍ଧିଜୀବୀ ଏ ସବୁକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ ହେଁ ତାହା ପୋଲିସ ଓ ଅବକାରୀ ବିଭାଗର ଦୃଷ୍ଟିକୁ ଆସୁନି। ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦ୍‌ବାକ କୁହନ୍ତି, ସନ୍ଧ୍ୟା ହେବା ମାତ୍ରେ ରୟାଲ ପଡିଆ ବାର୍‌ ପାଲଟି ଯାଉଛି। ଲୋକେ ପଡିଆକୁ ଯିବାକୁ ଭୟ କରୁଛନ୍ତି। କ୍ରୀଡାବିତ୍‌ମାନେ ସେଠାରେ କ୍ରୀଡା ଅଭ୍ୟାସ କରିବାରେ ଅସୁବିଧା ଭୋଗୁଛନ୍ତି। ପଡିଆରେ କାଚ ବୋତଲ ପଡି ରହୁଛି। ସେହିପରି ଦଶମତିଘାଟ ପାର୍ଶ୍ୱରେ ମଦ୍ୟପଙ୍କ ଆଡ୍ଡା ଜମୁ ଥିବାରୁ ମଝିପଡାର ମହିଳା ଓ ପୁରୁଷମାନେ ମହାନଦୀକୁ ଗାଧୋଇବାକୁ ଯାଇ ପାରୁନାହାନ୍ତି। ରିଂ ରୋଡରେ ବସି ନିଶାସକ୍ତମାନେ ମଦ୍ୟପାନ କରୁଥିବାରୁ ବଡବଜାର, ନୂଆପଡା ଓ ଭଗବତୀପ୍ଲଟ ଅଞ୍ଚଳର ଲୋକେ ସାନ୍ଧ୍ୟ ଭ୍ରମଣ କରିପାରୁ ନାହାନ୍ତି। ଜରୁରୀ ସହାୟତା ଯାନ ସହରରେ ପାଟ୍ରୋଲିଂ କରୁଥିବା ବେଳେ ତାହା ଏ ସବୁ ଅଞ୍ଚଳକୁ ଯାଉ ନ ଥିବା ସହରବାସୀ ଅଭିଯୋଗ କରିଛନ୍ତି। ଏସ୍‌ପି ଅମରେଶ କୁମାର ପଣ୍ଡାଙ୍କୁ ଏ ସମ୍ପର୍କରେ ପଚାରିବାରୁ ପୋଲିସ ପାଟ୍ରୋଲିଂକୁ କଡାକଡି କରାଯିବ ଓ ସୋନପୁର ଆଇଆଇସିଙ୍କୁ ଏସବୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri