ଧୂମ ରନ୍ଧା ମାଂସ ଓ କ୍ୟାନ୍‌ସର

ଖାଦ୍ୟ ଗ୍ରହଣର ଜୈବିକ ଲକ୍ଷ୍ୟ ହେଲା ଶରୀର ପୁଷ୍ଟିସାଧନ। ତେବେ, ଅନେକ ସମୟରେ ଆମେ ଜିହ୍ବା ଲାଳସାର ବଶବର୍ତ୍ତୀ ହୋଇ ଏଥିରୁ ଦୂରେଇଯାଉ, ଯାହାର ପରିଣାମ ଘାତକ ସାବ୍ୟସ୍ତ ହୋଇଥାଏ। ବିଶେଷକରି ବର୍ତ୍ତମାନ ଆଧୁନିକ ଆଭିଜାତ୍ୟ ଖାଦ୍ୟ ରୂପେ ପରିଲକ୍ଷିତ ତଥା ବିଦେଶୀ ଢାଞ୍ଚାରେ ପ୍ରସ୍ତୁତ ଫାଷ୍ଟଫୁଡ୍‌ ସମେତ ଅନ୍ୟାନ୍ୟ ଖାଦ୍ୟ ପ୍ରତି ଆମର ବଢ଼ି ଚାଲିଥିବା ଆସକ୍ତି ହେତୁ ଏହା ଅଧିକରୁ ଅଧିକ ହେବାରେ ଲାଗିଛି। ଏହାର ଗୋଟିଏ ଉଦାହରଣ ହେଲା ‘ଧୂମ ମଧ୍ୟେ ରନ୍ଧନ ମାଂସ’ ବା ସ୍ମୋକଡ୍‌ ମିଟ୍‌’ ଜାତୀୟ ଖାଦ୍ୟ। ମାଂସ, ମାଛ ଆଦିକୁ ତେଲରେ ବୁଡ଼ାଇ, ଲୁଣ, ଲଙ୍କା ଏବଂ ବିବିଧ ବଟା ମସଲାର ବୋଳ ଦେଇ ତାହାକୁ କିଛି ସମୟ ରଖି ପ୍ରତ୍ୟକ୍ଷ ଭାବରେ ନିଅଁା ଧାସ ଓ ଧୂଅଁା ଭିତରେ ଏହାକୁ ରନ୍ଧାଯାଏ। ଫଳରେ ତା’ ଉପରେ କେତେକ କର୍କଟ ବା କ୍ୟାନ୍‌ସର ରୋଗକାରୀ ତତ୍ତ୍ୱ ସୃଷ୍ଟି ହୁଏ। ଏହା ତାହାକୁ ଧୂମପାନ ଏପରିକି ମଦ୍ୟପାନଠାରୁ ଅଧିକ ବିପଜ୍ଜନକ କରିଛି।
ଆମେରିକାର ନ୍ୟାଶନାଲ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ର ଡାକ୍ତରମାନଙ୍କ ମତରେ ପ୍ରାୟ ୧୭-୧୮ଟି ବିଷାକ୍ତ ପଦାର୍ଥ ଏହାର ଅନ୍ତର୍ଭୁକ୍ତ ହେବାର ମନେ ହୁଏ। ତେବେ ତନ୍ମଧ୍ୟରୁ ସବୁଠାରୁ ବିପଜ୍ଜନକଗୁଡ଼ିକ ହେଲା-‘ପଲିସାଇକ୍ଲିକ୍‌ ଏରୋମେଟିକ୍‌ ହାଇଡ୍ରୋକାର୍ବନ୍‌ସ’ ଏବଂ ‘ହେଟେରୋସାଇକ୍ଲିନ୍‌ ଆମାଇନସ’ ଜାତୀୟ ରସାୟନ : ନିଅଁା ଓ ଧୂଅଁା ଭିତରେ ମାଛ ଏବଂ ମାଂସ (ମସଲାଦିଆ ପୋଡ଼ିଲା ଅବସ୍ଥାରେ ସେଥିରୁ ନାନାଦି ତରଳ ପଦାର୍ଥ ଓ ଚର୍ବି ନିର୍ଗତ ହୋଇ ଶିଖା ଉପରେ ପଡ଼େ। ତା’ପରେ ସେଥିରୁ ଉପଜାତ ପଦାର୍ଥ ରୂପେ ଏଗୁଡ଼ିକ ଉତ୍ପନ୍ନ ହୁଅନ୍ତି। ଧୂଅଁା ତାହାକୁ ଉପରକୁ ବୋହିଆଣି ତା’ ଉପରେ ବିଛାଇଦିଏ, ଯାହାକି ସେଗୁଡ଼ିକୁ ଶୋଷଣ କରିନିଅନ୍ତି। ଏହାବ୍ୟତୀତ ଧୂଅଁାରେ ମଧ୍ୟ ରହିଛି ନାନାଦି ବିଷାକ୍ତ ପଦାର୍ଥ। ତାହାର କିଛି ଅଂଶ ଏଥିସହ ମିଶି ରହେ। ଡା. ସିଲିଆନ କ୍ୟୁବର୍ଟସନ କୁହନ୍ତି ଯେ, ଏହି ରସାୟନଗୁଡିକ ‘ମ୍ୟୁଟାଜେନିକ’ ଅର୍ଥାତ୍‌ ସେଗୁଡିକ ଆମ ଜୀବକୋଷରେ ଥିବା ଜିନୀୟ ‘ଡିଏନ୍‌ଏ’ରେ ପରିବର୍ତ୍ତନ ଆଣିପାରନ୍ତି। ଅତଏବ ତାହା କ୍ୟାନ୍‌ସରର କାରଣ ହୁଏ। ବିଶେଷକରି ଏହାଦ୍ୱାରା ପ୍ରଭାବିତ ହୁଅନ୍ତି ଖାଦ୍ୟନଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର, ପାକସ୍ଥଳୀ ଏବଂ କୋଲୋନ୍‌।
ନିକଟରେ ଅନୁଷ୍ଠିତ କେତେକ ଅଧ୍ୟୟନ ଅନୁସାରେ ଧୂମ ରନ୍ଧନ ସବୁପ୍ରକାର ପ୍ରକ୍ରିୟାକରଣ ହୋଇଥିବା ମାଂସରେ ଏସବୁ ବ୍ୟତୀତ ବ୍ରେଷ୍ଟ କ୍ୟାନ୍‌ସର ଏବଂ ପୌରୁଷ ଗ୍ରନ୍ଥି କ୍ୟାନ୍‌ସର ଆଶଙ୍କା ବହନ କରୁଥିବା ପଦାର୍ଥମାନ ଅଳ୍ପ ବହୁତ ଥାଏ। ବିଶେଷକରି ଲୋହିତ ମାଂସ ବା ‘ରେଡ୍‌ ମିଟ୍‌’ (ଗୋରୁଗାଈ, ଛେଳିମେଣ୍ଢା, ଘୁଷୁରି ଆଦିଙ୍କ ଅଧିକ ରକ୍ତଧାରଣ କରୁଥିବା ଅଙ୍ଗର ମାଂସ) ଏ ଦୃଷ୍ଟିରୁ ସବୁଠାରୁ ବିପଜ୍ଜନକ। ସେଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ଏହାକୁ ‘ପ୍ରଥମ ଶ୍ରେଣୀର କର୍କଟ ରୋଗର କାରଣ’ ତାଲିକାର ଅନ୍ତର୍ଭୁକ୍ତ କରିଛି। ପୁନଶ୍ଚ ଏହା ମଧ୍ୟ ସଂଘାତ, ହୃଦ୍‌ରୋଗ ଏବଂ ଟାଇପ-୨ ଡାଇବେଟିସ୍‌ କାରଣ ହୋଇପାରେ ବୋଲି ଏହା ସୂଚିତ କରିଛି। ଏପରି ସ୍ଥଳେ ଏଭଳି ଖାଦ୍ୟକୁ କେବେ କେମିତି ଅତିବେଶିରେ ସପ୍ତାହକୁ ଥରକରୁ ଅଧିକ ନ ଖାଇବା ପାଇଁ ଉପଦେଶ ଦେଇଛି ଆମେରିକାନ୍‌ କ୍ୟାନ୍‌ସର ସୋସାଇଟି। ମାଛ, ମାଂସକୁ ବାଦ୍‌ ଦେଲେ ଅନ୍ୟ ଯେଉଁ ଧୂମ ରନ୍ଧନ ହେଉଥିବା ଖାଦ୍ୟରେ ଏହି କ୍ୟାନ୍‌ସର ତତ୍ତ୍ୱମାନ ଥିବାର ଆଶଙ୍କା ରହିଛି ତାହା ହେଲା ଛେନା। ତେବେ ଏହା କେବଳ ତାହାର ବାହ୍ୟାଂଶରେ ଦେଖାଯାଏ।
ବର୍ତ୍ତମାନ ସହରାଞ୍ଚଳମାନଙ୍କରେ କ୍ୟାନ୍‌ସର ବ୍ୟାପକ ହେବାରେ ଏସବୁ ଖାଦ୍ୟ ସାହାଯ୍ୟ କରୁଛି ବୋଲି କାନାଡାରେ ଅନୁଷ୍ଠିତ ଏକ ଆଲୋଚନାଚକ୍ର ଅବସରରେ ପ୍ରକାଶ କରିଛନ୍ତି ଚେନ୍ନାଇର ଜେନେରାଲ ହସ୍‌ପିଟାଲର କେତେଜଣ ଡାକ୍ତର। କିଛିବର୍ଷ ପୂର୍ବେ ଏହି ଅନୁଷ୍ଠାନର କେତେଜଣ ଗବେଣା ଛାତ୍ର ୧୦୧ ଜଣ କ୍ୟାନ୍‌ସର ରୋଗୀଙ୍କ ଉପରେ ଅଧ୍ୟୟନଟିଏ କରିଥିଲେ। ଏଥିରୁ ସେମାନଙ୍କୁ ତାଙ୍କର ଖାଦ୍ୟାଭ୍ୟାସ ଏବଂ ଜୀବନଚର୍ଯ୍ୟା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହାକୁ ତୁଳନା କରାଯାଇଥିଲା ସୁସ୍ଥ ଲୋକମାନଙ୍କ ସହିତ। ଫଳରେ ଜଣାପଡ଼ିଲା ଯେ, ନିୟମିତ ସ୍ମୋକଡ୍‌ ମିଟ୍‌ ଖାଉଥିବା ଲୋକଙ୍କର ଅନ୍ୟମାନଙ୍କ ତୁଳନାରେ କ୍ୟାନ୍‌ସର ଆଶଙ୍କା ୯ ଗୁଣ ଅଧିକ (ଧୂମପାନକାରୀଙ୍କଠାରେ ୮ ଗୁଣ ଏବଂ ମଦ୍ୟପାନକାରୀଙ୍କଠାରେ ୪ ଗୁଣ)। ଶୁଖିଲା, ପୋଡ଼ା କିମ୍ବା ଅଧିକ ପୋଡ଼ା ଜିନିଷରେ ଏପରି ଗୁଣ ଅନେକ ମାତ୍ରାରେ ଥିବାର ସେମାନେ ସିଦ୍ଧାନ୍ତରେ ପହଞ୍ଚତ୍ଥିଲେ ଅନ୍ୟ ଏକ ପରୀକ୍ଷାରୁ। ପୁନଶ୍ଚ ଆମେ ବାରମ୍ବାର ଛାଣୁଥିବା ପୋଡ଼ାତେଲରେ ମଧ୍ୟ କ୍ୟାନ୍‌ସର ସୃଷ୍ଟି କରୁଥିବା ଉପାଦାନଗୁଡିକର ସନ୍ଧାନ ସେମାନେ ପାଇଥିଲେ। ଏଣୁ ମୋଟାମୋଟି ଭାବେ କୌଣସି ଜିନିଷକୁ ଅତି ନିଅଁାରେ ପୋଡ଼ି ଖାଇବା ଅଭ୍ୟାସକୁ ଏଡ଼ାଇବାକୁ ସେମାନେ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ଆମେରିକାନ୍‌ କ୍ୟାନ୍‌ସର ସୋସାଇଟି ଧୂମ ମଧ୍ୟରେ ରନ୍ଧନ ମାଂସ ବା ସ୍ମୋକ୍‌ଡ ମିଟ୍‌କୁ କମ୍‌ କ୍ଷତିକାରକ କରିବା ପାଇଁ କିଛି ମାର୍ଗଦର୍ଶିକା ଜାରି କରିଛନ୍ତି। ତନ୍ମଧ୍ୟରେ ରହିଛି ସହଜରେ ଜଳୁ ନ ଥିବା ଟାଣକାଠକୁ ଇନ୍ଧନ ରୂପେ ବ୍ୟବହାର, ଛେଳି, ମେଣ୍ଢା, ଗୋରୁଗାଈ, ଘୁଷୁରିର ଲୋହିତ ମାଂସ ବା ରେଡ୍‌ ମିଟ୍‌ ବଦଳରେ ବେଶି ରକ୍ତ କିମ୍ବା ଚର୍ବି ନ ଥିବା ଅଙ୍ଗ ବ୍ୟବହାର କରିବା ନଚେତ୍‌ କୁକୁଡ଼ା, ଟର୍କି, ବତକ, ହଂସ, ଠେକୁଆ ଆଦିଙ୍କ ଧବଳ ମାଂସ ବା ହ୍ବାଇଟ୍‌ ମିଟ୍‌ ବ୍ୟବହାର କରିବା, ମାଛକୁ କଦାପି ଧୂମ ରନ୍ଧନ କରିବା ନାହିଁ ଏବଂ ଖାଦ୍ୟକୁ ଅଧିକ ଭାଜି ହେବାକୁ କିମ୍ବା ପୋଡ଼ି ହେବାକୁ ନ ଦେବା ଇତ୍ୟାଦି। ତେବେ ସବୁଠାରୁ ନିରାପଦ ରେଡ୍‌ ମିଟ୍‌ ପ୍ରକ୍ରିୟାକରଣ ହୋଇଥିବା ମାଂସ ଏବଂ ସ୍ମୋକ୍‌ଡ ମିଟ୍‌କୁ ବର୍ଜନ କରିବା।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri