ଧୂମ ରନ୍ଧା ମାଂସ ଓ କ୍ୟାନ୍‌ସର

ଖାଦ୍ୟ ଗ୍ରହଣର ଜୈବିକ ଲକ୍ଷ୍ୟ ହେଲା ଶରୀର ପୁଷ୍ଟିସାଧନ। ତେବେ, ଅନେକ ସମୟରେ ଆମେ ଜିହ୍ବା ଲାଳସାର ବଶବର୍ତ୍ତୀ ହୋଇ ଏଥିରୁ ଦୂରେଇଯାଉ, ଯାହାର ପରିଣାମ ଘାତକ ସାବ୍ୟସ୍ତ ହୋଇଥାଏ। ବିଶେଷକରି ବର୍ତ୍ତମାନ ଆଧୁନିକ ଆଭିଜାତ୍ୟ ଖାଦ୍ୟ ରୂପେ ପରିଲକ୍ଷିତ ତଥା ବିଦେଶୀ ଢାଞ୍ଚାରେ ପ୍ରସ୍ତୁତ ଫାଷ୍ଟଫୁଡ୍‌ ସମେତ ଅନ୍ୟାନ୍ୟ ଖାଦ୍ୟ ପ୍ରତି ଆମର ବଢ଼ି ଚାଲିଥିବା ଆସକ୍ତି ହେତୁ ଏହା ଅଧିକରୁ ଅଧିକ ହେବାରେ ଲାଗିଛି। ଏହାର ଗୋଟିଏ ଉଦାହରଣ ହେଲା ‘ଧୂମ ମଧ୍ୟେ ରନ୍ଧନ ମାଂସ’ ବା ସ୍ମୋକଡ୍‌ ମିଟ୍‌’ ଜାତୀୟ ଖାଦ୍ୟ। ମାଂସ, ମାଛ ଆଦିକୁ ତେଲରେ ବୁଡ଼ାଇ, ଲୁଣ, ଲଙ୍କା ଏବଂ ବିବିଧ ବଟା ମସଲାର ବୋଳ ଦେଇ ତାହାକୁ କିଛି ସମୟ ରଖି ପ୍ରତ୍ୟକ୍ଷ ଭାବରେ ନିଅଁା ଧାସ ଓ ଧୂଅଁା ଭିତରେ ଏହାକୁ ରନ୍ଧାଯାଏ। ଫଳରେ ତା’ ଉପରେ କେତେକ କର୍କଟ ବା କ୍ୟାନ୍‌ସର ରୋଗକାରୀ ତତ୍ତ୍ୱ ସୃଷ୍ଟି ହୁଏ। ଏହା ତାହାକୁ ଧୂମପାନ ଏପରିକି ମଦ୍ୟପାନଠାରୁ ଅଧିକ ବିପଜ୍ଜନକ କରିଛି।
ଆମେରିକାର ନ୍ୟାଶନାଲ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ର ଡାକ୍ତରମାନଙ୍କ ମତରେ ପ୍ରାୟ ୧୭-୧୮ଟି ବିଷାକ୍ତ ପଦାର୍ଥ ଏହାର ଅନ୍ତର୍ଭୁକ୍ତ ହେବାର ମନେ ହୁଏ। ତେବେ ତନ୍ମଧ୍ୟରୁ ସବୁଠାରୁ ବିପଜ୍ଜନକଗୁଡ଼ିକ ହେଲା-‘ପଲିସାଇକ୍ଲିକ୍‌ ଏରୋମେଟିକ୍‌ ହାଇଡ୍ରୋକାର୍ବନ୍‌ସ’ ଏବଂ ‘ହେଟେରୋସାଇକ୍ଲିନ୍‌ ଆମାଇନସ’ ଜାତୀୟ ରସାୟନ : ନିଅଁା ଓ ଧୂଅଁା ଭିତରେ ମାଛ ଏବଂ ମାଂସ (ମସଲାଦିଆ ପୋଡ଼ିଲା ଅବସ୍ଥାରେ ସେଥିରୁ ନାନାଦି ତରଳ ପଦାର୍ଥ ଓ ଚର୍ବି ନିର୍ଗତ ହୋଇ ଶିଖା ଉପରେ ପଡ଼େ। ତା’ପରେ ସେଥିରୁ ଉପଜାତ ପଦାର୍ଥ ରୂପେ ଏଗୁଡ଼ିକ ଉତ୍ପନ୍ନ ହୁଅନ୍ତି। ଧୂଅଁା ତାହାକୁ ଉପରକୁ ବୋହିଆଣି ତା’ ଉପରେ ବିଛାଇଦିଏ, ଯାହାକି ସେଗୁଡ଼ିକୁ ଶୋଷଣ କରିନିଅନ୍ତି। ଏହାବ୍ୟତୀତ ଧୂଅଁାରେ ମଧ୍ୟ ରହିଛି ନାନାଦି ବିଷାକ୍ତ ପଦାର୍ଥ। ତାହାର କିଛି ଅଂଶ ଏଥିସହ ମିଶି ରହେ। ଡା. ସିଲିଆନ କ୍ୟୁବର୍ଟସନ କୁହନ୍ତି ଯେ, ଏହି ରସାୟନଗୁଡିକ ‘ମ୍ୟୁଟାଜେନିକ’ ଅର୍ଥାତ୍‌ ସେଗୁଡିକ ଆମ ଜୀବକୋଷରେ ଥିବା ଜିନୀୟ ‘ଡିଏନ୍‌ଏ’ରେ ପରିବର୍ତ୍ତନ ଆଣିପାରନ୍ତି। ଅତଏବ ତାହା କ୍ୟାନ୍‌ସରର କାରଣ ହୁଏ। ବିଶେଷକରି ଏହାଦ୍ୱାରା ପ୍ରଭାବିତ ହୁଅନ୍ତି ଖାଦ୍ୟନଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର, ପାକସ୍ଥଳୀ ଏବଂ କୋଲୋନ୍‌।
ନିକଟରେ ଅନୁଷ୍ଠିତ କେତେକ ଅଧ୍ୟୟନ ଅନୁସାରେ ଧୂମ ରନ୍ଧନ ସବୁପ୍ରକାର ପ୍ରକ୍ରିୟାକରଣ ହୋଇଥିବା ମାଂସରେ ଏସବୁ ବ୍ୟତୀତ ବ୍ରେଷ୍ଟ କ୍ୟାନ୍‌ସର ଏବଂ ପୌରୁଷ ଗ୍ରନ୍ଥି କ୍ୟାନ୍‌ସର ଆଶଙ୍କା ବହନ କରୁଥିବା ପଦାର୍ଥମାନ ଅଳ୍ପ ବହୁତ ଥାଏ। ବିଶେଷକରି ଲୋହିତ ମାଂସ ବା ‘ରେଡ୍‌ ମିଟ୍‌’ (ଗୋରୁଗାଈ, ଛେଳିମେଣ୍ଢା, ଘୁଷୁରି ଆଦିଙ୍କ ଅଧିକ ରକ୍ତଧାରଣ କରୁଥିବା ଅଙ୍ଗର ମାଂସ) ଏ ଦୃଷ୍ଟିରୁ ସବୁଠାରୁ ବିପଜ୍ଜନକ। ସେଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ଏହାକୁ ‘ପ୍ରଥମ ଶ୍ରେଣୀର କର୍କଟ ରୋଗର କାରଣ’ ତାଲିକାର ଅନ୍ତର୍ଭୁକ୍ତ କରିଛି। ପୁନଶ୍ଚ ଏହା ମଧ୍ୟ ସଂଘାତ, ହୃଦ୍‌ରୋଗ ଏବଂ ଟାଇପ-୨ ଡାଇବେଟିସ୍‌ କାରଣ ହୋଇପାରେ ବୋଲି ଏହା ସୂଚିତ କରିଛି। ଏପରି ସ୍ଥଳେ ଏଭଳି ଖାଦ୍ୟକୁ କେବେ କେମିତି ଅତିବେଶିରେ ସପ୍ତାହକୁ ଥରକରୁ ଅଧିକ ନ ଖାଇବା ପାଇଁ ଉପଦେଶ ଦେଇଛି ଆମେରିକାନ୍‌ କ୍ୟାନ୍‌ସର ସୋସାଇଟି। ମାଛ, ମାଂସକୁ ବାଦ୍‌ ଦେଲେ ଅନ୍ୟ ଯେଉଁ ଧୂମ ରନ୍ଧନ ହେଉଥିବା ଖାଦ୍ୟରେ ଏହି କ୍ୟାନ୍‌ସର ତତ୍ତ୍ୱମାନ ଥିବାର ଆଶଙ୍କା ରହିଛି ତାହା ହେଲା ଛେନା। ତେବେ ଏହା କେବଳ ତାହାର ବାହ୍ୟାଂଶରେ ଦେଖାଯାଏ।
ବର୍ତ୍ତମାନ ସହରାଞ୍ଚଳମାନଙ୍କରେ କ୍ୟାନ୍‌ସର ବ୍ୟାପକ ହେବାରେ ଏସବୁ ଖାଦ୍ୟ ସାହାଯ୍ୟ କରୁଛି ବୋଲି କାନାଡାରେ ଅନୁଷ୍ଠିତ ଏକ ଆଲୋଚନାଚକ୍ର ଅବସରରେ ପ୍ରକାଶ କରିଛନ୍ତି ଚେନ୍ନାଇର ଜେନେରାଲ ହସ୍‌ପିଟାଲର କେତେଜଣ ଡାକ୍ତର। କିଛିବର୍ଷ ପୂର୍ବେ ଏହି ଅନୁଷ୍ଠାନର କେତେଜଣ ଗବେଣା ଛାତ୍ର ୧୦୧ ଜଣ କ୍ୟାନ୍‌ସର ରୋଗୀଙ୍କ ଉପରେ ଅଧ୍ୟୟନଟିଏ କରିଥିଲେ। ଏଥିରୁ ସେମାନଙ୍କୁ ତାଙ୍କର ଖାଦ୍ୟାଭ୍ୟାସ ଏବଂ ଜୀବନଚର୍ଯ୍ୟା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହାକୁ ତୁଳନା କରାଯାଇଥିଲା ସୁସ୍ଥ ଲୋକମାନଙ୍କ ସହିତ। ଫଳରେ ଜଣାପଡ଼ିଲା ଯେ, ନିୟମିତ ସ୍ମୋକଡ୍‌ ମିଟ୍‌ ଖାଉଥିବା ଲୋକଙ୍କର ଅନ୍ୟମାନଙ୍କ ତୁଳନାରେ କ୍ୟାନ୍‌ସର ଆଶଙ୍କା ୯ ଗୁଣ ଅଧିକ (ଧୂମପାନକାରୀଙ୍କଠାରେ ୮ ଗୁଣ ଏବଂ ମଦ୍ୟପାନକାରୀଙ୍କଠାରେ ୪ ଗୁଣ)। ଶୁଖିଲା, ପୋଡ଼ା କିମ୍ବା ଅଧିକ ପୋଡ଼ା ଜିନିଷରେ ଏପରି ଗୁଣ ଅନେକ ମାତ୍ରାରେ ଥିବାର ସେମାନେ ସିଦ୍ଧାନ୍ତରେ ପହଞ୍ଚତ୍ଥିଲେ ଅନ୍ୟ ଏକ ପରୀକ୍ଷାରୁ। ପୁନଶ୍ଚ ଆମେ ବାରମ୍ବାର ଛାଣୁଥିବା ପୋଡ଼ାତେଲରେ ମଧ୍ୟ କ୍ୟାନ୍‌ସର ସୃଷ୍ଟି କରୁଥିବା ଉପାଦାନଗୁଡିକର ସନ୍ଧାନ ସେମାନେ ପାଇଥିଲେ। ଏଣୁ ମୋଟାମୋଟି ଭାବେ କୌଣସି ଜିନିଷକୁ ଅତି ନିଅଁାରେ ପୋଡ଼ି ଖାଇବା ଅଭ୍ୟାସକୁ ଏଡ଼ାଇବାକୁ ସେମାନେ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ଆମେରିକାନ୍‌ କ୍ୟାନ୍‌ସର ସୋସାଇଟି ଧୂମ ମଧ୍ୟରେ ରନ୍ଧନ ମାଂସ ବା ସ୍ମୋକ୍‌ଡ ମିଟ୍‌କୁ କମ୍‌ କ୍ଷତିକାରକ କରିବା ପାଇଁ କିଛି ମାର୍ଗଦର୍ଶିକା ଜାରି କରିଛନ୍ତି। ତନ୍ମଧ୍ୟରେ ରହିଛି ସହଜରେ ଜଳୁ ନ ଥିବା ଟାଣକାଠକୁ ଇନ୍ଧନ ରୂପେ ବ୍ୟବହାର, ଛେଳି, ମେଣ୍ଢା, ଗୋରୁଗାଈ, ଘୁଷୁରିର ଲୋହିତ ମାଂସ ବା ରେଡ୍‌ ମିଟ୍‌ ବଦଳରେ ବେଶି ରକ୍ତ କିମ୍ବା ଚର୍ବି ନ ଥିବା ଅଙ୍ଗ ବ୍ୟବହାର କରିବା ନଚେତ୍‌ କୁକୁଡ଼ା, ଟର୍କି, ବତକ, ହଂସ, ଠେକୁଆ ଆଦିଙ୍କ ଧବଳ ମାଂସ ବା ହ୍ବାଇଟ୍‌ ମିଟ୍‌ ବ୍ୟବହାର କରିବା, ମାଛକୁ କଦାପି ଧୂମ ରନ୍ଧନ କରିବା ନାହିଁ ଏବଂ ଖାଦ୍ୟକୁ ଅଧିକ ଭାଜି ହେବାକୁ କିମ୍ବା ପୋଡ଼ି ହେବାକୁ ନ ଦେବା ଇତ୍ୟାଦି। ତେବେ ସବୁଠାରୁ ନିରାପଦ ରେଡ୍‌ ମିଟ୍‌ ପ୍ରକ୍ରିୟାକରଣ ହୋଇଥିବା ମାଂସ ଏବଂ ସ୍ମୋକ୍‌ଡ ମିଟ୍‌କୁ ବର୍ଜନ କରିବା।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri