ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ

ବ୍ରହ୍ମପୁର ୧୧।୭: ପୁଣି ଟ୍ରେନରେ ଅଗ୍ନିକାଣ୍ଡ ଧୂଆଁ ଦେଖି ଓହ୍ଲାଇପଡ଼ିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବ୍ରହ୍ମପୁର ରେଳ ଷ୍ଟେଶନ ପୂର୍ବରୁ । ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟରେ ଟ୍ରେନରୁ ଓହ୍ଲାଇ ପଡିଥିଲେ। ବ୍ରହ୍ମପୁର ରେଳ ଷ୍ଟେଶନରେ ଥିବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ସୂଚନାଯୋଗ୍ୟ, ଟ୍ରେନ୍‌ ଚକାରେ ଅଖା ଲାଗିଯିବାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଆଉ ଧୂଆଁକୁ ଦେଖି ଯାତ୍ରୀ ଭୟରେ ଓହ୍ଲାଇ ପଡିଥିଲେ ।