ଭୁବନେଶ୍ୱର, ୧୨।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସତ୍ୟା ମାଇକ୍ରୋକ୍ୟାପିଟାଲ ଲିମିଟେଡ୍ (ଏସ୍ଏସ୍ଏଲ୍)ର ନୂତନ ଅଭିଯାନ ‘ମାଗଣା ସ୍ବାସ୍ଥ୍ୟସେବା ଶିବିର’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ଏସ୍ଏସ୍ଏଲ୍ ଓ ସତ୍ୟା ଶକ୍ତି ଫାଉଣ୍ଡେଶନର ମିଳିତ ସହଯୋଗରେ ମେଗା ହେଲ୍ଥ ଚେକ୍ଅପ୍ର ଶୁଭାରମ୍ଭ କରାଯାଇଛି। ସତ୍ୟା ଶକ୍ତି ଫାଉଣ୍ଡେଶନ ପକ୍ଷରୁ ପ୍ରତିଷେଧାତ୍ମକ ସ୍ବାସ୍ଥ୍ୟସେବା ପାଇଁ ସାର୍ବଜନୀନ ସଚେତନତା ସୃଷ୍ଟି ସହିତ ଏକ ସୁସ୍ଥ ସମାଜ ସୃଷ୍ଟି କରିବାର ଆଦର୍ଶ ଉଦ୍ଦେଶ୍ୟ ସହିତ ଏହି ଅଭିଯାନ ଦୁଇଟି ସ୍ଥାନରେ ଆୟୋଜନ କରାଯାଇଛି। ଏହି ଅଭିଯାନ ସୋନପୁର ଜିଲାର ତରଭା ଗ୍ରାମ ଓ ଅନୁଗୋଳ ଜିଲାର ବଡବାହାଲ ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୨୦ଜଣ ଲୋକଙ୍କୁ ଆବଶ୍ୟକ ସେବା ପ୍ରଦାନ କରାଯାଇଛି। ଏହି ଶିବିର ଜରିଆରେ ଲୋକମାନଙ୍କୁ ସାର୍ଟିଫାଏଡ୍ ଡାକ୍ତରମାନଙ୍କର ଡାକ୍ତରୀ ପରାମର୍ଶ ସହ ସେମାନଙ୍କୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏହା ହିତାଧିକାରୀଙ୍କୁ ସୁସ୍ଥ ଜୀବନ ବଞ୍ଚତ୍ବା ପାଇଁ ପ୍ରଚଳିତ ମହାମାରୀ ପରିସ୍ଥିତି ଅନୁଯାୟୀ ନିଜ ସ୍ବାସ୍ଥ୍ୟର ଯତ୍ନନେବା ଏବଂ ଜୀବନଶୈଳୀରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ପାଇଁ ପ୍ରୋତ୍ସାହିତ କରିଥିଲା। ଦିନବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଏହି ସ୍ବାସ୍ଥ୍ୟ ଯାଞ୍ଚ ଶିବିରଗୁଡିକୁ ଡାକ୍ତରଙ୍କ ମାର୍ଗଦର୍ଶନ ଅଧୀନରେ ମୁଖ୍ୟତଃ ସମ୍ପୃକ୍ତ ଅଞ୍ଚଳର ନିକଟସ୍ଥ ଉପଲବ୍ଧ କ୍ଲବ ହାଉସ୍ ଓ ସ୍କୁଲ ଘରଗୁଡିକରେ ଆୟୋଜନ କରାଯାଇଥିଲା। ସେଠାରେ ଲୋକମାନେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟଠାରୁ ଆରମ୍ଭକରି ଆହାର ଓ ପୋଷଣ ଭଳି ସ୍ବାସ୍ଥ୍ୟ ସମସ୍ୟାଗୁଡିକ ପାଇଁ ଏମ୍ବିବିଏସ୍ ଡାକ୍ତରମାନଙ୍କ ପରାମର୍ଶ ଭଳି ମାଗଣା ସ୍ବାସ୍ଥ୍ୟ ସୁବିଧା ପାଇବା ସହ ମାଗଣାରେ ଜେନେରିକ୍ ଔଷଧ ପାଇଥିଲାବେଳେ ରକ୍ତଚାପ ଓ ଓଜନ ଭଳି ଗୁରୁତ୍ୱପୂର୍ଣ୍ଣ ଚେକ୍ଅପ୍ ମଧ୍ୟ କରାଇଥିଲେ। ଏହାବ୍ୟତୀତ ସ୍ବାସ୍ଥ୍ୟ ଶିବିର ସମୟରେ ଲୋକମାନଙ୍କର କାଉନ୍ସେଲିଂ ମଧ୍ୟ କରାଯାଇଥିଲା।
ଏ ସମ୍ପର୍କରେ ସତ୍ୟା ଶକ୍ତି ଫାଉଣ୍ଡେଶନର ନିର୍ଦ୍ଦେଶକ ଓ ସିଇଓ ଶିଖା ଶର୍ମା କହିଛନ୍ତି, ଏହି ସ୍ବାସ୍ଥ୍ୟ ଶିବିର ସ୍ବାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ଆବଶ୍ୟକ କରୁଥିବା ଲୋକମାନଙ୍କୁ ସହଯୋଗ କରିବାର ସର୍ବୋତ୍ତମ ମାଧ୍ୟମ ଏବଂ ଆମେ ଏହି ମାଗଣା ସ୍ବାସ୍ଥ୍ୟ ଶିବିରଗୁଡିକର ପରିଚାଳନା କରିବା ପାଇଁ ସକ୍ଷମ ହୋଇଥିବାରୁ ଭାଗ୍ୟବାନ୍ ମନେକରୁଛୁ। ବହୁସଂଖ୍ୟକ ଲୋକଙ୍କୁ ଦୃଷ୍ଟିରେ ରଖି ଆମେ ନାଗରିକମାନଙ୍କର ସାମଗ୍ରିକ ସ୍ବାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଭବିଷ୍ୟତରେ ଏଭଳି ଅଧିକ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରିବା ପାଇଁ ଆଶା ରଖିଛୁ।
ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…
ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...
ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..
ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
ଗାଁକୁ ଫେରିବା ବେଳେ ବାଇକ୍କୁ ଧକ୍କାଦେଲା ବୁଲେଟ୍, ଚାଲିଗଲା ସଳିତା ବିକାଳିଙ୍କ ଜୀବନ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...
ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ
କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...
ଦମ୍ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍ ଇଣ୍ଡିଆ
ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...
ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍ଗାର୍ଡ
ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...
ବାରବାଟୀ ମ୍ୟାଚ୍ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍, ଭଡ଼ା ରହିଛି…
କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍ ଦେଖିବା ପାଇଁ...
Archives


