ଭୁବନେଶ୍ୱର, ୧୨।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସତ୍ୟା ମାଇକ୍ରୋକ୍ୟାପିଟାଲ ଲିମିଟେଡ୍ (ଏସ୍ଏସ୍ଏଲ୍)ର ନୂତନ ଅଭିଯାନ ‘ମାଗଣା ସ୍ବାସ୍ଥ୍ୟସେବା ଶିବିର’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ଏସ୍ଏସ୍ଏଲ୍ ଓ ସତ୍ୟା ଶକ୍ତି ଫାଉଣ୍ଡେଶନର ମିଳିତ ସହଯୋଗରେ ମେଗା ହେଲ୍ଥ ଚେକ୍ଅପ୍ର ଶୁଭାରମ୍ଭ କରାଯାଇଛି। ସତ୍ୟା ଶକ୍ତି ଫାଉଣ୍ଡେଶନ ପକ୍ଷରୁ ପ୍ରତିଷେଧାତ୍ମକ ସ୍ବାସ୍ଥ୍ୟସେବା ପାଇଁ ସାର୍ବଜନୀନ ସଚେତନତା ସୃଷ୍ଟି ସହିତ ଏକ ସୁସ୍ଥ ସମାଜ ସୃଷ୍ଟି କରିବାର ଆଦର୍ଶ ଉଦ୍ଦେଶ୍ୟ ସହିତ ଏହି ଅଭିଯାନ ଦୁଇଟି ସ୍ଥାନରେ ଆୟୋଜନ କରାଯାଇଛି। ଏହି ଅଭିଯାନ ସୋନପୁର ଜିଲାର ତରଭା ଗ୍ରାମ ଓ ଅନୁଗୋଳ ଜିଲାର ବଡବାହାଲ ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୨୦ଜଣ ଲୋକଙ୍କୁ ଆବଶ୍ୟକ ସେବା ପ୍ରଦାନ କରାଯାଇଛି। ଏହି ଶିବିର ଜରିଆରେ ଲୋକମାନଙ୍କୁ ସାର୍ଟିଫାଏଡ୍ ଡାକ୍ତରମାନଙ୍କର ଡାକ୍ତରୀ ପରାମର୍ଶ ସହ ସେମାନଙ୍କୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏହା ହିତାଧିକାରୀଙ୍କୁ ସୁସ୍ଥ ଜୀବନ ବଞ୍ଚତ୍ବା ପାଇଁ ପ୍ରଚଳିତ ମହାମାରୀ ପରିସ୍ଥିତି ଅନୁଯାୟୀ ନିଜ ସ୍ବାସ୍ଥ୍ୟର ଯତ୍ନନେବା ଏବଂ ଜୀବନଶୈଳୀରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ପାଇଁ ପ୍ରୋତ୍ସାହିତ କରିଥିଲା। ଦିନବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଏହି ସ୍ବାସ୍ଥ୍ୟ ଯାଞ୍ଚ ଶିବିରଗୁଡିକୁ ଡାକ୍ତରଙ୍କ ମାର୍ଗଦର୍ଶନ ଅଧୀନରେ ମୁଖ୍ୟତଃ ସମ୍ପୃକ୍ତ ଅଞ୍ଚଳର ନିକଟସ୍ଥ ଉପଲବ୍ଧ କ୍ଲବ ହାଉସ୍ ଓ ସ୍କୁଲ ଘରଗୁଡିକରେ ଆୟୋଜନ କରାଯାଇଥିଲା। ସେଠାରେ ଲୋକମାନେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟଠାରୁ ଆରମ୍ଭକରି ଆହାର ଓ ପୋଷଣ ଭଳି ସ୍ବାସ୍ଥ୍ୟ ସମସ୍ୟାଗୁଡିକ ପାଇଁ ଏମ୍ବିବିଏସ୍ ଡାକ୍ତରମାନଙ୍କ ପରାମର୍ଶ ଭଳି ମାଗଣା ସ୍ବାସ୍ଥ୍ୟ ସୁବିଧା ପାଇବା ସହ ମାଗଣାରେ ଜେନେରିକ୍ ଔଷଧ ପାଇଥିଲାବେଳେ ରକ୍ତଚାପ ଓ ଓଜନ ଭଳି ଗୁରୁତ୍ୱପୂର୍ଣ୍ଣ ଚେକ୍ଅପ୍ ମଧ୍ୟ କରାଇଥିଲେ। ଏହାବ୍ୟତୀତ ସ୍ବାସ୍ଥ୍ୟ ଶିବିର ସମୟରେ ଲୋକମାନଙ୍କର କାଉନ୍ସେଲିଂ ମଧ୍ୟ କରାଯାଇଥିଲା।
ଏ ସମ୍ପର୍କରେ ସତ୍ୟା ଶକ୍ତି ଫାଉଣ୍ଡେଶନର ନିର୍ଦ୍ଦେଶକ ଓ ସିଇଓ ଶିଖା ଶର୍ମା କହିଛନ୍ତି, ଏହି ସ୍ବାସ୍ଥ୍ୟ ଶିବିର ସ୍ବାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ଆବଶ୍ୟକ କରୁଥିବା ଲୋକମାନଙ୍କୁ ସହଯୋଗ କରିବାର ସର୍ବୋତ୍ତମ ମାଧ୍ୟମ ଏବଂ ଆମେ ଏହି ମାଗଣା ସ୍ବାସ୍ଥ୍ୟ ଶିବିରଗୁଡିକର ପରିଚାଳନା କରିବା ପାଇଁ ସକ୍ଷମ ହୋଇଥିବାରୁ ଭାଗ୍ୟବାନ୍ ମନେକରୁଛୁ। ବହୁସଂଖ୍ୟକ ଲୋକଙ୍କୁ ଦୃଷ୍ଟିରେ ରଖି ଆମେ ନାଗରିକମାନଙ୍କର ସାମଗ୍ରିକ ସ୍ବାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଭବିଷ୍ୟତରେ ଏଭଳି ଅଧିକ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରିବା ପାଇଁ ଆଶା ରଖିଛୁ।
ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍ ଆଗୁଆ
ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍ରେ ଭାରତ ୧୪ ରନରେ…
ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ
ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…
ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….
ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…
ଗଣ୍ଡ ସମାଜର ନୂଆଁଖାଇ ଭେଟ୍ଘାଟ୍, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ
କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ…
ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍ ଆଗରେ ୨୨୪ ରନ୍ର ଟାର୍ଗେଟ ରଖିଲା ଭାରତ
ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…
‘କୃଷି, ଏକତା ଅଘରିଆଙ୍କ ଶକ୍ତି’
ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…
CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…
ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…
କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…
ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

