Categories: ଖେଳ

ସ୍ମିଥଙ୍କୁ ଟପ୍‌ ୩ରେ ବ୍ୟାଟିଂ କରିବାକୁ ପଡ଼ିବ

ମୁମ୍ବାଇ, ୬ା୪- ପୂର୍ବତନ ଅଷ୍ଟ୍ରେଲିଆନ୍‌ ଅଧିନାୟକ ଷ୍ଟିଭ ସ୍ମିଥ ଯଦି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସ୍ଥାନ ପାଆନ୍ତି, ତେବେ ୩ୟ କ୍ରମରେ ବ୍ୟାଟିଂ କରିବେ। ଦଳର ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ଏହା ମଙ୍ଗଳବାର କହିିଛନ୍ତି।

ଅଷ୍ଟ୍ରେଲିଆନ୍‌ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଓ ଦକ୍ଷିଣ ଆଫ୍ରିକାର ଦୁଇ ପେସର କାଗିସୋ ରବାଡା ଓ ଅନରିଚ ନର୍ଟଜେ ଭଲ ଫର୍ମରେ ଅଛନ୍ତି। ଏଥିଯୋଗୁ ଦିଲ୍ଲୀ ପାଖରେ ଗୋଟିଏ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଲଟ୍‌ ଫାଙ୍କ ରହିଛି। ଆଉ ଏହି ସ୍ଥାନକୁ ହାତେଇବା ପାଇଁ ସ୍ମିଥଙ୍କୁ ସଂଘର୍ଷ କରିବାକୁ ପଡ଼ିବ। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ସିମରନ ହେଟମାୟାର।

ଦୀର୍ଘ ଦିନ ଧରି ସ୍ମିଥ ରାଜସ୍ଥାନ ପାଇଁ ଖେଳୁଥିଲେ। ଏଥର ତାଙ୍କ ଦଳ ବଦଳିଛି। ଏଥି ଯୋଗୁ ସେ ଚଳିତ ଥର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ। ଏଣୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଲେ ସେ ଟପ୍‌ ୩ରେ ବ୍ୟାଟିଂ କରିବେ ମୁଁ ଭାବୁଛି। ଆଉ ମୋତେ ଲାଗୁଛି, ସେ ଚଳିତ ବର୍ଷ ଆମ ପାଇଁ ଭଲ କରିବେ ବୋଲି ପଣ୍ଟିଂ କହିଛନ୍ତି।

Share