ମୁମ୍ବାଇରେ ସ୍ମିଥ୍‌

ମୁମ୍ବାଇ,୨୪।୪: ହଲିଉଡ୍‌ ଅଭିନେତା ଓ୍ବିଲ୍‌ ସ୍ମିଥ୍‌ଙ୍କୁ ମୁମ୍ବାଇର କଲିନା ଏୟାରପୋର୍ଟରେ ସ୍ପଟ୍‌ କରାଯାଇଛି। ସ୍ବିଥ୍‌ କେଉଁ କାରଣରୁ ଭାରତ ଆସିଛନ୍ତି ତାହା ଜଣାପଡ଼ି ନାହିଁ। ସେ ଇଶା ଫାଉଣ୍ଡେଶନ୍‌ର ମୁଖ୍ୟ ସଦ୍‌ଗୁରୁଙ୍କ ସହ ସାକ୍ଷାତ ସାଙ୍ଗକୁ ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ ହେବା ପାଇଁ ଭାରତ ଆସିଥିବା ଗଣମାଧ୍ୟମରେ ଆଲୋଚନା ହେଉଛି। ଚଳିତ ବର୍ଷ ଓସ୍କାର ସମାରୋହରେ ସ୍ମିଥ୍‌ କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ ଚାପୁଡାମାରି ଲାଇମ୍‌ ଲାଇଟ୍‌କୁ ଆସିଥିଲେ। ସମାରୋହରେ ହିଂସା ଭିଆଇବା ନେଇ ୧୦ ବର୍ଷ ପର୍ଯ୍ୟନ୍ତ ଓସ୍କାର କାର୍ଯ୍ୟକ୍ରମରେ ଯୋଗ ନ ଦେବା ପାଇଁ ଓସ୍କାର ଏକାଡେମୀ ତାଙ୍କୁ ବାରଣ କରିଛି। ତେବେ କ୍ରିସ୍‌ ରକ୍‌ ସ୍ମିଥଙ୍କ ସ୍ତ୍ରୀ ଜାଡାଙ୍କ ଚନ୍ଦାପଣକୁ ନେଇ ଉପହାସ କରିଥିବାବେଳେ ଏଥିରେ ସ୍ମିଥ୍‌ ରାଗିଯାଇ ମଞ୍ଚ ଉପରେ କ୍ରିସ୍‌ଙ୍କୁ ଚାପୁଡ଼ା ମାରିଥିଲେ।

Share