Categories: ଖେଳ

ଜାଡେଜାଙ୍କ ‘ରକେଟ୍‌ ଥ୍ରୋ’ରେ ଧରାଶାୟୀ ସ୍ମିଥ୍‌: ପ୍ରଶଂସକ କହିଲେ ବାଃ ବାଃ

ସିଡନୀ,୮।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଭାରତ ଉପରେ ଦୃଢ଼ ପ୍ରଦର୍ଶନ କରିଥିଲା, କିନ୍ତୁ ରବିନ୍ଦ୍ର ଜାଡେଜା ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ। ରବିନ୍ଦ୍ର ଜାଡେଜା ପ୍ରଥମ ଇନିଂସରେ ୪ଟି ଉଇକେଟ ନେଇ ଅଷ୍ଟ୍ରେଲିଆକୁ ଧରାଶାୟୀ କରିଥିଲେ।ଭାଙ୍ଗିଥିଲେ। ସେ ୧୮ ଓଭରରେ ୬୨ ରନ ପାଇଁ ଚାରି ଉଇକେଟ ନେଇଥିଲେ।
ରବିନ୍ଦ୍ର ଜାଡେଜାଙ୍କ ସାଂଘାତିକ ବୋଲିଂ, ଅଷ୍ଟ୍ରେଲିଆ ବଡ଼ ସ୍କୋର କରିପାରି ନ ଥିଲା ଏବଂ ପ୍ରଥମ ଇନିଂସରେ ୩୩୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା। କିନ୍ତୁ ଉଇକେଟ୍‌ ନେବା ପରେ ଜାଡେଜାଙ୍କ ‘ରକେଟ ଥ୍ରୋ’ରେ ସ୍ମିଥ ରନ ଆଉଟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ରବିନ୍ଦ୍ର ଜାଡେଜା ଷ୍ଟିଭ ସ୍ମିଥଙ୍କୁ ତାଙ୍କ ବୁଲେଟ ଭଳି ଗତିର ଥ୍ରୋରେ ରନ୍‌ଆଉଟ୍‌ କରିଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜାଡେଜାଙ୍କ ସିଧାସଳଖ ଥ୍ରୋରେ ସ୍ମିଥ୍‌ ୧୩୧ ରନ୍‌ରେ ରନ୍‌ଆଉଟ୍‌ ହୋଇଥିଲେ। ପ୍ରଶଂସକ ଜଡ୍ଡୁଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। କେବଳ ଜଡଜଡୁ ହଁି ଏହି କାମ କରିପାରିବେ ବୋଲି ଭାରତର ପୂର୍ବତନ ଖେଳାଳି ସଞ୍ଜୟ ମାଞ୍ଜ୍ରେକର କହିଛନ୍ତି।

Share