ବର୍ଜ୍ୟବସ୍ତୁରୁ ଆୟ କରୁଛି ଏସ୍‌ଏମସି

ସମ୍ବଲପୁର,୩ା୪(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟ ପ୍ଳାଣ୍ଟ ଆରମ୍ଭ କରାଯାଇଥିଲା। ପ୍ରାୟ ୩ ବର୍ଷରେ ଏସ୍‌ଏମସି ଅଧୀନ ବିଭିନ୍ନ ଅଞ୍ଚଳରେ ମୋଟ ୯ ଗୋଟି ପ୍ଳାଣ୍ଟ କାର୍ଯ୍ୟକ୍ଷମ ରହିଛି। ଏଭଳି ପରିସ୍ଥିତିରେ ଠେମରା ଓ ଗୁଜାତଳଠାରେ ଆଉ ଦୁଇଟି ପ୍ଳାଣ୍ଟ ନିର୍ମାଣାଧୀନ ରହିଛି। ଖୁବଶୀଘ୍ର ୨ ଗୋଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଯିବ। କାର୍ଯ୍ୟକ୍ଷମ ଥିବା ପ୍ଲାଣ୍ଟରେ ସହରରୁ ସଂଗୃହୀତ ବର୍ଜ୍ୟବସ୍ତରୁ ଖତ ତିଆରି କରି ଏସ୍‌ଏମସି ଟଙ୍କା ମଧ୍ୟ ଆୟ କରୁଛି। ଏପଟେ ପରିବେଶ ସୁରକ୍ଷା ଅନ୍ୟପଟେ ରାଜସ୍ବ ବୃଦ୍ଧିରେ ସହାୟକ ହୋଇପାରୁଛି ଏହି ପ୍ଳାଣ୍ଟ। ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ପ୍ରତିଦିଦ ଶୁଖିଲା ଓ ଓଦା ମିଶି ପ୍ରାୟ ୧୦୦ ଟନ ବର୍ଜ୍ୟବସ୍ତୁ ସଂଗ୍ରହ ହୋଇଥାଏ। ସେଥିମଧ୍ୟରୁ ୫୫ ଟନ ବର୍ଜ୍ୟବସ୍ତୁ ଖତ ହୋଇପାରିବ। ଗୋଟିଏ ପ୍ଳାଣ୍ଟରେ ପ୍ରତିଦିନ ୫ ଟନ ଖତ ତିଆରି କରି ପାରିବାର କ୍ଷମତା ରହିଛି। ଠେମରା ଓ ଗୁଜାତଳ ପ୍ଳାଣ୍ଟର ଭିତ୍ତଭୂମି କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଏଥିରେ ଆନୁସଙ୍ଗିକ ମେଶିନ, ବିଦ୍ୟୁତ ଓ ଅନ୍ୟାନ୍ୟ ସାମଗ୍ରୀ କିଣା କାମ ବାକି ରହିଛି। ପ୍ରାୟ ୨ ମାସ ଭିତରେ ଏହି କାମ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଯିବ ବୋଲି ଏସ୍‌ଏମସି ଏନଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତି ସୂଚନା ଦେଇଛନ୍ତି। ସେ ଆହୁରି କହିଥିଲେ, ଏସ୍‌ଏମସି ବର୍ଜ୍ୟବସ୍ତୁରୁ ଦୁଇ ପ୍ରକାର ରାଜସ୍ବ ଆଦାୟ କରୁଛି । ଗୋଟିଏ ମୋ ଖତ ଯୋଜନା। ପନିପରିବା ଓଦା ସାମଗ୍ରୀରୁ ଖତ ତିଆରି କରି ବିକ୍ରି କରାଯାଉଛି। ବିଭିନ୍ନ ୱାର୍ଡରେ ମୋ ଖତ ବିକ୍ରୟ କେନ୍ଦ୍ରଗୁଡିକ ରହିଛି। ଏଥିରେ ଏସଏଚଜି ମହିଳାମାନେ ନିୟୋଜିତ ରହିଛନ୍ତି। ଖତ ତିଆରି କରିବାରେ ମଧ୍ୟ ଏସଏଚଜି ମହିଳା ମାନେ କାମ କରୁଛନ୍ତି। ଅନ୍ୟପଟେ ପ୍ଳାଷ୍ଟିକ, ଲୁହା, ଟିଣ, ପଲିଥିନ ଭଳି ୧୬ ପ୍ରକାର ସାମଗ୍ରୀ ବିକ୍ରି କରି ମଧ୍ୟ ରାଜସ୍ବ ଆଦାୟ କରାଯାଉଛି। ବ୍ୟାଟେରିଚାଳିତ ୮୦ ଗୋଟି ଅଟୋ ପ୍ରତିଦିନ ବର୍ଜ୍ୟବସ୍ତୁ ସଂଗ୍ରହରେ ନିୟୋଜିତ ହୋଇଛି। ଆଉ ୩୦ ଗୋଟି ବ୍ୟାଟେରି ଅଟୋ ଖୁବଶୀଘ୍ର ଲୋକର୍ପଣ କରାଯିବ ବୋଲି ସେ କହିଥିଲେ। ଏ ବାବଦରେ ବାର୍ଷିକ ଲକ୍ଷାଧିକ ଟଙ୍କା ଆୟ ହେଉଛି।
ସୂଚନାଯୋଗ୍ୟ, ସହରର ୬ଟି ସ୍ଥାନରେ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏସଏଚଜି ମହିଳମାନେ କମ୍ପୋଷ୍ଟ ପ୍ଳାଣ୍ଟକୁ ତଦାରଖ କରିବା ସହ ପରିଚାଳନା କରିବେ ବୋଲି ସ୍ଥିର କରାଯାଇଛି। ଏହାସହ ୩ ଗୋଟି ମେଟିରିଆଲ ରିକୋଭରି ସେଣ୍ଟର (ଏମଆରଏଫ) ଫେସେଲେଟି ମଧ୍ୟ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଘରୁ ସଂଗ୍ରହ ହେଉଥିବା ବର୍ଜ୍ୟ ବସ୍ତୁକୁ ପୃଥକ ପୃଥକ କରାଯିବ। ଖତ ହେଲା ଭଳି ସାମଗ୍ରୀ ପୃଥକ କରାଯାଇ ଟାଙ୍କିରେ ରଖାଯିବ। ୧୫ ଦିନ ପରେ ତାହା କମ୍ପୋଷ୍ଟ ତିଆରି କରାଯିବ। ତାହା ବଜାରରେ ବିକ୍ରି କରିବାର ସୁବିଧା ରହିଛି। ଫଳରେ ଏଥିରେ ମହିଳମାନେ ଲାଭ ପାଇ ପାରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬ ଟି ସ୍ଥାନରେ ରାସନପୁର, ଚାଅଁାରପୁର, ବାଲିବନ୍ଧା, ଦୁର୍ଗାପାଲି, ବୁର୍ଲା, ହୀରାକୁଦ ପ୍ରକଳ୍ପ ନିର୍ମାଣ ହୋଇଛି। ସେହିପରି ପ୍ଳାଷ୍ଟିକ, ଆଲୁମିନିୟମ, ଲୁହା, କାଚ ଭଳି ସାମଗ୍ରୀକୁ ନଷ୍ଟ କରିବା ପାଇଁ ୩ଟି ସ୍ଥାନରେ ଏମଆରଏଫ ପ୍ଳାଣ୍ଟ ନିର୍ମାଣ ହୋଇଛି। ସବୁ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ରହିଛି। ଗୋଟିଏ ପ୍ଲାଣ୍ଟର ବ୍ୟୟ ଅଟକଳ ପ୍ରାୟ ୭୯ ଲକ୍ଷ ରହିଛି। ପ୍ରତିଦିନ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ଅନ୍ୟ ସମାଗ୍ରୀକୁ ପୃଥକ ପୃଥକ କରାଯିବ। ଯେଉଁ ସାମଗ୍ରୀ କମ୍ପୋଷ୍ଟରେ ପରିଣତ ହେବ ତାହା ରଖାଯାଇ ଖତ ତିଆରି କରାଯିବ। ଏହା ହେବା ଫଳରେ ପରିବେଶ ପ୍ରଦୂଷଣ ମଧ୍ୟ କମିଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri