ବର୍ଜ୍ୟବସ୍ତୁରୁ ଆୟ କରୁଛି ଏସ୍‌ଏମସି

ସମ୍ବଲପୁର,୩ା୪(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟ ପ୍ଳାଣ୍ଟ ଆରମ୍ଭ କରାଯାଇଥିଲା। ପ୍ରାୟ ୩ ବର୍ଷରେ ଏସ୍‌ଏମସି ଅଧୀନ ବିଭିନ୍ନ ଅଞ୍ଚଳରେ ମୋଟ ୯ ଗୋଟି ପ୍ଳାଣ୍ଟ କାର୍ଯ୍ୟକ୍ଷମ ରହିଛି। ଏଭଳି ପରିସ୍ଥିତିରେ ଠେମରା ଓ ଗୁଜାତଳଠାରେ ଆଉ ଦୁଇଟି ପ୍ଳାଣ୍ଟ ନିର୍ମାଣାଧୀନ ରହିଛି। ଖୁବଶୀଘ୍ର ୨ ଗୋଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଯିବ। କାର୍ଯ୍ୟକ୍ଷମ ଥିବା ପ୍ଲାଣ୍ଟରେ ସହରରୁ ସଂଗୃହୀତ ବର୍ଜ୍ୟବସ୍ତରୁ ଖତ ତିଆରି କରି ଏସ୍‌ଏମସି ଟଙ୍କା ମଧ୍ୟ ଆୟ କରୁଛି। ଏପଟେ ପରିବେଶ ସୁରକ୍ଷା ଅନ୍ୟପଟେ ରାଜସ୍ବ ବୃଦ୍ଧିରେ ସହାୟକ ହୋଇପାରୁଛି ଏହି ପ୍ଳାଣ୍ଟ। ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ପ୍ରତିଦିଦ ଶୁଖିଲା ଓ ଓଦା ମିଶି ପ୍ରାୟ ୧୦୦ ଟନ ବର୍ଜ୍ୟବସ୍ତୁ ସଂଗ୍ରହ ହୋଇଥାଏ। ସେଥିମଧ୍ୟରୁ ୫୫ ଟନ ବର୍ଜ୍ୟବସ୍ତୁ ଖତ ହୋଇପାରିବ। ଗୋଟିଏ ପ୍ଳାଣ୍ଟରେ ପ୍ରତିଦିନ ୫ ଟନ ଖତ ତିଆରି କରି ପାରିବାର କ୍ଷମତା ରହିଛି। ଠେମରା ଓ ଗୁଜାତଳ ପ୍ଳାଣ୍ଟର ଭିତ୍ତଭୂମି କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଏଥିରେ ଆନୁସଙ୍ଗିକ ମେଶିନ, ବିଦ୍ୟୁତ ଓ ଅନ୍ୟାନ୍ୟ ସାମଗ୍ରୀ କିଣା କାମ ବାକି ରହିଛି। ପ୍ରାୟ ୨ ମାସ ଭିତରେ ଏହି କାମ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଯିବ ବୋଲି ଏସ୍‌ଏମସି ଏନଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତି ସୂଚନା ଦେଇଛନ୍ତି। ସେ ଆହୁରି କହିଥିଲେ, ଏସ୍‌ଏମସି ବର୍ଜ୍ୟବସ୍ତୁରୁ ଦୁଇ ପ୍ରକାର ରାଜସ୍ବ ଆଦାୟ କରୁଛି । ଗୋଟିଏ ମୋ ଖତ ଯୋଜନା। ପନିପରିବା ଓଦା ସାମଗ୍ରୀରୁ ଖତ ତିଆରି କରି ବିକ୍ରି କରାଯାଉଛି। ବିଭିନ୍ନ ୱାର୍ଡରେ ମୋ ଖତ ବିକ୍ରୟ କେନ୍ଦ୍ରଗୁଡିକ ରହିଛି। ଏଥିରେ ଏସଏଚଜି ମହିଳାମାନେ ନିୟୋଜିତ ରହିଛନ୍ତି। ଖତ ତିଆରି କରିବାରେ ମଧ୍ୟ ଏସଏଚଜି ମହିଳା ମାନେ କାମ କରୁଛନ୍ତି। ଅନ୍ୟପଟେ ପ୍ଳାଷ୍ଟିକ, ଲୁହା, ଟିଣ, ପଲିଥିନ ଭଳି ୧୬ ପ୍ରକାର ସାମଗ୍ରୀ ବିକ୍ରି କରି ମଧ୍ୟ ରାଜସ୍ବ ଆଦାୟ କରାଯାଉଛି। ବ୍ୟାଟେରିଚାଳିତ ୮୦ ଗୋଟି ଅଟୋ ପ୍ରତିଦିନ ବର୍ଜ୍ୟବସ୍ତୁ ସଂଗ୍ରହରେ ନିୟୋଜିତ ହୋଇଛି। ଆଉ ୩୦ ଗୋଟି ବ୍ୟାଟେରି ଅଟୋ ଖୁବଶୀଘ୍ର ଲୋକର୍ପଣ କରାଯିବ ବୋଲି ସେ କହିଥିଲେ। ଏ ବାବଦରେ ବାର୍ଷିକ ଲକ୍ଷାଧିକ ଟଙ୍କା ଆୟ ହେଉଛି।
ସୂଚନାଯୋଗ୍ୟ, ସହରର ୬ଟି ସ୍ଥାନରେ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏସଏଚଜି ମହିଳମାନେ କମ୍ପୋଷ୍ଟ ପ୍ଳାଣ୍ଟକୁ ତଦାରଖ କରିବା ସହ ପରିଚାଳନା କରିବେ ବୋଲି ସ୍ଥିର କରାଯାଇଛି। ଏହାସହ ୩ ଗୋଟି ମେଟିରିଆଲ ରିକୋଭରି ସେଣ୍ଟର (ଏମଆରଏଫ) ଫେସେଲେଟି ମଧ୍ୟ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଘରୁ ସଂଗ୍ରହ ହେଉଥିବା ବର୍ଜ୍ୟ ବସ୍ତୁକୁ ପୃଥକ ପୃଥକ କରାଯିବ। ଖତ ହେଲା ଭଳି ସାମଗ୍ରୀ ପୃଥକ କରାଯାଇ ଟାଙ୍କିରେ ରଖାଯିବ। ୧୫ ଦିନ ପରେ ତାହା କମ୍ପୋଷ୍ଟ ତିଆରି କରାଯିବ। ତାହା ବଜାରରେ ବିକ୍ରି କରିବାର ସୁବିଧା ରହିଛି। ଫଳରେ ଏଥିରେ ମହିଳମାନେ ଲାଭ ପାଇ ପାରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬ ଟି ସ୍ଥାନରେ ରାସନପୁର, ଚାଅଁାରପୁର, ବାଲିବନ୍ଧା, ଦୁର୍ଗାପାଲି, ବୁର୍ଲା, ହୀରାକୁଦ ପ୍ରକଳ୍ପ ନିର୍ମାଣ ହୋଇଛି। ସେହିପରି ପ୍ଳାଷ୍ଟିକ, ଆଲୁମିନିୟମ, ଲୁହା, କାଚ ଭଳି ସାମଗ୍ରୀକୁ ନଷ୍ଟ କରିବା ପାଇଁ ୩ଟି ସ୍ଥାନରେ ଏମଆରଏଫ ପ୍ଳାଣ୍ଟ ନିର୍ମାଣ ହୋଇଛି। ସବୁ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ରହିଛି। ଗୋଟିଏ ପ୍ଲାଣ୍ଟର ବ୍ୟୟ ଅଟକଳ ପ୍ରାୟ ୭୯ ଲକ୍ଷ ରହିଛି। ପ୍ରତିଦିନ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ଅନ୍ୟ ସମାଗ୍ରୀକୁ ପୃଥକ ପୃଥକ କରାଯିବ। ଯେଉଁ ସାମଗ୍ରୀ କମ୍ପୋଷ୍ଟରେ ପରିଣତ ହେବ ତାହା ରଖାଯାଇ ଖତ ତିଆରି କରାଯିବ। ଏହା ହେବା ଫଳରେ ପରିବେଶ ପ୍ରଦୂଷଣ ମଧ୍ୟ କମିଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri