ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ବରଗଡ଼ ଉପଜିଲାପାଳ ପ୍ରସନ୍ନ ପାଣ୍ଡେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ବିନୟ କୁମାର ସୟ ସମ୍ମାନିତ ଅତିଥିଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫିରୋଜପୁର ପ୍ରଥମ, ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ବିତୀୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଶେଇପାଲି ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଅମୃତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବୁର୍ଲା ମେଟୋଲୋଜି ବିଭାଗ ମୁଖ୍ୟ ଡ. ସୁଶାନ୍ତ କୁମାର ବଡ଼ଜେନା, ସମ୍ମାନିତ ଅତିଥିଭାବେ ବରଗଡ଼ ବିଇଓ ଜିତେନ୍ଦ୍ର ସେଟ, ସହକାରୀ ପ୍ରଫେସର ଜୟନ୍ତ କୁମାର ସାହୁ, ପ୍ରଫେସର ଡ. କିଶୋର କୁମାର ନାଏକ ପ୍ରମୁଖ ଯୋଗଦେଇ ବିଜ୍ଞାନରେ ଅପୂର୍ବ ସୁଯୋଗ ରହିଛି, ତା’ର ଉପଯୋଗ ଦରକାର ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ ବରଗଡ଼ ଜିଲା ସରକଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଟିକେଶ୍ୱରୀ ଭୁଏଙ୍କ ଦ୍ୱାରା ଜାପାନର ସାକୁରାଠାରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇ ଉଚ୍ଚପ୍ରଶଂସିତ ହୋଇଥିବାରୁ ତାଙ୍କୁ ଏବଂ ତାଙ୍କ ଗାଇଡ୍‌ ଶିକ୍ଷକ ହରି ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ଗଡ଼ତିଆ ସଂଯୋଜନା କରିଥିଲେ। ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ଦାଶଙ୍କ ତତ୍ତ୍ବାବଧାନରେ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀବୃନ୍ଦଙ୍କ ସମେତ ଶିକ୍ଷକ ସଦାନନ୍ଦ ଜାଲ, ପରିତୋଷ ବେହେରା, ହେମସାଗର ସା ପ୍ରମୁଖ ସହଯୋଗ କରିଥିଲେ। ପ୍ରାରମ୍ଭରେ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ତରାକନା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଡ. ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Odisha’s No.1 Odia Daily