ଅପରାଧୀଙ୍କ କବଳରୁ ମହିଳାଙ୍କୁ ସୁରକ୍ଷା କରିବ ଏହି ସ୍ମାର୍ଟ ଛୁରି, ଜାଣନ୍ତୁ କେମିତି

ଲକ୍ଷ୍ନୌ,୫ା୧୧: ଦିନକୁ ଦିନ ମହିଳାମାନଙ୍କ ପ୍ରତି ଯେପରି ଭାବରେ ଲୁଟ୍‌, ରାହାଜାନି ଏବଂ ବଳାତ୍କାର ଘଟଣା ବଢ଼ି ଚାଲିଛି ଏହାକୁ ଦୃଷ୍ଟିରେ ରଖି ବାରାଣସୀର ଦୁଇ ଛାତ୍ରୀ ଏକ ସ୍ମାର୍ଟ ଛୁରି ପ୍ରସ୍ତୁତ କରିଛନ୍ତି। ଯାହା ଦ୍ୱାରା ମହିଳାମାନେ ନିଜର ସୁରକ୍ଷା କରିପାରିବେ। ଶାଳିନୀ ଏବଂ ଦୀକ୍ଷା ମିଶି ଏହି ସ୍ମାର୍ଟ ଛୁରି ତିଆରି କରିଛନ୍ତି।
ଶାଳିନୀ ଏବଂ ଦୀକ୍ଷା କୁହନ୍ତି, ଏହି ଛୁରି କୌଣସି ସାଧାରଣ ଛୁରି ନୁହେଁ। ଏଥିରେ ଏକ ସିମ୍‌କାର୍ଡ ଲଗାଯାଇଛି। ଯାହାକି ଅସୁବିଧା ବା ସମସ୍ୟା ସମୟରେ ମହିଳାମାନେ ଅପରାଧୀଙ୍କଠାରୁ ଆତ୍ମରକ୍ଷା କରିପାରିବେ। ଯେମିତି ମହିଳାମାନେ ଛୁରି ବାହାର କରିବେ ସେମିତି ୩ ନମ୍ବର ଲୋକେସନ ସହିତ କଲ ଚାଲିଯିବ। ଏହି ଡିଭାଇସ ରେଡିଓ ଫ୍ରିକ୍ୱେନ୍ସି ଏବଂ ବ୍ଲୁଟୁଥ୍‌ ପେ’ କାମ କରିବ। ଛୁରିରେ ଏକ ଛୋଟ ବଟନ ଲଗାଯାଇଛି। ଯାହା ରେଡିଓ ଫ୍ରିକ୍ୱେନ୍ସି ମାଧ୍ୟମରେ ମୋବାଇଲରେ ସମ୍ପର୍କ ରହିବ ଏବଂ ଅସୁବିଧା ସମୟରେ ବଟନ ଦବାଇଲେ ମୋବାଇଲରେ ସେଟ୍‌ କରାଯାଇଥିବା ଏକ ନମ୍ବରରେ କଲ୍‌ ଲୋକେସନ ଜଣାପଡ଼ିବ। ଯେତେବେଳ ପର୍ଯ୍ୟନ୍ତ ପରିବାର ସଦସ୍ୟ ଏବଂ ପୋଲିସର ସାହାଯ୍ୟ ନ ମିଳିଛି ସେତେବେଳ ପର୍ଯ୍ୟନ୍ତ ମହିଳାମାନେ ନିଜର ସୁରକ୍ଷା କରିପାରିବେ। ଷ୍ଟିଲ୍‌ରେ ଏହି ଛୁରି ତିଆରି କରାଯାଇଛି। ଏହାର ଓଜନ ମାତ୍ର ୭୦ ଗ୍ରାମ। ଏହାକୁ ତିଆରି କରିବା ପାଇଁ ୧ ମାସ ସମୟ ଲାଗିଛି ଏବଂ ଏଥିରେ ୧୫୦୦ ଟଙ୍କା ଖର୍ଚ୍ଚ ହୋଇଛି।
ଖାଲି ଏତିକି ନୁହେଁ, ମହିଳାମାନେ ଏହି ସ୍ମାର୍ଟ ଛୁରିକୁ ଚୁଡ଼ିରେ ପିନ୍ଧି ପାରିବେ। ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରିବ। ଏହି ଚୁଡ଼ିକୁ ନାବାଳିକା ଏବଂ ମହିଳାମାନେ ମଧ୍ୟ ପିନ୍ଧିପାରିବେ।

Share