Posted inଜାତୀୟ

ହେଲ୍‌ମେଟ୍‌ ନ ପିନ୍ଧିଲେ ଷ୍ଟାର୍ଟ ହେବନି ଗାଡ଼ି

ନୂଆଦିଲ୍ଲୀ,୧୩।୮: ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ନ ପିନ୍ଧି ଅଧିକାଂଶ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ୨୦୧୫ରୁ ୨୦୧୬ ମଧ୍ୟରେ ୪୫,୫୦୦ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୬୦ ପ୍ରତିଶତ ଲୋକ ଯେଉଁମାନେ ହେଲମେଟ ପିନ୍ଧି ନ ଥିଲେ। ବି.ଟେକ ଛାତ୍ର ହିମାଂଶୁ ଗର୍ଗ ଏକ ହେଲମେଟ ତିଆରି କରିଛନ୍ତି ଯେ ଏହାକୁ ନ ପିନ୍ଧି ବାଇକ ଷ୍ଟାର୍ଟ ହେବ ନାହିଁ। ହେଲମେଟ ହଟାଯିବା ମାତ୍ରେ ଇଞ୍ଜିନ ଆପଣାଛାଏଁ ବନ୍ଦ ହୋଇଯିବ। ବାଲକେଶ୍ୱରର ଲୋହିଆ ନଗର ନିବାସୀ ହିମାଂଶୁ ଗର୍ଗ, ଆରବିଏସ କଲେଜର ଛାତ୍ର। ସେ କହିଛନ୍ତି ଯେ ମାର୍ଚ୍ଚ ୨୦୧୪ରେ ତାଙ୍କ ମା ଜୟମାଲା ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେ ହେଲମେଟ ପିନ୍ଧି ନ ଥିଲେ। ଏହା ପରେ ହିଁ ସେ ଭାବିଥିଲେ ଯେ ସେ ଏପରି କିଛି କରି ଏହାକୁ ଦେଖାଇବେ ଯାହା ଲୋକଙ୍କ ଜୀବନ ରକ୍ଷା କରିପାରିବ। ଏକ ବର୍ଷର ପରୀକ୍ଷଣ ପରେ ସେ ଇଲେକ୍ଟ୍ରୋନିକ ଉପକରଣ ଏବଂ ପଲ୍ସ ସେନ୍ସରରେ ନିର୍ମିତ ହେଲମେଟ ଡିଜାଇନ କରିଛନ୍ତି।
ହିମାଂଶୁ କହିଛନ୍ତି ଯେ, ହେଲମେଟର ଡିଭାଇସ୍‌କୁ ବାଇକ ଏବଂ ସ୍କୁଟରର ଇଞ୍ଜିନ ସହିତ ସଂଯୋଗ କରି କାର୍ଯ୍ୟ କରିଥାଏ। କେବଳ ହେଲମେଟ ପିନ୍ଧିବା ପରେ ବାଇକ ଷ୍ଟାର୍ଟ ହେବ। ବାଇକ୍‌ ଷ୍ଟାର୍ଟ ହେବା ପରେ ଯଦି ଆପଣ ହେଲମେଟ କାଢନ୍ତି, ତେବେ ଇଞ୍ଜିନ ଆପେ ବନ୍ଦ ହୋଇଯିବ। ଏହା ବ୍ୟତୀତ ହେଲମେଟରେ ଏପରି ଏକ ଟେକ୍ନୋଲୋଜି ଅଛି ଯାହା ମାଧ୍ୟମରେ ମଦ୍ୟପାନ କରିବା ସମୟରେ ମଧ୍ୟ ଗାଡି ଷ୍ଟାର୍ଟ ହେବ ନାହିଁ। ଯଦି ଏହି ଟେକ୍ନୋଲୋଜି ଦୁଇଟି ଚକିଆ ଯାନ ତିଆରିରେ ବ୍ୟବହୃତ ହୁଏ, ତେବେ ଲୋକମାନେ ବହୁତ ଲାଭ ପାଇବେ। ସେ ଏହି ଉଦ୍ଭାବନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ତାଙ୍କ ଉଦ୍ଭାବନକୁ ପ୍ରଶଂସା କରିଛନ୍ତି। ତାଙ୍କୁ ଏକ ପ୍ରୋତ୍ସାହନ ରୂପେ ପାଞ୍ଚ ଲକ୍ଷ ଟଙ୍କା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri