ବିଏମ୍‌ସି ନିୟମ ମାନୁ ନାହାନ୍ତି ସ୍ମାର୍ଟସିଟି ବାସିନ୍ଦା

ଭୁବନେଶ୍ୱର,୩।୧(ବ୍ୟୁରୋ):ସ୍ମାର୍ଟସିଟି ବାସିନ୍ଦାଙ୍କ ଜୀବନଶୈଳୀକୁ ସୁଗମ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଅନେକ ଯୋଜନା କରାଯାଉଛି। ସେପଟେ ଯୋଜନା କାର୍ଯ୍ୟକାରୀ କରିବାରେ ଖିଲାପ ହେଲେ ସହରବାସୀଙ୍କ ପକ୍ଷରୁ ମାଳମାଳ ଅଭିଯୋଗ ହେଉଛି। ତେବେ ଅନେକ ସମୟରେ ପ୍ରଶାସନ ତପତ୍ରତା ଦେଖାଉଥିଲେ ମଧ୍ୟ ସହରବାସୀଙ୍କ ବେପରୁଆ ମନୋଭାବ ସହରର ଖରାପ ଚିତ୍ର ସୃଷ୍ଟି କରିବାରେ ଲାଗୁଛି। ବିଏମ୍‌ସି ପକ୍ଷରୁ ‘ଏଠାରେ ଅଳିଆ ପକାନ୍ତୁ ନାହିଁ’ ଶୀର୍ଷକ ପୋଷ୍ଟର ଯେଉଁଠି ଲଗାଯାଉଛି, ସେହିଠାରେ ହିଁ ଅଳିଆ ଗଦା ହେଉଥିବା ଦେଖିବାକୁ ମିଳୁଛି। ସେହିପରି ‘ନୋ ପାର୍କିଂ’ ଅଞ୍ଚଳରେ ପାର୍କିଂ କରିବା ଅଭ୍ୟାସ ଛାଡ଼ିପାରୁନାହାନ୍ତି ରାଜଧାନୀବାସୀ।
ସହରରେ ପ୍ରତିଦିନ ସକାଳେ ବିଏମ୍‌ସିର ସଫେଇ ଗାଡ଼ିକୁ ବସ୍ତିବାସିନ୍ଦା ଅଳିଆ ପୃଥକ କରି ଦେଉଥିବା ବେଳେ ବିଭିନ୍ନ ଆପାର୍ଟମେଣ୍ଟ ଓ ଶିକ୍ଷିତ ପରିବାର ଏହି ନିୟମକୁ ଅବମାନନା କରୁଛନ୍ତି। ରାତି ଅଧରେ ଗଳି ମୁଣ୍ଡରେ ଅଳିଆ ପକାଉଛନ୍ତି। ଏପରି ଚିତ୍ର ଶହୀଦ ନଗର ଅଧିକାଂଶ ଗଳିରେ ଦେଖିବାକୁ ମିଳୁଛି। ବିଏମ୍‌ସି ପକ୍ଷରୁ ସ୍ବଚ୍ଛସାଥୀଙ୍କ ଯୋଗାଯୋଗ ନମ୍ବର ଥିବା ପୋଷ୍ଟର ମାଧ୍ୟମରେ ଅଳିଆ ନ ପକାଇବା ପାଇଁ ବାରଣ କରାଯାଉଥିଲେ ମଧ୍ୟ ଅଞ୍ଚଳବାସୀ ଏହାକୁ ଅଣଦେଖା କରୁଛନ୍ତି। ନିର୍ଦ୍ଦିଷ୍ଟ କେତେଜଣ ବ୍ୟକ୍ତିଙ୍କର ଏପରି ନିୟମିତ କାର୍ଯ୍ୟକଳାପ ପାଇଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଦୁର୍ଗନ୍ଧରେ ସାହି ପଡ଼ିଶା ଅତିଷ୍ଠ ହେଉଛନ୍ତି। ସେହିପରି ବିଏମ୍‌ସି ଭବାନୀ ମଲ୍‌କୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକଙ୍କ ପାଇଁ ପାର୍କିଂ ସ୍ଥଳ ରହିଥିଲେ ମଧ୍ୟ ‘ନୋ ପାର୍କିଂ’ ଅଞ୍ଚଳରେ ଶହ ଶହ ସଂଖ୍ୟାରେ ବାଇକ୍‌ ଏବଂ କାର୍‌ ପାର୍କିଂ କରାଯାଉଛି। ଫଳରେ ଅଧିକାଂଶ ସମୟରେ ଉକ୍ତ ଅଞ୍ଚଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଆବର୍ଜନା ନିଷିଦ୍ଧ ଅଞ୍ଚଳରେ ଆବର୍ଜନା ପକାଉଥିବା ଲୋକଙ୍କ ବିରୋଧରେ ବିଏମ୍‌ସି ପକ୍ଷରୁ ଫେବୃୟାରୀରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ହକି ବିଶ୍ୱକପ୍‌ ପରେ ଅଧିକ ସଂଖ୍ୟକ ଏନଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇ ଚଢ଼ାଉ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri