ବଡ ରୋଗରେ ପୀଡ଼ିତ ଅଛନ୍ତି ସାମନ୍ଥା

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଅସୁସ୍ଥ। ଡାକ୍ତରଖାନାରେ ତାଙ୍କର ଚାଲିଛି ଚିକିତ୍ସା। ଏନେଇ ଅଭିନେତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏହା ଜଣାପଡ଼ିବା ପରେ ସହକଳାକାରଙ୍କ ସମେତ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ ହେବାର କାମନା କରିଛନ୍ତି।

ସାମନ୍ଥା ନିଜ ଫଟୋ ଶେୟାର କରିଛନ୍ତି। ସେଥିରେ ତାଙ୍କ ହାତରେ ଡ୍ରିପ୍‌ ଲାଗିଥିବା ଏବଂ ପାଖରେ ଏକ ବୋତଲ ଥିବା ଦେଖାଯାଇଛି। ଫଟୋ ଶେୟାର କରି ସେ ଲେଖିଛନ୍ତି, ଯଶୋଧା ଟ୍ରେଲରକୁ ନେଇ ମିଳିଥିବା ପ୍ରତିକ୍ରିୟା ଦେଖି ଖୁସି ହୋଇଛି। ଆପଣଙ୍କ ଭଲପାଇବା ହିଁ ମୋର ଶକ୍ତି। କିଛି ମାସ ପୂର୍ବେ ମୋତେ ମୋୟୋସିଇଟିସ୍‌ ନାମକ ରୋଗ ହୋଇଛି। ଭାବୁଥିଲି ଶୀଘ୍ର ଠିକ ହୋଇଯିବି। ହେଲେ ସମୟ ଲାଗୁଛି। ସବୁବେଳେ ନିଜକୁ ଶକ୍ତ ଦେଖାଇପାରିବି ନାହିଁ। ଡାକ୍ତରମାନେ କହୁଛନ୍ତି ଶୀଘ୍ର ଠିକ୍‌ ହୋଇଯିବି। ହେଲେ ପ୍ରତିଦିନ ମୁଁ ଠିକ୍‌ ହେବାର ଆଉ ଗୋଟିଏ ଦିନ ପାଖକୁ ଯାଉଛି। ମୁଁ ସମସ୍ତଙ୍କୁ ବହୁତ ଭଲପାଏ। ଏ ସମୟ ବିତିଯିବ ବୋଲି ସେ କହିଛନ୍ତି।

Share