କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀ ସାଜିଛନ୍ତି ଦାଦନ ଶ୍ରମିକ

ନୂଆପଡା ଅଫିସ,୨୧ା୫: ନୂଆପଡ଼ା ଜିଲାରେ ଚାଷୀଙ୍କ ଉନ୍ନତି ପାଇଁ କୋମନା ବ୍ଲକ ଅନ୍ତର୍ଗତ ଜଟଗଡ଼ ପଞ୍ଚାୟତ ସାହଜଟ-ବାଲିପାଟି ଗ୍ରାମରେ ଭୃଷି ଡୋଙ୍ଗରୀ, ଭାଲୁ ଡୋଙ୍ଗରୀ, ସିରିଆଲ ଖୋଲ ଡୋଙ୍ଗରୀ ମଧ୍ୟ ଭାଗରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ଏହି ପ୍ରକଳ୍ପରେ ଲୋକେ ଉପକୃତ ହେବା ପରିବର୍ତ୍ତେ କ୍ଷତି ସହୁଛନ୍ତି। ମୁଖ୍ୟ କେନାଲର କବାଟ ଭଲଭାବେ ଲଗା ଯାଇ ନ ଥିବାରୁ ଅନବରତ ପାଣି ବୋହି ଯାଉ ଥିବାରୁ ପ୍ରକଳ୍ପରେ ପାଣି କ୍ଷମତା କମି ଯାଉଛି। ଚାଷୀଙ୍କୁ ଚାଷ ସମୟରେ ପାଣିର ଅସୁବିଧା ହେଉଛି। ପ୍ରାପ୍ତ ସୁଚନା ମୁତାବକ ୨୦୧୨-୧୩ ମସିହାରେ ସାହଜଟ-ବାଲିପାଟି ଗ୍ରାମର ଭାଲୁ ଡୋଙ୍ଗରୀ,ଭୃଷି ଡୋଙ୍ଗରୀ ଓ ସିରିଆଲ ଖୋଲ ଡୋଙ୍ଗରୀ ଅଞ୍ଚଳର ଜମି ଅଧି ଗ୍ରହଣ କରି ଏକ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏଥିରେ ବାଲିପାଟି ଗଁାର ୭ ଜଣଙ୍କ ଜମି ସଂପୂର୍ଣ୍ଣ ବୁଡି ଯାଇଥିବା ବେଳେ ୧୫ ଜଣଙ୍କ ଜମି ଆଂଶିକ ଭାବେ ବୁଡ଼ିଛି। ଗୁରୁବାରୁ ମାଝିଙ୍କ ଜମି ସଂପୂର୍ଣ୍ଣ ବୁଡି ଯାଇଥିବା ବେଳେ ତାଙ୍କ ଘର ମଧ୍ୟ ବୁଡ଼ି ଯାଇଛି। ଗୁରୁବାରୁଙ୍କୁ ଥଇଥାନ ନ କରିଥିବାରୁ ବାର ଦ୍ୱାର ହୋଇ ବୁଲୁଛନ୍ତି। ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟରେ ଦିନ କାଟୁଛନ୍ତି। ସେହିପରି ବାଲିପାଟି ଗ୍ରାମର ଭାଗିରଥି ମାଝି, ଭଗତ ମାଝି, ସଗତ ମାଝି, ମାଣିକ୍ୟ ମଜି, ମାଲଗୁଜାର ଅହିର, ସୁନାଫୁଲ ମାଝିଙ୍କ ଜମି ପ୍ରକଳ୍ପରେ ସଂପୂର୍ଣ୍ଣ ବୁଡ଼ି ଯାଇଛି। କ୍ଷତି ପୁରଣ ରାଶି କମ ପରିମାଣରେ ମିଳିଥିବାରୁ ଅନ୍ୟ ସ୍ଥାନରେ ଜମି କିଣି ନ ପାରି ଦାଦନ ଶ୍ରମିକ ସାଜିଛନ୍ତି। ମାର୍କଣ୍ଡ ମାଝି, ଘାସିରାମ ମାଝି, ବୃଷ ମାଝି, ନୃପତି ମାଝି, ବିକ୍ରମ ମାଝି, ତ୍ରିନାଥ ମାଝି, ରୁଖ ମାଝି, ନେହେରୁ ହରିଜନ, କେଶବ ମାଝି, ବିଶ୍ୱମ୍ବର ମାଝି, ସମୁଦ୍ର ଘାସି, ରେହେନୁ ଜଗତ, ଧରମ ସିଂ ମାଝି, ଝାଲି ମାଝି, ଲୋକନାଥ ଖଏରା ପ୍ରମୁଖଙ୍କ ଜମି ଆଂଶିକ ଭାବରେ ବୁଡି ଯାଇଛି। ଯାହା ଜମି ରହିଛି ପ୍ରକଳ୍ପ ପାଣିରେ ଚାଷ କରିବୁ ଓ ପରିବାର ପ୍ରତିପୋଷଣ କରିବୁ ବୋଲି ଭାବିଥିଲେ। ତାହା ବିପରିତ ଦିଗକୁ ଗତି କରୁଛି। ପ୍ରକଳ୍ପରେ ୫୦ ଏକର ଜମିରେ ପାଣି ରହୁଥିବା ବେଳେ ୨୭ ଚାଷି ୪୦ ରୁ ୪୫ ଏକର ଜମିରେ ରବି ରୁତୁରେ ଧାନ ଚାଷ କରନ୍ତି। ମୁଖ୍ୟ କେନାଲର ଗେଟରେ କବାଟ ଭଲ ଭାବରେ ଲଗା ଯାଇ ନ ଥିବାରୁ ସବୁ ଦିନ ଅନବରତ ପାଣି ବୋହି ଯାଉଛି। ଫଳରେ ପ୍ରକଳ୍ପରେ କ୍ଷମତା ଠାରୁ କମ ପାଣି ରହୁଛି। ଖରିଫ ରୁତୁରେ ଫସଲ ଠିକ ଭାବେ ହେଉଥିବା ବେଳେ ରବି ରୁତୁରେ ପାଣି କମି ଯାଉଥିବାରୁ ଚାଷ ଅମଳ ପର୍ଯ୍ୟନ୍ତ ଯାଇ ପାରୁନାହିଁ। ଫଳରେ ଚାଷି କ୍ଷତି ସହୁଛି। ଏ ସଂକ୍ରାନ୍ତରେ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ନାୟକଙ୍କୁ ପଚାରିବାରୁ ପ୍ରକଳ୍ପରେ ଗେଟ ଲଗାଇବା ସମୟରେ ଠିକ ଥିଲା। ଯେଉଁମାନେ ଗେଟ ଖୋଲୁଛନ୍ତି ସେମାନେ ଠିକ ଭାବେ ଖୋଲୁ ନ ଥିବାରୁ ଗେଟ ଠିକ ଭାବରେ ଲାଗୁ ନାହିଁ। ସେଥିପାଇଁ ପାଣି ଝରୁଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri