ଅଣୁ, କ୍ଷୁଦ୍ର ଉଦ୍ୟୋଗକୁ ଅନୁମୋଦନ ମିଳୁଛି, ଋଣ ମିଳୁନି

ପଟ୍ଟାମୁଣ୍ଡାଇ, ୪ା୩ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଉଦ୍ୟୋଗ ଭଳି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ଅଗ୍ରଣୀ ହୋଇପାରିନାହିଁ। ଉଦ୍ୟୋଗ କ୍ଷେତ୍ରରେ ଜିଲାକୁ ଆଗକୁ ବଢ଼ାଇବା ପାଇଁ ଯେଉଁ ସାମଗ୍ରୀକ ଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ ମିଳିପାରୁନାହିଁ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଲାଗି ଆଗ୍ରହୀ ଯୁବତୀଯୁବକମାନେ ଜିଲା ଶିଳ୍ପ କେନ୍ଦ୍ରରେ ଆବେଦନ କରୁଥିଲେ ମଧ୍ୟ ସବୁ କ୍ଷେତ୍ରରେ ଆର୍ଥତ୍କ ସହାୟତା ମିଳୁନାହିଁ। ଜିଲା ଶିଳ୍ପକେନ୍ଦ୍ର ପ୍ରତିବର୍ଷ ନିଜ ଟାର୍ଗେଟ ପୂରଣ କରୁଥିବା ଦାବି କରୁଥିଲେ ମଧ୍ୟ ଋଣ ମିଳିବାରେ ସମସ୍ୟା ହେଉଛି। ଫଳରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି)ର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ଜିଲା ୨୦୨୧-୨୨ ଆର୍ଥିକ ବର୍ଷରେ ୨୧୨ ନୂଆ ଉଦ୍ୟୋଗକୁ ଋଣ ଅନୁମୋଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୭୦ ଜଣଙ୍କୁ ଅନୁମୋଦନ ମିଳିଥିଲା। ସେହିପରି ୨୦୨୨-୨୩ ବର୍ଷରେ ୨୧୨ନୂଆ ଉଦ୍ୟୋଗକୁ ଋଣ ଅନୁମୋଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୨୫ ଜଣଙ୍କୁ ଅନୁମୋଦନ ମିଳିଛି ବୋଲି ଜିଲା ଶିଳ୍ପକେନ୍ଦ୍ରର ଜେନେରାଲ ମ୍ୟାନେଜର ଗଣେଶ ଚନ୍ଦ୍ର ବେହେରା କହିଛନ୍ତି। ତେବେ ପ୍ରତିବର୍ଷ ଜିଲାରେ ୧୫୦ ଶହରୁ ଊର୍ଦ୍ଧ୍ୱ ନୂଆ ଅଣୁ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଟା ହେଉଛି। କିନ୍ତୁ ଜିଲାରେ ଶିଳ୍ପର ବିକାଶ କାହିଁକି ହୋଇପାରୁନାହଁି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠି କରିଛି।
ପଟ୍ଟାମୁଣ୍ଡାଇ ବ୍ଲକ ବେଲତକ ଗଁାର ଗୀତାଞ୍ଜଳି ମହାପାତ୍ର ପିଏମ୍‌ଇଜିପିରେ ଋଣ ସହାୟତା ଆଣି ଥଣ୍ଡା ପାନୀୟ ଫ୍ୟାକ୍ଟ୍ରି କରିବାକୁ ୨୦୨୨ରେ ଜିଲା ଶିଳ୍ପକେନ୍ଦ୍ରରେ ଆବେଦନ କରିଥିଲେ। ପରେ ସମ୍ପୃକ୍ତ ଋଣକୁ ଅନୁମୋଦନ ମିଳିଥିଲେ ମଧ୍ୟ ସ୍ଥାନୀୟ ବ୍ୟାଙ୍କରୁ ତାଙ୍କୁ ଋଣ ମିଳିପାରିଲା ନାହିଁ। ଏପରି ଅନେକ ବେକାରୀ ଯୁବତୀଯୁବକ ବ୍ୟାଙ୍କକୁ ଦୌଡି ଦୌଡି ନିରାଶ ହେଉଥିବା ଦେଖିବାକୁ ମିଳିଛି। ପରିବାରର ଆର୍ଥତ୍କ ସ୍ଥିତି ଦୁର୍ବଳ ଓ ବନ୍ଧକ ରଖିବା ପାଇଁ ସ୍ଥାବର ସମ୍ପତ୍ତି ନ ଥିବାରୁ ଋଣ ମିଳିପାରୁନାହିଁ ବୋଲି ଜଣାପଡ଼ିଛି। ଯଦି ବନ୍ଧକ ନ ରଖିଲେ ଋଣ ମିଳିବ ନାହିଁ ତେବେ ପିଏମ୍‌ଇଜିପିର ଉଦ୍ଦେଶ୍ୟ କିପରି ପୂରଣ ହେବ ବୋଲି ଆବେଦନକାରୀ ଗୀତାଞ୍ଜଳି କହିଛନ୍ତି। ସେହିଭଳି କଷଣଅଣ୍ଟା ଗଁାର ରୀତାରାଣି ବାରିକ ଅଣୁ ଉଦ୍ୟୋଗପତି କହିଛନ୍ତି, ଜିଲା ଶିଳ୍ପ କେନ୍ଦ୍ରରୁ ଇଡିପି ଟ୍ରେନିଂ ନେଇ ଏକ ମସଲା ଉଦ୍ୟୋଗ କରିବାକୁ ପିଏମ୍‌ଇଜିପିରେ ୮ଲକ୍ଷ ଋଣ ଆବେଦନ କାରିଥିଲି। ଏକ ରାଷ୍ଟ୍ରୀୟ ବ୍ୟାଙ୍କରୁ ଅବଶ୍ୟକଠାରୁ କମ ସାଢେ ୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ବାକି ଅବଶ୍ୟକ ଅର୍ଥ ବ୍ୟକ୍ତିଗତ ଟଙ୍କା ଲଗାଇ ଉଦ୍ୟୋଗ ପ୍ରତିଷ୍ଠା କଲି।
ଲକ୍‌ ଡାଉନ ସମୟରେ ପ୍ରତିଷ୍ଠା ଅଣୁ ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇ ଚାଲିଛି। ଯଦି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆବଶ୍ୟକ ଅର୍ଥ ବ୍ୟାଙ୍କ ପ୍ରଦାନ କରିଥାନ୍ତା, ତେବେ ଏହି ମସଲା ଉଦ୍ୟୋଗ ୫ରୁ ୧୦ ଜଣଙ୍କୁ ନିଯୁକ୍ତି ଦେବା ସହ ନିଜେ ଉପକୃତ ହୋଇପାରିଥାନ୍ତେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏକ ରାଷ୍ଟ୍ରାୟ ବ୍ୟାଙ୍କର ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାର ମୁଦ୍ରା ଯୋଜନାରେ ଆମେ ଶହ ଶହ ଲୋକଙ୍କୁ ଋଣ ଦେଲୁ। ଏବେ ମୁଦ୍ରା ଯୋଜନାରେ ଅନାଦାୟ ଋଣ (ଏନ୍‌ପିଏ) ତାଲିକା ବହୁତ ଲମ୍ବା। ଏହି ଋଣ ଅସୁଲ ପାଇଁ ବିଭାଗର ଚାପ ବଢୁଥିବାବେଳେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଆମେ ଖୋଜି ପାଉନାହୁଁ। ଅଧିକାଂଶ ରାଜ୍ୟ ବାହାରେ ଥିବା ବିଭିନ୍ନ ସୂତ୍ରରୁ ଖବର ମିଳୁଛି। ଏଭଳି ସ୍ଥିତିରେ ଆମେ କାହାଠାରୁ ରଣ ଅସୁଲ କରିବୁ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ମନ୍ତ୍ରଣାଳୟ ପିଏମ୍‌ଇଜିପିରେ ଦେଉଥିବା ଋଣ ପରିମାଣ ଢ଼େର ଅଧିକ। ତେଣୁ ବାଧ୍ୟ ହୋଇ ବିନା ବନ୍ଧକରେ ଋଣ ଦେବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି ସେ କହିଛନ୍ତି। ବୃଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିକ୍ଷିତ ବେକାରୀ ଯୁବତୀଯୁବକ ସଂଖ୍ୟା ଢେର ଅଧିକ। ଜିଲାରେ ସେମାନଙ୍କ ପାଇଁ କୌଣସି କର୍ମ ସଂସ୍ଥାନ ନାହିଁ। କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପିଏମ୍‌ଇଜିପି ମାଧ୍ୟମରେ ଶିକ୍ଷିତ ବେକାରୀ ଯୁବତୀଯୁବକ ଇଡିପି ଦକ୍ଷତା ହାସଲ କରି ଋ଼ଣ ପାଇଁ ଆବେଦନ କରୁଛନ୍ତି। ପରେ ସମ୍ପୃକ୍ତ ଋଣକୁ ଅନୁମୋଦନ ମିଳୁଥିଲେ ମଧ୍ୟ ଅନେକ ବେକାରୀ ଯୁବତୀଯୁବକ ବ୍ୟାଙ୍କକୁ ଦୌଡି ଦୌଡି ନିରାଶ ହେଉଛନ୍ତି। କେହି କେହି ବ୍ୟାଙ୍କରୁ ଆବଶ୍ୟକ ଋଣ ନ ପାଇ କମ୍‌ ଟଙ୍କାରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି କ୍ଷତିଗ୍ରସ୍ତ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇ ଯାଉଛନ୍ତି। ଯାହାଦ୍ୱାରା ବ୍ୟାଙ୍କ ଋଣ ଅସୁଲ ହୋଇ ନ ପାରୁନାହିଁ। ତେବେ ଋଣ ଅନୁମୋଦନରେ ସମସ୍ୟା ହେଉ ନ ଥିଲେ ମଧ୍ୟ ବ୍ୟାଙ୍କଠାରୁ ଋଣ ମିଳିବାରେ ସମସ୍ୟା ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri