ଅଣୁ, କ୍ଷୁଦ୍ର ଉଦ୍ୟୋଗକୁ ଅନୁମୋଦନ ମିଳୁଛି, ଋଣ ମିଳୁନି

ପଟ୍ଟାମୁଣ୍ଡାଇ, ୪ା୩ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଉଦ୍ୟୋଗ ଭଳି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ଅଗ୍ରଣୀ ହୋଇପାରିନାହିଁ। ଉଦ୍ୟୋଗ କ୍ଷେତ୍ରରେ ଜିଲାକୁ ଆଗକୁ ବଢ଼ାଇବା ପାଇଁ ଯେଉଁ ସାମଗ୍ରୀକ ଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ ମିଳିପାରୁନାହିଁ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଲାଗି ଆଗ୍ରହୀ ଯୁବତୀଯୁବକମାନେ ଜିଲା ଶିଳ୍ପ କେନ୍ଦ୍ରରେ ଆବେଦନ କରୁଥିଲେ ମଧ୍ୟ ସବୁ କ୍ଷେତ୍ରରେ ଆର୍ଥତ୍କ ସହାୟତା ମିଳୁନାହିଁ। ଜିଲା ଶିଳ୍ପକେନ୍ଦ୍ର ପ୍ରତିବର୍ଷ ନିଜ ଟାର୍ଗେଟ ପୂରଣ କରୁଥିବା ଦାବି କରୁଥିଲେ ମଧ୍ୟ ଋଣ ମିଳିବାରେ ସମସ୍ୟା ହେଉଛି। ଫଳରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି)ର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ଜିଲା ୨୦୨୧-୨୨ ଆର୍ଥିକ ବର୍ଷରେ ୨୧୨ ନୂଆ ଉଦ୍ୟୋଗକୁ ଋଣ ଅନୁମୋଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୭୦ ଜଣଙ୍କୁ ଅନୁମୋଦନ ମିଳିଥିଲା। ସେହିପରି ୨୦୨୨-୨୩ ବର୍ଷରେ ୨୧୨ନୂଆ ଉଦ୍ୟୋଗକୁ ଋଣ ଅନୁମୋଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୨୫ ଜଣଙ୍କୁ ଅନୁମୋଦନ ମିଳିଛି ବୋଲି ଜିଲା ଶିଳ୍ପକେନ୍ଦ୍ରର ଜେନେରାଲ ମ୍ୟାନେଜର ଗଣେଶ ଚନ୍ଦ୍ର ବେହେରା କହିଛନ୍ତି। ତେବେ ପ୍ରତିବର୍ଷ ଜିଲାରେ ୧୫୦ ଶହରୁ ଊର୍ଦ୍ଧ୍ୱ ନୂଆ ଅଣୁ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଟା ହେଉଛି। କିନ୍ତୁ ଜିଲାରେ ଶିଳ୍ପର ବିକାଶ କାହିଁକି ହୋଇପାରୁନାହଁି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠି କରିଛି।
ପଟ୍ଟାମୁଣ୍ଡାଇ ବ୍ଲକ ବେଲତକ ଗଁାର ଗୀତାଞ୍ଜଳି ମହାପାତ୍ର ପିଏମ୍‌ଇଜିପିରେ ଋଣ ସହାୟତା ଆଣି ଥଣ୍ଡା ପାନୀୟ ଫ୍ୟାକ୍ଟ୍ରି କରିବାକୁ ୨୦୨୨ରେ ଜିଲା ଶିଳ୍ପକେନ୍ଦ୍ରରେ ଆବେଦନ କରିଥିଲେ। ପରେ ସମ୍ପୃକ୍ତ ଋଣକୁ ଅନୁମୋଦନ ମିଳିଥିଲେ ମଧ୍ୟ ସ୍ଥାନୀୟ ବ୍ୟାଙ୍କରୁ ତାଙ୍କୁ ଋଣ ମିଳିପାରିଲା ନାହିଁ। ଏପରି ଅନେକ ବେକାରୀ ଯୁବତୀଯୁବକ ବ୍ୟାଙ୍କକୁ ଦୌଡି ଦୌଡି ନିରାଶ ହେଉଥିବା ଦେଖିବାକୁ ମିଳିଛି। ପରିବାରର ଆର୍ଥତ୍କ ସ୍ଥିତି ଦୁର୍ବଳ ଓ ବନ୍ଧକ ରଖିବା ପାଇଁ ସ୍ଥାବର ସମ୍ପତ୍ତି ନ ଥିବାରୁ ଋଣ ମିଳିପାରୁନାହିଁ ବୋଲି ଜଣାପଡ଼ିଛି। ଯଦି ବନ୍ଧକ ନ ରଖିଲେ ଋଣ ମିଳିବ ନାହିଁ ତେବେ ପିଏମ୍‌ଇଜିପିର ଉଦ୍ଦେଶ୍ୟ କିପରି ପୂରଣ ହେବ ବୋଲି ଆବେଦନକାରୀ ଗୀତାଞ୍ଜଳି କହିଛନ୍ତି। ସେହିଭଳି କଷଣଅଣ୍ଟା ଗଁାର ରୀତାରାଣି ବାରିକ ଅଣୁ ଉଦ୍ୟୋଗପତି କହିଛନ୍ତି, ଜିଲା ଶିଳ୍ପ କେନ୍ଦ୍ରରୁ ଇଡିପି ଟ୍ରେନିଂ ନେଇ ଏକ ମସଲା ଉଦ୍ୟୋଗ କରିବାକୁ ପିଏମ୍‌ଇଜିପିରେ ୮ଲକ୍ଷ ଋଣ ଆବେଦନ କାରିଥିଲି। ଏକ ରାଷ୍ଟ୍ରୀୟ ବ୍ୟାଙ୍କରୁ ଅବଶ୍ୟକଠାରୁ କମ ସାଢେ ୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ବାକି ଅବଶ୍ୟକ ଅର୍ଥ ବ୍ୟକ୍ତିଗତ ଟଙ୍କା ଲଗାଇ ଉଦ୍ୟୋଗ ପ୍ରତିଷ୍ଠା କଲି।
ଲକ୍‌ ଡାଉନ ସମୟରେ ପ୍ରତିଷ୍ଠା ଅଣୁ ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇ ଚାଲିଛି। ଯଦି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆବଶ୍ୟକ ଅର୍ଥ ବ୍ୟାଙ୍କ ପ୍ରଦାନ କରିଥାନ୍ତା, ତେବେ ଏହି ମସଲା ଉଦ୍ୟୋଗ ୫ରୁ ୧୦ ଜଣଙ୍କୁ ନିଯୁକ୍ତି ଦେବା ସହ ନିଜେ ଉପକୃତ ହୋଇପାରିଥାନ୍ତେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏକ ରାଷ୍ଟ୍ରାୟ ବ୍ୟାଙ୍କର ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାର ମୁଦ୍ରା ଯୋଜନାରେ ଆମେ ଶହ ଶହ ଲୋକଙ୍କୁ ଋଣ ଦେଲୁ। ଏବେ ମୁଦ୍ରା ଯୋଜନାରେ ଅନାଦାୟ ଋଣ (ଏନ୍‌ପିଏ) ତାଲିକା ବହୁତ ଲମ୍ବା। ଏହି ଋଣ ଅସୁଲ ପାଇଁ ବିଭାଗର ଚାପ ବଢୁଥିବାବେଳେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଆମେ ଖୋଜି ପାଉନାହୁଁ। ଅଧିକାଂଶ ରାଜ୍ୟ ବାହାରେ ଥିବା ବିଭିନ୍ନ ସୂତ୍ରରୁ ଖବର ମିଳୁଛି। ଏଭଳି ସ୍ଥିତିରେ ଆମେ କାହାଠାରୁ ରଣ ଅସୁଲ କରିବୁ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ମନ୍ତ୍ରଣାଳୟ ପିଏମ୍‌ଇଜିପିରେ ଦେଉଥିବା ଋଣ ପରିମାଣ ଢ଼େର ଅଧିକ। ତେଣୁ ବାଧ୍ୟ ହୋଇ ବିନା ବନ୍ଧକରେ ଋଣ ଦେବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି ସେ କହିଛନ୍ତି। ବୃଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିକ୍ଷିତ ବେକାରୀ ଯୁବତୀଯୁବକ ସଂଖ୍ୟା ଢେର ଅଧିକ। ଜିଲାରେ ସେମାନଙ୍କ ପାଇଁ କୌଣସି କର୍ମ ସଂସ୍ଥାନ ନାହିଁ। କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପିଏମ୍‌ଇଜିପି ମାଧ୍ୟମରେ ଶିକ୍ଷିତ ବେକାରୀ ଯୁବତୀଯୁବକ ଇଡିପି ଦକ୍ଷତା ହାସଲ କରି ଋ଼ଣ ପାଇଁ ଆବେଦନ କରୁଛନ୍ତି। ପରେ ସମ୍ପୃକ୍ତ ଋଣକୁ ଅନୁମୋଦନ ମିଳୁଥିଲେ ମଧ୍ୟ ଅନେକ ବେକାରୀ ଯୁବତୀଯୁବକ ବ୍ୟାଙ୍କକୁ ଦୌଡି ଦୌଡି ନିରାଶ ହେଉଛନ୍ତି। କେହି କେହି ବ୍ୟାଙ୍କରୁ ଆବଶ୍ୟକ ଋଣ ନ ପାଇ କମ୍‌ ଟଙ୍କାରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି କ୍ଷତିଗ୍ରସ୍ତ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇ ଯାଉଛନ୍ତି। ଯାହାଦ୍ୱାରା ବ୍ୟାଙ୍କ ଋଣ ଅସୁଲ ହୋଇ ନ ପାରୁନାହିଁ। ତେବେ ଋଣ ଅନୁମୋଦନରେ ସମସ୍ୟା ହେଉ ନ ଥିଲେ ମଧ୍ୟ ବ୍ୟାଙ୍କଠାରୁ ଋଣ ମିଳିବାରେ ସମସ୍ୟା ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri