କାନପୁର ଡ୍ୟାମ୍‌ ପାଣିରେ ଚାଲିବ ସ୍ଲରି

ଯାଜପୁର,୪ା୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ବିଭିନ୍ନ ନଦୀଗର୍ଭରୁ ସ୍ଲରି ପାଇପ୍‌ ଲାଇନ୍‌ ଯୋଗେ ଖଣିଜ ପଦାର୍ଥ ପରିବହନ ପାଇଁ ୧୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏଥିରେ ବୈତରଣୀ ନଦୀରୁ ୫ଟି ସ୍ଲରି ପାଇପ୍‌ ଲାଇନ ପ୍ରକଳ୍ପ ରହିଛି। ସେଥିମଧ୍ୟରୁ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ଲିଃ ଦ୍ୱାରା ସ୍ଲରି ପାଇପ୍‌ ଲାଇନ ଯୋଗେ ଯୋଡ଼ା/କୋଇଡ଼ାଠାରୁ ଯାଜପୁର ଜିଲା ଦେଇ ପାରାଦୀପକୁ ବାର୍ଷିକ ୩୦ ମେଟ୍ରିକ ଟନ୍‌ ଖଣିଜ ପଦାର୍ଥ ପରିବହନ ହେବ। ଏଥିପାଇଁ ବୈତରଣୀ ନଦୀରୁ ୩୯ କ୍ୟୁସେକ୍‌ ପାଣି ବ୍ୟବହାର କରିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ଅନୁମୋଦନ ଦିଆଯାଇଛି। ଏହି ପାଣି ଯାଜପୁର ଜିଲାର ବୈତରଣୀ ନଦୀର ଉପରମୁଣ୍ଡରେ ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପରୁ ଉଠେଇବାକୁ ନିଷ୍ପତ୍ତି ହୋଇଛି। ତେବେ ରବି ଏବଂ ଖରାଦିନିଆ ଚାଷ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ଫେବୃୟାରୀଠାରୁ ଜୁନ୍‌ ପର୍ଯ୍ୟନ୍ତ କାନପୁର ଜଳସେଚନ ପ୍ରକଳ୍ପରୁ ପାଣି ବ୍ୟବହାର ହୋଇପାରିବ ନାହିଁ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ୪ା୯ା୨୦୨୩ରେ ୱାଟର ଆଲୋକେଶନ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ କାନପୁର ଜଳସେଚନ ପ୍ରକଳ୍ପରୁ ପାଣି ବ୍ୟବହାର କରାଗଲେ ନଦୀଜଳ ଶୁଷ୍କ ହେବା ସହ ଚାଷ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପକାଇବ ବୋଲି ଜଳସମ୍ପଦ ବିଭାଗ ପରୋକ୍ଷରେ ସ୍ବୀକାର କରିଥିବା ସ୍ପଷ୍ଟ ହେଉଛି।
କେନ୍ଦୁଝର ଜିଲା ଗୋନାସିକା ପର୍ବତରୁ ଉପତ୍ତ୍ତି ହୋଇଥିବା ବୈତରଣୀ ନଦୀ ଶୁଷ୍କ ହୋଇଯିବ। ପ୍ରସିଦ୍ଧ ବାରୁଣୀ ସ୍ନାନ ଇତିହାସ ହୋଇଯିବ। ଯାଜପୁର ଜିଲା ସଦର ବ୍ଲକ ସମେତ ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ୧୩,୧୦୦ ହେକ୍ଟର ଚାଷଜମିରେ ହେଉଥିବା ଫସଲ ପାଇଁ ଆଉ ପାଣି ମିଳିବ ନାହିଁ। ଏହି ନଦୀଜଳରେ ୫ଟି ସ୍ଲରି ପାଇପ୍‌ ଲାଇନ୍‌ ନିର୍ମାଣ ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଯାଜପୁର ଜିଲାବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ପୂର୍ବରୁ ଯୋଡ଼ାରୁ ପାରାଦୀପକୁ ଏସାର ଷ୍ଟିଲ୍‌ର ସ୍ଲରି ପାଇପ୍‌ଲାଇନ କାର୍ଯ୍ୟ ଚାଲିଥିବାବେଳେ କଳିଙ୍ଗନଗରକୁ ବିଆରପିଏଲ୍‌ର ସ୍ଲରି ପାଇପ୍‌ଲାଇନ ଯୋଗେ ଲୁହାପଥର ପରିବହନ ଜାରି ରହିଛି। କେନ୍ଦୁଝର ଜିଲା ଯୋଡା ଖଣି ଅଞ୍ଚଳରୁ ପାଇପ୍‌ ଯୋଗେ ଲୁହାପଥର ଓ ପାଣି ଲୁଟ୍‌ କରିବା ପାଇଁ କେତେକ କମ୍ପାନୀ ଧାଡ଼ି ଲଗାଇଛନ୍ତି। ପାଇପ୍‌ ବିଛା ନାମରେ କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର ବ୍ୟାପକ ଜଙ୍ଗଲ ଧ୍ୱଂସ ହେଉଥିବା ଅଭିଯୋଗ ହେଉଛି। ଏହା ପ୍ରାୟ ୭୦ କିମି ସଂରକ୍ଷିତ ଜଙ୍ଗଲ, ୩୦ କିମି ସୁରକ୍ଷିତ ଜଙ୍ଗଲ ଓ ୨୦ କିମି ଅନ୍ୟାନ୍ୟ ଜଙ୍ଗଲ ଦେଇ ଯାଉଥିବା କୁହାଯାଉଛି। ବଡ଼ବିଲ, ରିମୁଲି, କେନ୍ଦୁଝର, ଆନନ୍ଦପୁର, ଯାଜପୁରରୋଡ୍‌, କଳିଙ୍ଗନଗର, ଚଣ୍ଡିଖୋଲ ଦେଇ ପାରାଦୀପକୁ ପାଇପ୍‌ ବିଛା କାମ ଚାଲିଛି। ଭୂତଳ ପାଇପ୍‌ ଯୋଗେ ଲୁହାପଥର ପରିବହନ ପ୍ରକଳ୍ପ ଯଦି ହୋଇ ନ ଥାନ୍ତା ଯୋଡ଼ା, ବଡ଼ବିଲଠାରୁ ପାରାଦୀପ ପର୍ଯ୍ୟନ୍ତ ଲୁହାପଥର ପରିବହନ କରି ଯାଜପୁର ଓ କେନ୍ଦୁଝର ଜିଲାର ୫୦ହଜାରରୁ ଊର୍ଦ୍ଧ୍ୱ ଟ୍ରକ ମାଲିକ ଲାଭବାନ୍‌ ହୋଇଥାନ୍ତେ ବୋଲି ମତପ୍ରକାଶ ପାଇଛି।
ଜଳସମ୍ପଦ ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି ଯେ, ଜେଏସ୍‌ଡବ୍ଲ୍ୟୁ ବୈତରଣୀ ନଦୀର ମିରିଗିସିଂହାଠାରେ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ କରି ବର୍ଷାଦିନେ ପାଣି ଉତ୍ତୋଳନ କରିବ। କାନପୁର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଇନଟେକ୍‌ ୱେଲ୍‌ ସେଠାକୁ ସ୍ଥାନାନ୍ତର କରାଯିବ। କାନପୁର ଡ୍ୟାମ୍‌ର ଉପରମୁଣ୍ଡରେ ପ୍ରାୟ ୧୬୦୦ ମିଟର ଦୂରରେ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ କରାଯିବ। ତେବେ ଜଳସମ୍ପଦ ବିଭାଗର ସମୀକ୍ଷାରୁ ଜଣାପଡିଛି ଯେ, ରବି ଏବଂ ଖରାଦିନିଆ ଚାଷରେ ଜଳର ଅଭାବ ରହିବ। ତେଣୁ କମ୍ପାନୀ ଫେବୃୟାରୀଠାରୁ ଜୁନ ପର୍ଯ୍ୟନ୍ତ କାନପୁର ଡ୍ୟାମ୍‌ରୁ ପାଣି ନ ଉଠାଇଲେ ଅତିକମ୍‌ରେ ୭୫ ପ୍ରତିଶତ ରବି ଓ ଖରାଦିନିଆ ଚାଷ ହୋଇପାରିବ। ଏହିକ୍ରମରେ ଜେଏସ୍‌ଡବ୍ଲ୍ୟୁ କାରଖାନା ପରିସରରେ ଏକ ଜଳଭଣ୍ଡାର ନିର୍ମାଣ କରି ଆବଶ୍ୟକ ଜଳ ଅଭାବ ପୂରଣ କରିପାରିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri