ବସ୍ତି ଲୋକ ପାଇବେ ୩୦ ବର୍ଗମିଟର ଜାଗା

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ବସ୍ତିରେ ରହୁଥିବା ଲୋକମାନଙ୍କୁ ଅତିକମ୍‌ରେ ୩୦ ବର୍ଗମିଟର ଜମି ଉପରେ ଅଧିକାର ପ୍ରଦାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ବସ୍ତିବାସିନ୍ଦା ଭୂମି ଅଧିକାର ଅଧିନିୟମ-୨୦୧୭ର ଧାରା(୩), ଉପଧାରା(୨), ବିଭାଗ(କ) ଅନ୍ତର୍ଗତ ପ୍ରୋଭିଜନ ୨ରେ ସଂଶୋଧନ କରିଛନ୍ତି। ଓଡ଼ିଶା ବସ୍ତିବାସିନ୍ଦାଙ୍କ ପାଇଁ ଜମି ଅଧିକାର ଅଧିନିୟମ-୨୦୧୭ ସହରାଞ୍ଚଳରେ ବସ୍ତି ବାସିନ୍ଦାମାନଙ୍କୁ ଜମି ଅଧିକାର ନ୍ୟସ୍ତ କରାଯିବା ଉଦ୍ଦେଶ୍ୟରେ ପ୍ରଣୟନ କରାଯାଇଛି। ଏହି ଅଧିନିୟମ ଅନୁଯାୟୀ ପୌରପାଳିକାଗୁଡ଼ିକରେ ବାସକରୁଥିବା ବସ୍ତିବାସିନ୍ଦାଙ୍କୁ ସର୍ବାଧିକ ୪୫ ବର୍ଗମିଟର ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦଗୁଡ଼ିକରେ ବାସକରୁଥିବା ବସ୍ତିବାସିନ୍ଦାଙ୍କୁ ସର୍ବାଧିକ ୬୦ ବର୍ଗମିଟର ଜମି ଅଧିକାର ଦେବାର ବ୍ୟବସ୍ଥା ରହିଛି। ତେବେ କୌଣସି ବସ୍ତିବାସିନ୍ଦା ଯଦି ୩୦ ବର୍ଗମିଟରରୁ କମ୍‌ ଜମି ଦଖଲ କରୁଥିବେ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଅନ୍ୟ ସରକାରୀ ବାସଗୃହ ଯୋଜନାରୁ ବଞ୍ଚିତ ହେବେ। ଯଦି ତାଙ୍କ ପାଖରେ କିଛି ଖୋଲା ସ୍ଥାନ ଥିବ ତେବେ ସମ୍ପୃକ୍ତ ବସ୍ତିବାସିନ୍ଦାଙ୍କୁ ଦଖଲରେ ଥିବା ଜମି ସହ ୩୦ ବର୍ଗମିଟର ଜମି ଅଧିକାର ଦିଆଯିବ। ଏହି ପ୍ରସ୍ତାବକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଥିଲା। ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଯେ ବୈଠକରେ ମୋଟ ୧୧ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ଖଣି ପରିଚାଳନାରେ ବ୍ୟାପକ ପରିବର୍ତ୍ତନ ସହିତ ବେନିୟମ ଖଣି କାରବାରକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ଖଣିଜ ପଦାର୍ଥ (ଚୋରି, ଚୋରା ଚାଲାଣ ଓ ବେଆଇନ କାରବାର ଏବଂ ଦଖଲ ମହଜୁଦକରଣ, ବ୍ୟବସାୟ ଓ ପରିବହନ ନିୟନ୍ତ୍ରଣ) ନିୟମ ୨୦୦୭କୁ ସଂଶୋଧନ କରିଛନ୍ତି। ଅଧିନିୟମ ସଂଶୋଧନ ନିୟମାବଳୀ-୨୦୨୧ ଅନୁଯାୟୀ ଦଣ୍ଡ ବ୍ୟବସ୍ଥାକୁ ଅଧିକ କଠୋର କରାଯାଇଛି। ଖଣିଜନିତ ଅପରାଧ ପାଇଁ ଜେଲଦଣ୍ଡର ବ୍ୟବସ୍ଥାକୁ ୧ ବର୍ଷ ପରିବର୍ତ୍ତେ ୨ ବର୍ଷକୁ ବୃଦ୍ଧି କରାଯାଇଛି। ସେହିପରି ଜରିମାନା ରାଶିକୁ ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବରୁ ଅପରାଧ ପାଇଁ ଥିବା ୨୫ ହଜାର ଟଙ୍କା ଜରିମାନାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫୦୦ ଟଙ୍କା ଜରିମାନାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍‌ଲାଇନ, ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବ୍ୟବହାର ଦ୍ୱାରା ଖଣି କାରବାରକୁ ଅଧିକ ସ୍ବଚ୍ଛ କରାଯାଇପାରିବ। ଏଥିସହିତ ସରକାରୀ ଅର୍ଥର ବାଟମାରଣାକୁ ପ୍ରତିହତ କରିବ। ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।
ସେହିପରି ଗ୍ରୀଡ୍‌କୋକୁ ୨୦୧୯-୨୦ ପାଇଁ ଦିଆଯାଇଥିବା ୧୫୦୦ କୋଟି ଟଙ୍କା ଏବଂ ୨୦୨୦-୨୧ ପାଇଁ ଦିଆଯାଇଥିବା ୨୬୦୦ କୋଟି ଟଙ୍କାର ଗ୍ୟାରେଣ୍ଟର ଅବଧି ୨ ବର୍ଷର ମୋରାଟୋରିୟମ ସହିତ ୫ରୁ ୭ ବର୍ଷକୁ ବୃଦ୍ଧି କରାଯାଇଛି। ରାଜ୍ୟ କ୍ୟାବିନେଟରେ ଏହାକୁ ଅନୁମୋଦନ କରାଯାଇଛି। ରାଜ୍ୟ ସରକାର ରାଜ୍ୟସ୍ତରୀୟ କ୍ରୀଡ଼ା ଭିତ୍ତିିଭୂମି ବିକାଶ ପ୍ରକଳ୍ପ ଜରିଆରେ କଳିଙ୍ଗ ଷ୍ଟାଡିୟମର ଭିତ୍ତିିଭୂମି ବିକାଶ ସହିତ ଓଡ଼ିଶାରେ ୨୦୨୩ରେ ପୁରୁଷ ବିଶ୍ୱକପ୍‌ ହକି ଆୟୋଜନ କରିବାକୁ ଯାଉଛନ୍ତି। ଏଥିନିମନ୍ତେ ରାଉରକେଲାଠାରେ ନୂତନ ହକି ଷ୍ଟାଡିୟମ୍‌ର ନିର୍ମାଣ ପାଇଁ ୩୫୬.୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେଥିରୁ ୨୦୨୦-୨୧ ଆର୍ଥିକବର୍ଷରୁ ଆରମ୍ଭ କରି ୩ଟି ଆର୍ଥିକବର୍ଷରେ ୯୦ କୋଟି ଖର୍ଚ୍ଚ କରାଯିବ। ବାକି ଅର୍ଥ ବ୍ୟବସାୟ ସଂଗଠନ, ସାମାଜିକ ଉତ୍ତରଦାୟିତ୍ୱ ପାଣ୍ଠି, ଜିଲା ଖଣିଜ ଫାଉଣ୍ଡେଶନ, ସୁନ୍ଦରଗଡ଼ ଏବଂ ଓଡ଼ିଶା କ୍ରୀଡ଼ା ବିକାଶ ପାଣ୍ଠି(ଓଏସ୍‌ଡିଏଫ୍‌)ରୁ ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟ ୧୬ ମାସରେ ଶେଷ ହେବ। କ୍ରୀଡ଼ା ଓ ଯୁବସେବା ବ୍ୟାପାର ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ରାଜ୍ୟର ୯ଟି ଆଦିବାସୀ ବହୁଳ ଜିଲାରେ ୧୦ଟି ଆଦିବାସୀ ଭାଷାରେ ଶିକ୍ଷାଦାନ କରିବା ପାଇଁ ରାଜ୍ୟ ସରକାର ୨୦୦୮ରେ ୧୦୦ ଠିକା ଆଦିବାସୀ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ଏହି ପଦବୀକୁ ନିୟମିତ କରାଯାଇଛି। ଆଦିବାସୀ, ହରିଜନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗ ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି।
ବେସରକାରୀ ଡିଲରମାନଙ୍କ ଦ୍ୱାରା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଚାରୁରୂପେ ଚାଲୁ କରିବା ପାଇଁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ ୨୦୧୬ର ଧାରା ୪(୬)ରେ ନିର୍ଦ୍ଧାରିତ ସମୟ ସୀମାର ଅବଧି ୫ରୁ ୫ବର୍ଷ ୬ ମାସକୁ ବୃଦ୍ଧି କରାଯାଇଛି। ଏହାକୁ କ୍ୟାବିନେଟ ମୋହର ମାରିଛି।
ଓଡ଼ିଶା ଭେଷଜ ନିୟନ୍ତ୍ରାଳୟ ସେବା (ଭେଷଜ ନିୟନ୍ତ୍ରଣ ପ୍ରଶାସନ) (ନିଯୁକ୍ତି ତଥା ସେବା ସର୍ତ୍ତାବଳୀ) ନିୟମ ୨୦୨୦ ପ୍ରବର୍ତ୍ତନ କରାଯିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନ ସମସ୍ତ ମେଡିକାଲ ଏବଂ ପାରାମେଡିକାଲ ଅନୁଷ୍ଠାନଗୁଡ଼ିକର ପ୍ରଶାସନିକ ଓ ଶିକ୍ଷା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସ୍ବତନ୍ତ୍ର ଭାବେ ଏକ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଏ ନେଇ ରାଜ୍ୟ ସରକାର ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ ୨୦୨୧ ପ୍ରଣୟନ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।
ରାଜ୍ୟରେ ଗୃହ ନିର୍ମାଣ ଚାହିଦା ପୂରଣ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ବୋର୍ଡର ପୁନର୍ବିନ୍ୟାସ ଏବଂ ସଶକ୍ତୀକରଣ କରାଯିବ। ଏହି ଲକ୍ଷ୍ୟରେ ଓଡ଼ିଶା ହାଉସିଂ ବୋର୍ଡ ଅଧିନିୟମ ୧୯୬୮ର କେତେକ ନିୟମାବଳୀକୁ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
ବିଳମ୍ବିତ କିସ୍ତି ପ୍ରଦାନ ଯୋଗୁ ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା ଉପରେ ଧାର୍ଯ୍ୟ ହୋଇଥିବା ୯୯୪.୫୪ ଲକ୍ଷ ଟଙ୍କାର ସୁଧ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପରେ ଧାର୍ଯ୍ୟ ୧୯୨୦.୮୮ ଲକ୍ଷ ଟଙ୍କାର ସୁଧ ଛାଡ଼ କରିବା ସହିତ ଉଭୟ କର୍ତ୍ତୃପକ୍ଷ ଗୃହ ହସ୍ତାନ୍ତରଣ ବା ଆବଣ୍ଟନ ସମୟରେ ବକେୟା ରହିଥିବା ୫୬୬.୫୨ ଲକ୍ଷ ଟଙ୍କା ପରିଶୋଧ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri