ମନ୍ଥର ଗତିରେ ଧାନକିଣା : ଅପେକ୍ଷାରେ ବସିଛନ୍ତି ୨୭ହଜାର ଚାଷୀ

ସୋନପୁର,୩୧।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଧାନ କିଣା ଆରମ୍ଭ ହେବା ଇତିମଧ୍ୟରେ ୪୦ଦିନ ବିତିଲାଣି । ସରକାର ଜିଲାର ଚାଷୀଙ୍କଠାରୁ ୩ ଲକ୍ଷ ୪୦ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଏ ପର୍ଯ୍ୟନ୍ତ ଟାର୍ଗେଟ୍‌ ଦେଇଛନ୍ତି। ମାତ୍ର ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୯ ଲକ୍ଷ ୭୪ ହଜାର ୭୧୬ କୁଇଣ୍ଟାଲ ସଂଗ୍ରହ ହୋଇଛି। ୬୨ଟି ପ୍ୟାକ୍ସ ଓ ୩୮ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନକିଣା ଆରମ୍ଭ କରିଛନ୍ତି। ଚାଷୀଙ୍କ ଟୋକନ୍‌ ଆସିଥିବା ବେଳେ ମଣ୍ଡିରେ ଧାନ ବିକ୍ରି ହୋଇପାରୁନାହିଁ। ମଣ୍ଡିଗୁଠିକରେ ହଜାରେରୁ ଊର୍ଦ୍ଧ୍ୱ ଧାନ ବସ୍ତା ପଡି ରହିଛି। ଧାନକିଣା ସହିତ ମିଲର୍ସଙ୍କ କୌଣସି ସମ୍ପର୍କ ନ ଥିବା ବେଳେ ଜିଲାରେ କିନ୍ତୁ ନିୟମ ଅଲଗା। ମିଲର୍ସ ନ ଆସିଲେ ପ୍ୟାକ୍ସ ଓ ଏସଏଚ୍‌ଜି ଧାନ କିଣୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ହେଲେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଅନ୍ୟପକ୍ଷେ ଡୁଙ୍ଗୁରିପାଲି ବ୍ଲକ ସୁନାପାଲିର ୭ଜଣ ଚାଷୀଙ୍କ ଟୋକନ୍‌ ଲାପ୍ସ ହୋଇଯାଇଛି। ମିଲର୍ସ ଆସୁ ନ ଥିବା ଦର୍ଶାଇ ଏସ୍‌ଏଚ୍‌ଜି ଧାନ କିଣି ନ ଥିଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଜିଲାରେ ମୋଟ ୧୦୫ଟି ମଣ୍ଡି ଖୋଲିଛି। ଖରିଫ ଧାନ ବିକ୍ରି ପାଇଁ ୫୫ହଜାର ୭୦୨ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିମଧ୍ୟରୁ ୩୧ତାରିଖ ସୁଦ୍ଧା ୨୭୭୪୨ଜଣ ଚାଷୀ ମଣ୍ଡିରେ ବିକ୍ରି କରିଛନ୍ତି। ଆହୁରି ୨୭ହଜାର ୯୬୦ଜଣ ଚାଷୀ ଧାନ ବିକ୍ରି କରିବାକୁ ବାକିଥିବା ଜଣାପଡିଛି। ଜିଲାରେ ଗତ ବର୍ଷଠାରୁ ଅଧିକ ୮ହଜାର ଚାଷୀ ଧାନ ବିକିବା ପାଇଁ ପଞ୍ଜୀକରଣ କରିଛନ୍ତି। ସୁବର୍ଣ୍ଣପୁର ଜିଲାର ୪୧ ଓ ସମ୍ବଲପୁର ଜିଲାର ୨ ମିଲର୍ସ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଯୋଗାଣ ନିଗମ ସହିତ ଚୁକ୍ତିନାମା କରିଛନ୍ତି। ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ସମେତ ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଭଳି ଅଣଜଳସେଚିତ ବ୍ଳକ ଅଞ୍ଚଳରେ ସମାନ ଅବସ୍ଥା। ଡୁଙ୍ଗୁରିପାଲି ବ୍ଲକର ତମାମୁରା, ବଡକର୍ଲେ, ସମଲେଇଚୁଆଁ, ବେହେରାମାଲ, ବିନିକା ବ୍ଲକର କଇଁତରା, ବୀରମହାରାଜପୁର ବ୍ଲକ ବହଳପଦର, ହିଲୁଙ୍ଗ, ମୁର୍ଷୁଣ୍ଡି ଓ ଉଲୁଣ୍ଡା ମଣ୍ଡିରେ ଧାନ ବିକ୍ରି ନ ହୋଇ ପଡିରହିଛି। ଧାନ ବିକ୍ରି ବିଳମ୍ବ ହେଉଥିବାରୁ ଋଣ ଟଙ୍କା ସୁଝିବା ପାଇଁ ଚାଷୀଙ୍କ ଉପରେ ଚାପ ପଡୁଛି। ଏହି ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୂପକାର କୁହନ୍ତି, ଧାନ କିଣାରେ ସେମିତି କିଛି ସମସ୍ୟା ନାହିଁ। ଅଧିକ ମିଲର୍ସ ଏହି ପ୍ରକ୍ରିୟାରେ ସାମିଲ ହେଲେ ଧାନକ୍ରୟ ଆହୁରି ତ୍ୱରାନ୍ବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri