ମନ୍ଥର ଉଠାଣ, ଚିନ୍ତାରେ ଚାଷୀ: ମଣ୍ଡିରେ ପଡିଛି ୨ଲକ୍ଷ ୩୦ହଜାରରୁ ଅଧିକ ପ୍ୟାକେଟ ଧାନ

ପଦ୍ମପୁର, ୨୯।୫(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଚଳିତ ରବିଧାନ କିଣାବିକା ଅତି ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଉପଖଣ୍ଡରେ ଚାଷୀଙ୍କ ଅବସ୍ଥା ଶୁଣିବାକୁ କେହି ନାହାନ୍ତି। ଗୋଟିଏ ପଟେ ଧାନ ମଣ୍ଡିରେ ପଡିଥିବାବେଳେ ଧାନ ବିକ୍ରି ପାଇଁ ମିଲର୍ସମାନଙ୍କୁ ଟ୍ୟାଗ୍‌ ଆସୁନାହିଁ। ଯେତିକି ପରିମାଣର ଧାନ ବିକ୍ରି ପାଇଁ ଟ୍ୟାଗ୍‌ ଆସିବା କଥା ସେତିକି ଆସୁ ନ ଥିବାରୁ ଚାଷୀଧାନ ବିକ୍ରି କରିପାରୁ ନାହାନ୍ତି। ଅନ୍ୟ ପକ୍ଷରେ ଦୈନିକ ମଣ୍ଡିରୁ ଧାନ ଉଠାଣରେ ମନ୍ଥରତା ଟୋକନ ସମସ୍ୟା ଜଟିଳ କରୁଛି। ପ୍ରଶାସନ ଧାନ କିଣାବିକା ଠିକ୍‌ଠାକ ଚାଲିଛି ବୋଲି କହୁଥିବା ବେଳେ ବାସ୍ତବଚିତ୍ର କିନ୍ତୁ ଓଲଟା। ଏ ପର୍ଯ୍ୟନ୍ତ ପଦ୍ମପୁର ଉପଖଣ୍ଡର ୫୯ ମଣ୍ଡିରେ ୨ ଲକ୍ଷ ୩୦ହଜାର ୯୦୨ ପ୍ୟାକେଟ ଧାନ ପଡିରହିଛି। ବିଶେଷକରି ପଦ୍ମପୁର, ଜାମସେଟର ଧାରୋଲ, ପାଇକମାଲ ଏବଂ ସୋହେଲା ବ୍ଲକ ଘେସଁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିରହିଛି। ଏ ପର୍ଯ୍ୟନ୍ତ ଉପଖଣ୍ଡର ୩୮୩ ଚାଷୀଙ୍କ ୩ ଲକ୍ଷ ୬ ହଜାର ୧୬୩ ପ୍ୟାକେଟ ଧାନ ବିକ୍ରି ହୋଇସାରିଥିବା ଆର୍‌ଏମ୍‌ସି ସମ୍ପାଦକ ରବିନାରାୟଣ ପଣ୍ଡା ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share