କ୍ୟାମେରା ପାଖେ ମନ୍ଥର, ପରେ କ୍ଷିପ୍ର

ଯାଜପୁର ଅଫିସ,୨୮ା୧୧: ବିଶ୍ୱରେ ଦୁର୍ଘଟଣାଜନିତ ମୃତ୍ୟୁର ପ୍ରାୟ ୧୧% ଭାରତରେ ହେଉଛି। ଓଡ଼ିଶାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା ହେତୁ ପ୍ରାୟ ୫ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ। ଏହି କାରଣରୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଡ୍ରାଇଭିଂ ଇଲେକ୍ଟ୍ରୋନିକ୍‌ ଏନଫୋର୍ସମେଣ୍ଟ ଟୁ ସେଭ୍‌ ହ୍ୟୁମାନ୍‌ ଲାଇଭସ୍‌ (ଦିଶା) ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୬ ନମ୍ବର ଜାତୀୟ ରାଜପଥ (ଏନ୍‌ଏଚ୍‌)ର ଯାଜପୁର ଜିଲା ପାଣିକୋଇଲିଠାରୁ ରାମେଶ୍ୱର ପର୍ଯ୍ୟନ୍ତ ୧୪୦ କି.ମି. ରାସ୍ତାର ୨୪ଟି ସ୍ଥାନରେ ଏଏନ୍‌ପିଆର୍‌(ଅଟୋମେଟିକ ନମ୍ବର ପ୍ଲେଟ ରିକଗ୍‌ନାଇଜେଶନ୍‌) କ୍ୟାମେରା ଲଗାଯାଇଛି। ଦ୍ରୁତଗତିରେ ଯାନବାହନ ଚଳାଚଳ, ବିନା ହେଲମେଟ୍‌, ଭୁଲ ରାସ୍ତାରେ ଚଳାଇବା ଇତ୍ୟାଦି ଉପରେ ଜରିମାନା ଲାଗୁ କରିବାର ବ୍ୟବସ୍ଥା ହୋଇଛି। ଏହି ଯୋଜନାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ନିୟନ୍ତ୍ରଣ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି। ହେଲେ ପ୍ରାୟ ୫ରୁ ୧୦ କି.ମି. ଦୂରତା ମଧ୍ୟରେ ଏହି କ୍ୟାମେରା ସ୍ଥାପନ ହୋଇଥିବାରୁ ଗାଡ଼ିର ଗତିକୁ କେବଳ କ୍ୟାମେରା ନିକଟରେ ନିୟନ୍ତ୍ରଣ କରିଦିଆଯାଉଛି। ପଣେ ପୁଣି କ୍ଷିପ୍ରଗତିରେ ଗାଡ଼ି ଚଳାଯାଉଥିବା ଦେଖିବାକୁ ମିିଳୁଛି। ଫଳରେ ଦୁର୍ଘଟଣା ହ୍ରାସ ଲକ୍ଷ୍ୟ ଏଥିରେ ପରାହତ ହେବ ବୋଲି ମତପ୍ରକାଶ ପାଇଛି।
ଇଣ୍ଟେଲିଜେଣ୍ଟ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ ଉପକରଣ ଏବଂ ସ୍ପିଡ୍‌ ମାପ କ୍ୟାମେରା ସ୍ଥାପନ କରାଯାଇ ଭୁବନେଶ୍ୱର ସହରର କଣ୍ଟ୍ରୋଲ କମାଣ୍ଡ ସେଣ୍ଟର ସହିତ ସଂଯୁକ୍ତ ହୋଇଛି। ଏହି ଉପକରଣଗୁଡ଼ିକ ଗାଡ଼ିର ପଞ୍ଜୀକରଣ ନମ୍ବର ସହିତ ମଧ୍ୟ ସଂଯୋଗ କରାଯାଇଛି। ଯେତେବେଳେ ବି ଏକ ଯାନ ନିର୍ଦ୍ଦିଷ୍ଟ ବେଗ ସୀମା ଅତିକ୍ରମ କରି ଗତି କରେ, ସେତେବେଳେ ଉକ୍ତ କ୍ୟାମେରା ଗାଡ଼ିର ନମ୍ବର ପ୍ଲେଟର ଫଟୋ ଉଠାଇଥାଏ। ସେଥିରେ ଗାଡିର ପଞ୍ଜୀକରଣ ନମ୍ବର ଲେଖାଯାଇଥାଏ। ଉପରୋକ୍ତ ପଞ୍ଜୀକରଣ ନମ୍ବରର ସମ୍ପୂର୍ଣ୍ଣ ସୂଚନା ପାଇବା ପରେ ଗାଡ଼ି ମାଲିକଙ୍କ ନମ୍ବରକୁ ମେସେଜ ଦିଆଯାଇ ଜରିମାନା ଆଦାୟ କରିବାକୁ ପଦକ୍ଷେପ ନିଆଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ୩୫ଟି ଜାତୀୟ ରାଜପଥର ପ୍ରାୟ ୫୫୭୬.୩୭ କିମି ଏବଂ ୬୦ଟି ରାଜ୍ୟ ରାଜପଥର ୪୭୫୦.୪୭ କିମି ରାସ୍ତାରେ ଥିବା ସମସ୍ତ ବ୍ଲାକ ସ୍ପଷ୍ଟ, ଅସୁରକ୍ଷିତ ସ୍ଥାନ ଓ ଗୁରୁତ୍ୱପୂର୍ଣ୍ଣ ଛକଗୁଡ଼ିକରେ ଏଏନ୍‌ପିଆର୍‌ କ୍ୟାମେରା ଲଗେଇବାକୁ ପ୍ରସ୍ତାବ ରହିଛି। ଏହିମର୍ମରେ ପରିବହନ ବିଭାଗ ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଗୋପବନ୍ଧୁ ଏକାଡେମୀର ଡାଇରେକ୍ଟର ଜେନେରାଲଙ୍କୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri