କରୋନାରେ ପୀଡ଼ିତ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ

ବ୍ରାତିସ୍ଲାଭା,୧୯ ।୧୨: ୟୁରୋପୀୟ ଦେଶ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଇଗୋର ମୋତାଭିକ ବି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆ ଜରିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ବ୍ରସଲସରେ ଆୟୋଜିତ ଇୟୁ ସମ୍ମିଳନୀରେ ଯୋଗଦେବା ପରେ କରୋନା ଭାଇରସ ଦ୍ୱାରା ସେ ସଂକ୍ରମିତ ହୋଇଥିବା କହିଛନ୍ତି । ଏବେ କୁହାଯାଉଛି କି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମ୍ୟାକ୍ରୋ ବି ଏହି ସମ୍ମିଳନୀ ମାଧ୍ୟମରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ । ଇୟୁ ସମ୍ମିଳନୀରେ ଯୋଗ ଦେଇ ୨ ଜଣ ବଡ ବଡ ନେତା କରୋନା ଦ୍ୱାରା ସଂକ୍ରମିତ ହେବା ଜଣାପଡିବା ପରେ ଏବେ ସେଥିରେ ଉପସ୍ଥିତ ଥିବା ଅନ୍ୟମାନେ ନିଜ ନିଜକୁ ଆଇସୋଲେଶନରେ ରଖିନେଇଥିବା କୁହାଯାଉଛି । ତେବେ ସ୍ଲୋମାଭକିଆ ପ୍ରଧାନମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଲେଖିଛନ୍ତି, ଆଜି ମୁଁ ତୁମମାନଙ୍କ ମଧ୍ୟରୁ ଜଣେ । ଦୀର୍ଘ ୯ ମାସ ଧରି ମୁଁ ଏମିତି ଲୋକଙ୍କୁ ଦେଖି ଆସୁଛି ଯେଉଁମାନେ କେବଳ ଘରେ ରହି ମାହାମାରୀର ମୁକାବିଲା କରି ଆସୁଛନ୍ତି । ସେମାନେ କରୋନା ପଦକ୍ଷେପ ଓ ସରକାରଙ୍କ ବିରୋଧରେ ଲୋକଙ୍କୁ ଉତ୍ସାହିତ କରୁଛନ୍ତି । ଏଥିରୁ ଜଣାପଡୁଛି ଯେ ସେଗୁଡିକ ଅଧିକ କଷ୍ଟସାଧ୍ୟ ଛୁଟିିଦିନ ହେବାକୁ ଯାଉଛି ।

Share