ବାରଣ୍ଡାରେ ଶୋଇଥିବାବେଳେ ଯୁବକଙ୍କ ଗଳା କାଟିଦେଲେ…

ଝାରସୁଗୁଡା, ୬।୫(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ଲଖନପୁର ଥାନା ଅନ୍ତର୍ଗତ ସୁଲଦିଆ ଲାଲୁମୁଣ୍ଡାରେ ଜଣେ ଯୁବକ ବାରଣ୍ଡାରେ ଶୋଇଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ତାଙ୍କ ଗଳା କାଟି ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ପ୍ରଦୀପ ଭୋଇ (୨୫) ବୋଲି ଜଣା ପଡିଛି । ପ୍ରଦୀପ ଘର ବାରଣ୍ଡାରେ ଶୋଇଥିବାବେଳେ ଗତକାଲି ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଲା କାଟି ଫେରାର୍‌ ହୋଇଯାଇଛନ୍ତି। ଲଖନପୁର ପୋଲିସ, ସାଇଣ୍ଟିଫିକ ଟିମ ଡଗ ସ୍କୁଆଡ଼ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

 

Odisha’s No.1 Odia Daily

Share