ଶାଢ଼ିରେ ଦେଖାଯିବେ ସ୍ଲିମ୍‌

ମହିଳାମାନେ ସାଧାରଣତଃ ନିଜର ମୋଟାପଣକୁ ନେଇ ବହୁ ଚିନ୍ତାରେ ଥାଆନ୍ତି। କେଉଁ ଶାଢ଼ି ପିନ୍ଧିଲେ କେମିତି ଦେଖାଯିବେ, ତାକୁ ନେଇ ସବୁବେଳେ କଳ୍ପନାଜଳ୍ପନା ଲାଗିରହିଥାଏ। ତେଣୁ ଶାଢ଼ିରେ ସ୍ଲିମ୍‌ ଲୁକ୍‌ ଚାହୁଁଥିଲେ ଏହିସବୁ ଟିପ୍ସ ଆପଣାଇପାରିବେ…
ପ୍ରିଣ୍ଟ ଶାଢ଼ି- ସାଧାରଣତଃ ମୋଟା ପ୍ରିଣ୍ଟ ଥିବା ଶାଢ଼ିରେ ମହିଳାମାନେ ବେଶି ମୋଟା ଦେଖାଯାଆନ୍ତି। ତେଣୁ ସରୁ ପ୍ରିଣ୍ଟ ଥିବା ସିଫନ୍‌ କିମ୍ବା କ୍ରେପ୍‌ ଶାଢ଼ି ପିନ୍ଧନ୍ତୁ, ଆପଣ ଅପେକ୍ଷାକୃତ ସ୍ଲିମ୍‌ ଲାଗିବେ।
ସରୁ ବର୍ଡର: ଶାଢ଼ିରେ ଯଦି ମୋଟା ବର୍ଡର ଥାଏ, ତେବେ ନିହାତି ଆପଣ ମୋଟା ଲାଗିବେ। ସ୍ଲିମ୍‌ ଦେଖାଯିବାକୁ ଚାହୁଁଥିଲେ ସରୁ ବର୍ଡର ଥିବା ଶାଢ଼ି ଟ୍ରାଏ କରନ୍ତୁ ଏବଂ ପି୍ଲଟ୍‌ଗୁଡ଼ିକୁ ବି ପତଳା କରନ୍ତୁ।
ଲଙ୍ଗ୍‌ ସ୍ଲିଭ୍‌ ବ୍ଲାଉଜ୍‌: ମୋଟା କି ପତଳା ଦେଖାଯିବେ ତାହା ଆପଣ ପିନ୍ଧିଥିବା ବ୍ଲାଉଜ୍‌ ଉପରେ ବି ନିର୍ଭର କରେ। ତେଣୁ ମୋଟା ହାତକୁ ସ୍ଲିମ୍‌ ଲୁକ୍‌ ଦେବା ପାଇଁ ଶର୍ଟ ସ୍ଲିଭ୍‌ ବ୍ଲାଉଜ୍‌ ପରିବର୍ତ୍ତେ ଲଙ୍ଗ୍‌ ସ୍ଲିଭ୍‌ ବ୍ଲାଉଜ୍‌ ପିନ୍ଧନ୍ତୁ।
ପିନ୍ଧିବା ଶୈଳୀ: ଶାଢ଼ିକୁ ଯଦି ଆପଣ ଢିଲାରେ ପିନ୍ଧୁଛନ୍ତି, ତେବେ ସେଥିରେ ଆପଣ ଯେମିତି ବି ହେଲେ ମୋଟା ଲାଗିବେ। ତେଣୁ ଶାଢ଼ିକୁ ଠିକ୍‌ ଭାବେ ଟାଇଟ୍‌ କରି ପିନ୍ଧନ୍ତୁ ଏବଂ ଠିକ୍‌ ସ୍ଥାନରେ ପିନ୍‌ ଅପ୍‌ କରନ୍ତୁ, ଦେଖିବେ ଫିଗର ସ୍ଲିମ୍‌ ଲାଗିବ।
ଶାଢ଼ି ଚଏସ୍‌: ବନାରସୀ, କାଞ୍ଜିଭରମ୍‌, କଟନ, ମଠା ଭଳି ଭାରି ଶାଢ଼ି ବଡ଼ି ଫ୍ୟାଟ୍‌କୁ ଅଧିକ ହାଇଲାଇଟ୍‌ କରୁଥିବାରୁ ଆପଣ ବେଶି ମୋଟା ଲାଗିବେ। ତେଣୁ ଆପଣ ସିଫନ୍‌ କିମ୍ବା ହାଲ୍‌କା ଫେବ୍ରିକ୍‌ର ଶାଢ଼ି ପିନ୍ଧନ୍ତୁ, ସ୍ଲିମ୍‌ ଲାଗିବେ। ଏହା ସହ ଲାଇଟ୍‌ ପରିବର୍ତ୍ତେ ଡାର୍କ କଲରର ଶାଢ଼ି ଆପଣଙ୍କ ପାଇଁ ପର୍‌ଫେକ୍ଟ ଚଏସ୍‌।
ହେୟାର ଷ୍ଟାଇଲ୍‌ ଏବଂ ଅର୍ନାମେଣ୍ଟସ୍‌- ଷ୍ଟ୍ରେଟ୍‌ ହେୟାର ସ୍ଲିମ୍‌ ଲୁକ୍‌ ଦେଇଥାଏ। ତେଣୁ ଯଦି ଆପଣଙ୍କର କର୍ଲି ହେୟାର ତେବେ ଏହାକୁ ଷ୍ଟ୍ରେଟ୍‌ନିଂ କରିପାରିବେ ନଚେତ୍‌ ଖୋସା ବା ବନ୍‌ ହେୟାର ଷ୍ଟାଇଲ୍‌ ଆପଣେଇପାରିବେ। ଏହା ସହ ସରୁ ନେକ୍‌ଲେସ୍‌ ପିନ୍ଧନ୍ତୁ, ଯାହା ଆପଣଙ୍କୁ ସ୍ଲିମ୍‌ ଏବଂ ଗର୍ଜିୟସ୍‌ ଲୁକ୍‌ ଦେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri