ଶାଢ଼ିରେ ଦେଖାଯିବେ ସ୍ଲିମ୍‌

ମହିଳାମାନେ ସାଧାରଣତଃ ନିଜର ମୋଟାପଣକୁ ନେଇ ବହୁ ଚିନ୍ତାରେ ଥାଆନ୍ତି। କେଉଁ ଶାଢ଼ି ପିନ୍ଧିଲେ କେମିତି ଦେଖାଯିବେ, ତାକୁ ନେଇ ସବୁବେଳେ କଳ୍ପନାଜଳ୍ପନା ଲାଗିରହିଥାଏ। ତେଣୁ ଶାଢ଼ିରେ ସ୍ଲିମ୍‌ ଲୁକ୍‌ ଚାହୁଁଥିଲେ ଏହିସବୁ ଟିପ୍ସ ଆପଣାଇପାରିବେ…
ପ୍ରିଣ୍ଟ ଶାଢ଼ି- ସାଧାରଣତଃ ମୋଟା ପ୍ରିଣ୍ଟ ଥିବା ଶାଢ଼ିରେ ମହିଳାମାନେ ବେଶି ମୋଟା ଦେଖାଯାଆନ୍ତି। ତେଣୁ ସରୁ ପ୍ରିଣ୍ଟ ଥିବା ସିଫନ୍‌ କିମ୍ବା କ୍ରେପ୍‌ ଶାଢ଼ି ପିନ୍ଧନ୍ତୁ, ଆପଣ ଅପେକ୍ଷାକୃତ ସ୍ଲିମ୍‌ ଲାଗିବେ।
ସରୁ ବର୍ଡର: ଶାଢ଼ିରେ ଯଦି ମୋଟା ବର୍ଡର ଥାଏ, ତେବେ ନିହାତି ଆପଣ ମୋଟା ଲାଗିବେ। ସ୍ଲିମ୍‌ ଦେଖାଯିବାକୁ ଚାହୁଁଥିଲେ ସରୁ ବର୍ଡର ଥିବା ଶାଢ଼ି ଟ୍ରାଏ କରନ୍ତୁ ଏବଂ ପି୍ଲଟ୍‌ଗୁଡ଼ିକୁ ବି ପତଳା କରନ୍ତୁ।
ଲଙ୍ଗ୍‌ ସ୍ଲିଭ୍‌ ବ୍ଲାଉଜ୍‌: ମୋଟା କି ପତଳା ଦେଖାଯିବେ ତାହା ଆପଣ ପିନ୍ଧିଥିବା ବ୍ଲାଉଜ୍‌ ଉପରେ ବି ନିର୍ଭର କରେ। ତେଣୁ ମୋଟା ହାତକୁ ସ୍ଲିମ୍‌ ଲୁକ୍‌ ଦେବା ପାଇଁ ଶର୍ଟ ସ୍ଲିଭ୍‌ ବ୍ଲାଉଜ୍‌ ପରିବର୍ତ୍ତେ ଲଙ୍ଗ୍‌ ସ୍ଲିଭ୍‌ ବ୍ଲାଉଜ୍‌ ପିନ୍ଧନ୍ତୁ।
ପିନ୍ଧିବା ଶୈଳୀ: ଶାଢ଼ିକୁ ଯଦି ଆପଣ ଢିଲାରେ ପିନ୍ଧୁଛନ୍ତି, ତେବେ ସେଥିରେ ଆପଣ ଯେମିତି ବି ହେଲେ ମୋଟା ଲାଗିବେ। ତେଣୁ ଶାଢ଼ିକୁ ଠିକ୍‌ ଭାବେ ଟାଇଟ୍‌ କରି ପିନ୍ଧନ୍ତୁ ଏବଂ ଠିକ୍‌ ସ୍ଥାନରେ ପିନ୍‌ ଅପ୍‌ କରନ୍ତୁ, ଦେଖିବେ ଫିଗର ସ୍ଲିମ୍‌ ଲାଗିବ।
ଶାଢ଼ି ଚଏସ୍‌: ବନାରସୀ, କାଞ୍ଜିଭରମ୍‌, କଟନ, ମଠା ଭଳି ଭାରି ଶାଢ଼ି ବଡ଼ି ଫ୍ୟାଟ୍‌କୁ ଅଧିକ ହାଇଲାଇଟ୍‌ କରୁଥିବାରୁ ଆପଣ ବେଶି ମୋଟା ଲାଗିବେ। ତେଣୁ ଆପଣ ସିଫନ୍‌ କିମ୍ବା ହାଲ୍‌କା ଫେବ୍ରିକ୍‌ର ଶାଢ଼ି ପିନ୍ଧନ୍ତୁ, ସ୍ଲିମ୍‌ ଲାଗିବେ। ଏହା ସହ ଲାଇଟ୍‌ ପରିବର୍ତ୍ତେ ଡାର୍କ କଲରର ଶାଢ଼ି ଆପଣଙ୍କ ପାଇଁ ପର୍‌ଫେକ୍ଟ ଚଏସ୍‌।
ହେୟାର ଷ୍ଟାଇଲ୍‌ ଏବଂ ଅର୍ନାମେଣ୍ଟସ୍‌- ଷ୍ଟ୍ରେଟ୍‌ ହେୟାର ସ୍ଲିମ୍‌ ଲୁକ୍‌ ଦେଇଥାଏ। ତେଣୁ ଯଦି ଆପଣଙ୍କର କର୍ଲି ହେୟାର ତେବେ ଏହାକୁ ଷ୍ଟ୍ରେଟ୍‌ନିଂ କରିପାରିବେ ନଚେତ୍‌ ଖୋସା ବା ବନ୍‌ ହେୟାର ଷ୍ଟାଇଲ୍‌ ଆପଣେଇପାରିବେ। ଏହା ସହ ସରୁ ନେକ୍‌ଲେସ୍‌ ପିନ୍ଧନ୍ତୁ, ଯାହା ଆପଣଙ୍କୁ ସ୍ଲିମ୍‌ ଏବଂ ଗର୍ଜିୟସ୍‌ ଲୁକ୍‌ ଦେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri