ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ …

ନୂଆଦିଲ୍ଲୀ, ୨୪।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬ ହଜାର ୬୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୩୯ ମୃତ୍ୟୁ ସଂଖ୍ୟା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ସେହିପରି ୨ ଲକ୍ଷ ୪୩ ହଜାର ୪୯୫ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୨୨ ଲକ୍ଷ ୪୯ ହଜାର ୩୩୫ ରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୨୦.୭୫ ପ୍ରତିଶତ ରହିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୮୪୮ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୩ କୋଟି ୯୫ ଲକ୍ଷ ୪୩ ହଜାର ୩୨୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ କୋଟି ୬୮ ଲକ୍ଷ ୪ ହଜାର ୧୪୫ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ ୧୬୨ କୋଟି ୨୬ ଲକ୍ଷ ୭ ହଜାର ୫୧୬ ଜଣଙ୍କୁ ଟିକାଦାନ କରାଯାଇଛି। ସେଥିମଧ୍ୟରେ ୮୮ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୬୮ କୋଟି ୬୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share