Categories: ଫୁରସତ

ଦିନକୁ ଶୁଅନ୍ତି ୨୨ ଘଣ୍ଟା

ଲଣ୍ଡନ: ମଣିଷ ତା’ ଥକାପଣ ମେଣ୍ଟାଇବାକୁ କିଛି ସମୟ ଶୋଇଥାଏ। ଏଥିସହ ଡାକ୍ତରଙ୍କ ପରାମର୍ଶ ମୁତାବକ, ଦିନକୁ ମୁଖ୍ୟତଃ ୮ ଘଣ୍ଟା ଶୋଇବା ଉଚିତ୍‌। ହେଲେ ବ୍ରିଟେନ୍‌ର ଜଣେ ମହିଳା ଦିନର ୨୪ ଘଣ୍ଟାରୁ ୨୨ ଘଣ୍ଟା ଶୋଉଥିବା ଜଣାପଡ଼ିଛି। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ମୁତାବକ, ୩୮ ବର୍ଷୀୟା ଜୋଆନା କକ୍ସ ରିୟଲ ଜୀବନର ସ୍ଲିପିଂ ବ୍ୟୁଟି କୁହାଯାଉଛି। କାରଣ ସେ ଦିନର ୨୨ ଘଣ୍ଟା କେବଳ ଶୋଇବାରେ ହିଁ ବିତାଇ ଦେଉଛନ୍ତି। ଆମେ ଶୋଇବା ସମୟରେ ବାରମ୍ବାର ଉଠି ପାଣି ପିଇଥାଉ। ହେଲେ ତାଙ୍କୁ ଶୋଇବା ସମୟରେ କୌଣସି ଖାଦ୍ୟପେୟର ଆବଶ୍ୟକତା ପଡ଼େନାହିଁ। ଏକ ଆଶ୍ଚର୍ଯ୍ୟର କଥା କି ସେ ଥରେ ଲଗାତର ଭାବେ ୪ ଦିନ ଶୋଇଥିଲେ। ତାଙ୍କୁ ତା’ ବାବଦରେ ଜଣାପଡ଼ି ନ ଥିଲା। ସେ ନିଜକୁ ଅନେକ ସମୟରେ ଶୋଇବା ଅବସ୍ଥାରେ ହିଁ ପାଇଥାନ୍ତି। ସେ ଯେତେବେଳେ ବାହାରକୁ ଯାଆନ୍ତି, ସେଠାରେ ମଧ୍ୟ ଶୋଇପଡ଼ନ୍ତି। ରିପୋର୍ଟ ମୁତାବକ, ଏହା ଏକ ଅଜବ ରୋଗ। ଯାହାଫଳରେ ବ୍ୟକ୍ତି ଜାଣିକି ମଧ୍ୟ ବହୁତ ସମୟ ପର୍ଯ୍ୟନ୍ତ ଚେଇଁପାରନ୍ତିନି। ଆଇଡିଓପାଥିକ ହାଇପରସୋମ୍‌ନିଆ ଏକ ଜଟିଳ ରୋଗ, ଯେଉଁଥିରେ ଦୁନିଆର ବହୁତ କମ୍‌ ଲୋକ ଶିକାର ହୋଇଥା’ନ୍ତି। ଏହା ଦ୍ୱାରା ଜଣେ ବ୍ୟକ୍ତି ନିଜ ନିଦ ଉପରେ ନିୟନ୍ତ୍ରଣ ରଖିପାରି ନ ଥା’ନ୍ତି।

Share