Categories: ଜାତୀୟ

ଡ୍ୟୁଟିରେ ନିଦ: ନିଲମ୍ବିତ ସିଆଇଏସଏଫ୍‌ ଗାର୍ଡଙ୍କ ଆବେଦନ ଖାରଜ…

ମୁମ୍ବାଇ,୨୩।୧୧ : ଡ୍ୟୁଟିରେ ଥିବାବେଳେ ଶୋଇବା କାରଣରୁ ନିଲମ୍ବିତ ହୋଇଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ଗାର୍ଡଙ୍କ ଦଣ୍ଡାଦେଶ କୋହଳ କରିବାକୁ ବମ୍ବେ ହାଇକୋର୍ଟ ମନା କରି ଦେଇଛନ୍ତି। ତାଙ୍କୁ ନାଗପୁରର ମାଉଡା ଥର୍ମାଲ ପାୱାର ପ୍ଲାଣ୍ଟରେ ପୋଷ୍ଟ କରାଯାଇଥିଲା।

ହାଇକୋର୍ଟ ଉଲ୍ଲେଖ କରିଛନ୍ତି ଯେ କନଷ୍ଟେବଳ ଜନସାଧାରଣଙ୍କ ଏକ ପ୍ରତିଷ୍ଠାନର ସୁରକ୍ଷା ପାଇଁ ନିୟୋଜିତ ଏକ ଶୃଙ୍ଖଳିତ ସୁରକ୍ଷା ବଳର ସଦସ୍ୟ ଥିଲେ। ଏହି ମନ୍ତବ୍ୟ ସହିତ ହାଇକୋର୍ଟର ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ ଅଭୟ ଅହୁଜା କନଷ୍ଟେବଳଙ୍କ ଆବେଦନକୁ ଖାରଜ କରିଛନ୍ତି। ମାର୍ଚ୍ଚ ୨୦୨୧ରେ କନଷ୍ଟେବଳ ସନ୍ତୋଷ ରମେଶଙ୍କୁ ସିଆଇଏସଏଫରୁ ଡ୍ୟୁଟି ସମୟରେ ନିଦ ଯୋଗୁ ନିଲମ୍ବିତ କରାଯାଇଥିଲା।

Share