ସୁନିଦ୍ରା ଅନ୍ତରାଳେ…

ନିଜକୁ ସୁସ୍ଥ ରଖିବା ପଛରେ ନିଦ୍ରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ଅସନ୍ତୁଳନ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ତେଣୁ ଭଲ ନିଦ ପାଇଁ କେତୋଟି ବିଷୟ ଉପରେ ଦୃଷ୍ଟି ଦେବା ଦରକାର। ବେଡ୍‌ରୁମ୍‌ର ପରିବେଶକୁ ସବୁବେଳେ ଶାନ୍ତ ରଖନ୍ତୁ। ରାତିରେ ଆଦୌ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ରାତ୍ରଭୋଜନ ଏବଂ ଶୋଇବା ମଧ୍ୟରେ ଅତିକମ୍‌ରେ ଦୁଇ ଘଣ୍ଟା ବ୍ୟବଧାନ ରହିଲେ ଭଲ। ଶୋଇବାକୁ ଯିବା ପୂର୍ବରୁ ଟିଭି ଦେଖିଲେ ତାହାର ପ୍ରଭାବ ନିଦ୍ରା ଉପରେ ପଡିଥାଏ। ତେଣୁ ଏଭଳି ଅଭ୍ୟାସଠାରୁ ଦୂରେଇ ରହିବା ଭଲ। ଯଦି ଦୀର୍ଘ ଦିନ ଧରି ନିଦ୍ରାଜନିତ ସମସ୍ୟା ଦେଖାଯାଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଶୋଇବା ସମୟରେ ଏପରି କଥା ଚିନ୍ତା କରନ୍ତୁ ନାହିଁ, ଯାହା ମନରେ ଟେନସନ ସୃଷ୍ଟି କରିବ। କାରଣ ଏହା ନିଦ୍ରାରେ ବାଧକ ସାଜିଥାଏ। କାରଣ ଥଣ୍ଡା ମିଜାସରେ ଭଲ ନିଦ ହୋଇଥାଏ।