Categories: ଜାତୀୟ

ନିଦ୍ରା ପାଲଟିଲା ମହାନିଦ୍ରା: ୧୬ ଶ୍ରମିକ ମୃତ

ଜଲଗାଓ୍ବଁ,୧୫।୨: ମହାରାଷ୍ଟ୍ର ଜଲଗାଓ୍ବଁରେ ଏକ ସଡ଼କ ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଅମୃତ ଭଣ୍ଡା ବୋଝେଇ ଟ୍ରକ୍‌ ଜଲଗାଓ୍ବଁର ରାବେରକୁ ଯାଉଥିଲା। ତେବେ ରବିବାର-ସୋମବାର ବିଳମ୍ବିତ ରାତ୍ରରେ କିନଗାଓ୍ବଁ ନିକଟରେ ଟ୍ରକ୍‌ଟି ଭାରସାମ୍ୟ ହାରଇ ଓଲଟି ପଡ଼ିଥିଲା। ଏଥିରେ ଶୋଇଥିବା ଶ୍ରମିକମାନଙ୍କ ନିଦ୍ରା ମହାନିଦ୍ରାରେ ପରିଣତ ହୋଇଛି। ଏଥିରେ ଆହତ ହୋଇଥିବା ଶ୍ରମିକମାନଙ୍କୁ ଉଦ୍ଧାର କରି ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ରହିଛନ୍ତି। ସେମାନଙ୍କର ପରିଚୟ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Share