ଦୈନିକ ୭ ଘଣ୍ଟା ଶୁଅନ୍ତୁ,ନଚେତ…

ସୁନିଦ୍ରା ସୁସ୍ଥ ଜୀବନର ଚାବିକାଠି। କାରଣ ସୁସ୍ଥ ଏବଂ ନିରୋଗ ରହିବା ସକାଶେ ପ୍ରତ୍ୟେହ ଆବଶ୍ୟକ ମୁତାବକ ନିଦ୍ରାର ଆବଶ୍ୟକତା ରହିଛି। ମାତ୍ର ଆଜିକାଲିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା କାରଣରୁ ଅନେକେ ନିଜର ଶୋଇବା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଫଳରେ ନିଦ୍ରାହିନତା ଏକ ଅଭ୍ୟାସରେ ପରିଣତ ହୋଇଥାଏ। ମାତ୍ର ଏପରି କରିବା ଅନୁଚିତ। ସ୍ବାସ୍ଥ୍ୟଗତ କାରଣରୁ ଏହା ବିଭିନ୍ନ ରୋଗର କାରଣ ହୋଇପାରେ।

କୁହାଯାଏ ଶୀଘ୍ର ଶୋଇ ସୂର୍ଯ୍ୟଦୋୟ ପୂର୍ବରୁ ଶର୍ଯ୍ୟା ତ୍ୟାଗ କରିବା ଉଚିତ୍‌। ହେଲେ ପ୍ରତ୍ୟେହ ଶରୀରକୁ ୭ ଘଣ୍ଟାର ବିଶ୍ରାମ ଦେବା ଆବଶ୍ୟକ। କହିବାର ତାତ୍ପର୍ଯ୍ୟ ୭ ଘଣ୍ଟା ଶୋଇବା ନିହାତି ଜରୁରୀ। ଯଦି ଏପରି ନ କରୁଥାନ୍ତି ତେବେ ଏସବୁ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ।

-ମଧୁମେହ ପ୍ରକାର-୨ ଏବଂ ହୃଦରୋଗ ଆଶଙ୍କା ବଢ଼ିଥାଏ।
– ପାଚନତନ୍ତ୍ର ଓ ପାଚନକ୍ରିୟା ପ୍ରଭାବିତ ହୋଇଥାଏ।
– କମ୍‌ ବୟସରେ ବାର୍ଦ୍ଧକ୍ୟ ଏବଂ ମୃତ୍ୟୁ କରିଥାଏ।
-ଜନ୍ମଧାରଣ କ୍ଷମତା ପ୍ରଭାବିତ ହୋଇଥାଏ।
-ଶରୀରରେ ଚର୍ବି ପରିମାଣ ବୃଦ୍ଧି ପାଇଥାଏ।