୩,୫୪୩ ୟୁନିଟ୍‌ ଯାନ ବିକ୍ରି କରିଛି ସ୍କୋଡା

ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ଚଳିତ ବର୍ଷ ସେପ୍ଟେମ୍ବରରେ ୩,୫୪୩ ୟୁନିଟ୍‌ ଯାନ ବିକ୍ରି କରିଛି। ଫଳରେ ଗତ ବର୍ଷ ସେପ୍ଟେମ୍ବର ତୁଳନାରେ କମ୍ପାନୀର ବିକ୍ରି ଅଭିବୃଦ୍ଧି ୧୭%ରୁ ଅଧିକ ରହିଛି। ଏପରିକି ୨୦୨୧ ସେପ୍ଟେମ୍ବରରେ କମ୍ପାନୀ ୩,୦୨୭ ୟୁନିଟ୍‌ କାର ବିକ୍ରି କରିଥିଲା। ବିଶେଷକରି ଉଚ୍ଚସ୍ତରର ସ୍ଥାନୀୟକରଣ ଏବଂ ନିର୍ମାଣ ସହ ଚେକ୍‌ ଆଧାରିତ କମ୍ପାନୀ ବର୍ଷକୁବର୍ଷ ବିକ୍ରି ଅଭିବୃଦ୍ଧି ରେକର୍ଡ କରିଛି।

ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପେଟ୍ର ସୋଲ କହିଛନ୍ତି, ଭାରତ ବଜାରରେ ସ୍କୋଡାର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଏହା ଏକ ଉତ୍କୃଷ୍ଟ ଫଳାଫଳ ଏବଂ ଆମର ଦଳ ଓ ଡିଲର ସହଭାଗୀମାନଙ୍କର ସମସ୍ତ କଠିନ ପରିଶ୍ରମର ଏକ ବଡ଼ ସ୍ବୀକୃତି ବୋଲି ସେ ମତବ୍ୟକ୍ତ କରିଛନ୍ତି। ବିଶେଷକରି କୁଶାକ ଏବଂ ସ୍ଲାଭିଆ ଭଳି ମଡେଲ ଭାରତ ବଜାରରେ ସଫଳତାର ସହ ପ୍ରତିଷ୍ଠିତ ହୋଇଛି।

ଏପରିକି କମ୍ପାନୀର ସମସ୍ତ ଗାଡିର ବିକ୍ରୟ ବୃଦ୍ଧି ପରିଚାଳିତ ରହିଛି, ଏହା ସହିତ ଅକ୍ଟୋଭିଆ ଏବଂ ସୁପର୍ବ ପରି ଡି-ସେଗ୍‌ମେଣ୍ଟ ଉପତ୍ାଦଗୁଡିକ ମଧ୍ୟ ନିଜ ନିଜ ବର୍ଗରେ ଅଗ୍ରଣୀ ରହିଛନ୍ତି। ଆମର ଧ୍ୟାନ ବର୍ତ୍ତମାନ ଗ୍ରାହକଙ୍କ ସନ୍ତୁଷ୍ଟିକୁ ବଢାଇବା ଏବଂ ସମଗ୍ର ଭାରତରେ ସ୍କୋଡା ଗ୍ରାହକଙ୍କ ସ୍ପର୍ଶ ବିନ୍ଦୁ (ଟଚ୍‌ ପଏଣ୍ଟ) ବୃଦ୍ଧି ଉପରେ ରହିଛି। ସେହିପରି ୨୦୨୧ ଡିସେମ୍ବରରେ କମ୍ପାନୀର ୧୭୫ ସ୍ପର୍ଶ ବିନ୍ଦୁ ରହିଥିଲା ବେଳେ ୨୦୨୨ ଶେଷ ସୁଦ୍ଧା ତାହା ୨୫୦ରେ ପହଞ୍ଚତ୍ବା ଲକ୍ଷ୍ୟରେ ରହିଛି। ଏପରିକି ନିଜର ପହଞ୍ଚ ୨୦୫ରୁ ଅଧିକ ସ୍ପର୍ଶ ବିନ୍ଦୁକୁ ବିସ୍ତାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri