ଚର୍ମ ସମସ୍ୟା ଓ ମୋବାଇଲ

ଆଜିକାଲି ମୋବାଇଲ ବ୍ୟବହାର କରିବା ଏକ ସାଧାରଣ କଥା ପାଲଟି ଗଲାଣି। କାରଣ କେବଳ କାହା ସହ କଥାବାର୍ତ୍ତା ହେବା ନୁହେଁ, ବିଭିନ୍ନ ବିଷୟରେ ଜାଣିବାର ଏହା ହେଉଛି ଏକ ସହଜ ମାଧ୍ୟମ। ତେବେ ଏହାର ଆବଶ୍ୟକତାଠାରୁ ଅଧିକ ବ୍ୟବହାର ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଡାକିଆଣିପାରେ। ଏଭଳି ସତର୍କ ସୂଚନା ଦେଇଛନ୍ତି ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ। ସେମାନେ ଏକ ଗବେଷଣାରୁ ଜାଣିପାରିଛନ୍ତି ଯେ ଆବଶ୍ୟକତାଠାରୁ ଅଧିକ ମୋବାଇଲ ବ୍ୟବହାର କଲେ ଚର୍ମଜନିତ ସମସ୍ୟା ଦେଖାଦେବାର ଯଥେଷ୍ଟ ଆଶଙ୍କା ରହିଛି। କାରଣ ଟଚ୍‌ ସ୍କ୍ରିନ୍‌ ମୋବାଇଲକୁ ବାରମ୍ବାର ଆଙ୍ଗୁଠିରେ ଛୁଇଁବା ଦ୍ୱାରା ମୋବାଇଲ ସ୍କ୍ରିନରୁ ନିର୍ଗତ ରେଡିଏସନ ଚର୍ମକୁ ପ୍ରଭାବିତ କରିଥାଏ। ଏପରି କି କେତେକ କ୍ଷେତ୍ରରେ ଆଙ୍ଗୁଠି ଚର୍ମର ରଙ୍ଗ କଳାପଡିବାର ଦେଖା ଯାଇଥାଏ ବୋଲି ସେମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଳେଖ କରିଛନ୍ତି।