
ଦେବଗଡ,୨୯।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ କୋରଡକୋଟ ଜଙ୍ଗଲ ମଧ୍ୟରେ ଏକ ମଣିଷ କଙ୍କାଳ ଠାବ ହୋଇଥିବା ଜଣାପଡିଛି।
କେତେକ ଲୋକ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ କୋରଡକୋଟ (କାଇଝରଣ)ଘଞ୍ଚ ଜଙ୍ଗଲ ମଧ୍ୟରେ କୋଣସି ଏକ ଅଜଣା ବ୍ୟକ୍ତିଙ୍କର କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ । ଏ ନେଇ ସେମାନେ ଦେବଗଡ଼ ଥାନା ପୋଲିସକୁ ସୂଚନା ଦେବାରୁ ପୋଲିସ ଏକ ମାମଲା ଋଜୁକରିବା ସହ ସବଇନ୍ସପେକ୍ଟର ବିନୟ କେର୍କେଟା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କଙ୍କାଳ ଠାବ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ପାରିପାର୍ଶ୍ୱୀକ ପରିସ୍ଥିତି ଏବଂ କଙ୍କାଳର ସ୍ଥିତିକୁ ଅନୁଧ୍ୟାନ କଲେ ପ୍ରାୟ ଏକ ମାସରୁ ଅଧିକ ସମୟ ଏହା ସେଠାରେ ପଡି ରହିଥିବା ଅନୁମାନ କରାଯାଉଛି । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଆବଶ୍ୟକ ପ୍ରକ୍ରୀୟା ସମ୍ପାଦକ କରିବା ପରେ ଉକ୍ତକଙ୍କାଳ ଉଦ୍ଧାର କରାଯାଇ ପରୀକ୍ଷା ନିମନ୍ତେ ପଠାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।