ନିଖୋଜ ଯୁବକଙ୍କ ମିଳିଲା କଙ୍କାଳ

ପୋଲସରା,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ମନ୍ଦାର-କେନ୍ଦୁବାଡ଼ି ରାସ୍ତା ନିକଟ ରତନେଇ ପାହାଡ଼ରୁ ପୋଲିସ ସୋମବାର ଜଣେ ନିଖୋଜ ଯୁବକଙ୍କ କଙ୍କାଳ ଜବତ କରିଛି। ମନ୍ଦାର ଗ୍ରାମର କୋକଲି ମଳିକଙ୍କ ପୁଅ କାହ୍ନା (୨୫) ଗତ ୨୬ ତାରିଖରୁ ନିଖୋଜ ହୋଇଯାଇଥିବା ନେଇ ପୋଲସରା ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ରବିବାର ସନ୍ଧ୍ୟାରେ ଜଣେ ବୃଦ୍ଧ ଗାଈ ଚରାଇବାକୁ ଯାଇଥିବା ବେଳେ ପାହାଡ ତଳେ ଏକ ମଣିଷ କଙ୍କାଳ ପଡିଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଷାକ ଦେଖି ପୁଅର ମୃତଦେହ ଚିହ୍ନଟ କରିଥିଲେ। ସୋମବାର ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ଏସ୍‌ଆଇ ସୁମନ ବେହେରା ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖପୁରୀ ଓ କଙ୍କାଳ ଜବତ କରି ପରୀକ୍ଷା ପାଇଁ ପଠାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।