ଦେଢ଼ ମାସ ହେଲା ନିଖୋଜ ଥିଲେ, ନାଲସିଂ ପାହାଡ଼ରୁ ମିଳିଲା କଙ୍କାଳ; ପାଖରେ ପଡ଼ିଛି ବାଇକ, ମୋବାଇଲ…

ନିରାକାରପୁର,୨୯ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ବ୍ୟକ୍ତି ଗତ ଦେଢ଼ମାସ ହେଲା ଘରୁ ନିଖୋଜ ଥିବାବେଳେ ବୁଧବାର ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ନାଲସିଂସ୍ଥିତ ଅଟଳା ପାହାଡ଼ ନିକଟ ଏକ ବୁଦାମୂଳରୁ ତାଙ୍କର କଙ୍କାଳ ମିଳିଛି। କଙ୍କାଳ ପାଖରୁ ୨ଟି ମୋବାଇଲ ଫୋନ୍‌, ପ୍ୟାନକାର୍ଡ, ଏଟିଏମ୍‌ କାର୍ଡ ସହ ଏକ ବାଇକ (ନଂ. ଓଡି -୦୨ ପି-୬୮୯୮)କୁ ପୋଲିସ ଜବତ କରିଛି। ମୃତକ କଟକ ଜିଲା ନିଆଳି ଥାନା ଅଧିନସ୍ଥ କୂଳଶ୍ରୀ ଗ୍ରାମର ସୁନୀଲ ସାହୁ (୩୫)ବୋଲି ଜଣାପଡ଼ିଛି। ତେବେ ତାଙ୍କର ମୃତ୍ୟୁ କିପରି ହେଲା ଏବଂ ସେଠାରେ କିପରି ମୃତଦେହ ପଡ଼ିଲା ସେ ନେଇ କିଛି ସ୍ପଷ୍ଟ ହୋଇପାରି ନ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।
ଜଙ୍କିଆ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ବୁଧବାର ନାଲସିଂହ ଗ୍ରାମର କେତେଜଣ ବ୍ୟକ୍ତି ଜାଳେଣି କାଠ ପାଇଁ ଅଟଳା ପାହାଡ଼ ପାଖକୁ ଯାଉଥିଲେ। ପ୍ରଥମେ ରାସ୍ତାରେ ଏକ ବାଇକ ପଡ଼ିରହିଥିବା ସେମାନେ ଦେଖିବାକୁ ପାଇଥିଲେ। ତେବେ କିଛି ବାଟ ଆଗକୁ ଯିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ କଙ୍କାଳ ପଡ଼ିଥିବା ଦେଖିଥିଲେ। ବାଇକ୍‌ ନମ୍ବରରୁ ଘରର ଠିକଣା ପାଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୃତକଙ୍କ ବାପା ଅମୂଲ୍ୟ ସାହୁଙ୍କ କହିବା ଅନୁଯାୟୀ, ସୁନୀଲ ଏଇ ୪ମାସ ହେଲା ବିବାହ କରିଥିଲେ। ସେ ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ଏକ ମୋବାଇଲ ଦୋକାନ ଖୋଲିଥିଲେ। ଦେଢ଼ମାସ ତଳେ ସେ ହଠାତ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ପକ୍ଷରୁ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳି ନ ଥିଲା। ମଞ୍ଚେଶ୍ୱର ଥାନାରେ ଏ ନେଇ ନିଖୋଜ ଅଭିଯୋଗ କରି ଖୋଜାଖୋଜି ଜାରି ରଖିଥିବାବେଳେ ପାରିବାରିକ ଅଶାନ୍ତିରୁ ସେ ଘର ଛାଡ଼ିଥିବା ବାପା ଅଭିଯୋଗ କରିଛନ୍ତି। ତେବେ ଏଠାକୁ ସୁନୀଲ କିପରି, କାହିଁକି ଓ କାହା ସହିତ ଆସିଥିଲେ। ଯଦି ଆସିଲେ ସେ ଏକୁଟିଆ ଥିଲେ ନାଁ ତାଙ୍କ ସାଙ୍ଗରେ କିଏ ଥିଲେ। ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କିଏ ହତ୍ୟା କରିଛି, ତାହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଙ୍କିମାରୁଛି। ଏ ନେଇ ଜଙ୍କିଆ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା (ନଂ. ୨୬/୨୫) ରୁଜୁ କରାଯାଇ ଜବତ କଙ୍କାଳକୁ ଖୋର୍ଦ୍ଧା ସରକାରୀ ମେଡିକାଲରେ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ବେହେରା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?