ଦେଢ଼ ମାସ ହେଲା ନିଖୋଜ ଥିଲେ, ନାଲସିଂ ପାହାଡ଼ରୁ ମିଳିଲା କଙ୍କାଳ; ପାଖରେ ପଡ଼ିଛି ବାଇକ, ମୋବାଇଲ…

ନିରାକାରପୁର,୨୯ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ବ୍ୟକ୍ତି ଗତ ଦେଢ଼ମାସ ହେଲା ଘରୁ ନିଖୋଜ ଥିବାବେଳେ ବୁଧବାର ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ନାଲସିଂସ୍ଥିତ ଅଟଳା ପାହାଡ଼ ନିକଟ ଏକ ବୁଦାମୂଳରୁ ତାଙ୍କର କଙ୍କାଳ ମିଳିଛି। କଙ୍କାଳ ପାଖରୁ ୨ଟି ମୋବାଇଲ ଫୋନ୍‌, ପ୍ୟାନକାର୍ଡ, ଏଟିଏମ୍‌ କାର୍ଡ ସହ ଏକ ବାଇକ (ନଂ. ଓଡି -୦୨ ପି-୬୮୯୮)କୁ ପୋଲିସ ଜବତ କରିଛି। ମୃତକ କଟକ ଜିଲା ନିଆଳି ଥାନା ଅଧିନସ୍ଥ କୂଳଶ୍ରୀ ଗ୍ରାମର ସୁନୀଲ ସାହୁ (୩୫)ବୋଲି ଜଣାପଡ଼ିଛି। ତେବେ ତାଙ୍କର ମୃତ୍ୟୁ କିପରି ହେଲା ଏବଂ ସେଠାରେ କିପରି ମୃତଦେହ ପଡ଼ିଲା ସେ ନେଇ କିଛି ସ୍ପଷ୍ଟ ହୋଇପାରି ନ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।
ଜଙ୍କିଆ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ବୁଧବାର ନାଲସିଂହ ଗ୍ରାମର କେତେଜଣ ବ୍ୟକ୍ତି ଜାଳେଣି କାଠ ପାଇଁ ଅଟଳା ପାହାଡ଼ ପାଖକୁ ଯାଉଥିଲେ। ପ୍ରଥମେ ରାସ୍ତାରେ ଏକ ବାଇକ ପଡ଼ିରହିଥିବା ସେମାନେ ଦେଖିବାକୁ ପାଇଥିଲେ। ତେବେ କିଛି ବାଟ ଆଗକୁ ଯିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ କଙ୍କାଳ ପଡ଼ିଥିବା ଦେଖିଥିଲେ। ବାଇକ୍‌ ନମ୍ବରରୁ ଘରର ଠିକଣା ପାଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୃତକଙ୍କ ବାପା ଅମୂଲ୍ୟ ସାହୁଙ୍କ କହିବା ଅନୁଯାୟୀ, ସୁନୀଲ ଏଇ ୪ମାସ ହେଲା ବିବାହ କରିଥିଲେ। ସେ ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ଏକ ମୋବାଇଲ ଦୋକାନ ଖୋଲିଥିଲେ। ଦେଢ଼ମାସ ତଳେ ସେ ହଠାତ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ପକ୍ଷରୁ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳି ନ ଥିଲା। ମଞ୍ଚେଶ୍ୱର ଥାନାରେ ଏ ନେଇ ନିଖୋଜ ଅଭିଯୋଗ କରି ଖୋଜାଖୋଜି ଜାରି ରଖିଥିବାବେଳେ ପାରିବାରିକ ଅଶାନ୍ତିରୁ ସେ ଘର ଛାଡ଼ିଥିବା ବାପା ଅଭିଯୋଗ କରିଛନ୍ତି। ତେବେ ଏଠାକୁ ସୁନୀଲ କିପରି, କାହିଁକି ଓ କାହା ସହିତ ଆସିଥିଲେ। ଯଦି ଆସିଲେ ସେ ଏକୁଟିଆ ଥିଲେ ନାଁ ତାଙ୍କ ସାଙ୍ଗରେ କିଏ ଥିଲେ। ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କିଏ ହତ୍ୟା କରିଛି, ତାହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଙ୍କିମାରୁଛି। ଏ ନେଇ ଜଙ୍କିଆ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା (ନଂ. ୨୬/୨୫) ରୁଜୁ କରାଯାଇ ଜବତ କଙ୍କାଳକୁ ଖୋର୍ଦ୍ଧା ସରକାରୀ ମେଡିକାଲରେ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ବେହେରା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ଖାଇରେ କରୁଥିଲେ ଛେଳି ଚୋରି : ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆନନ୍ଦପୁର,୯ା୧୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଚକ୍ରତୀର୍ଥ ନିକଟରୁ ଏକ ଛେଳିକୁ ବାଇକରେ ନେଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣକୁ କାବୁ...

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

ଦିଗପହଣ୍ଡି ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ: ଜଣେ ଅଟକ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ପୋଲିସ ଫାଣ୍ଡି ନିକଟରୁ ରବିବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ...

ଦିଗପହଣ୍ଡିରେ ଜାତୀୟ ଆଇନ ସେବା ଦିବସ ପାଳିତ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ରବିବାର ଆଙ୍କୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଆଇନ...

କଲେଜ୍ ଛାତ୍ରୀ ଅପହରଣ ପରେ ବଳାତ୍କାର ମାମଲା: ୩ ମାସ ପରେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା କଲେଜ୍ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର...

କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ତେଲ ଟିଣ ଡୁମେରପିଟାରୁ ଜବତ

ବଲାଙ୍ଗିର,୯।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଡୁମେରପିଟା ଗାଁରୁ କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ବିପୁଳ ପରିମାଣର ତେଲ ଟିଣକୁ କଣ୍ଟାବାଞ୍ଜି ପୋଲିସ...

କାହିଁକି ସରୁନି ପ୍ରକଳ୍ପ ପଚାରି ବୁଝିଲେ ସଚିବ

ଗଞ୍ଜାମ,୯ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ମଲାଡ଼ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍‌.ଏନ୍‌ ପରିଦର୍ଶନ...

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri