Categories: ଫୁରସତ

ଆଖିରେ ପଟି ବାନ୍ଧି ୧୬ କିମି ସ୍କେଟିଂ କଲେ ଏହି କୁନି ବାଳକ

ଲୁଧିଆନା ଜିଲାର ପ୍ରଣବ ନାମକ ଜଣେ ୬ ବର୍ଷର ବାଳକ ଆଖିରେ ପଟି ବାନ୍ଧି ୧ ଘଣ୍ଟା ୧୬ ମିନିଟ୍‌ରେ ୧୬ କିଲୋମିଟର ସ୍କେଟିଂ କରି ଗିନିଜ ଓ୍ବାଲର୍‌ଡରେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ପିତା କହିଛନ୍ତି, ବର୍ତ୍ତମାନ ଏହି ତାଲିକାରେ ୧୪ କିଲୋମିଟର ସ୍କେଟିଂର ରେକର୍ଡ ରହିଛି। ମାତ୍ର ତାଙ୍କ ପୁଅ ୧୬ କିଲୋମିଟର ସ୍କେଟିଂ କରି ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ଏଥିରେ ସେ ଅତ୍ୟନ୍ତ ଖୁସି ବୋଲି କୁହନ୍ତି।
ଏହି କୁନିବାଳକଙ୍କ ପ୍ରତିଭା ଦେଖି ତାଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଛି।

Share