ସେସ୍‌ର ୪୦% ନିର୍ଦ୍ଧାରିତ ପାଣ୍ଠିକୁ ଯାଇନି: ସିଏଜି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୋଟିଏ କାର୍ଯ୍ୟ ଲାଗି ସେସ୍‌ ସଂଗ୍ରହ କରି ଅନ୍ୟତ୍ର କିଭଳି ଏହାକୁ ଖର୍ଚ୍ଚ କରିଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଶୁକ୍ରବାର ଦେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ସେହିଭଳି ବିଭିନ୍ନ ସେସ୍‌ ବାବଦକୁ ଆଦାୟ ହୋଇଥିବା ମୋଟ ସେସ୍‌ର ୪୦% ଅର୍ଥ ନିର୍ଦ୍ଧାରିତ ପାଣ୍ଠିକୁ ଯାଇ ନ ଥିବା ଶନିବାର ସିଏଜିଙ୍କ ରିପୋର୍ଟରୁ ସାମ୍ନାକୁ ଆସିଛି। ୨୦୧୮-୧୯ରେ ୩୫ ସେସ୍‌ ଏବଂ ଅନ୍ୟ ଟିକସ ବାବଦକୁ କେନ୍ଦ୍ର ସରକାର ୨.୭୪ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ଏହି ଅବଧିରେ ମାତ୍ର ୧.୬୪ ଲକ୍ଷ କୋଟି ଟଙ୍କା ନିର୍ଦ୍ଧାରିତ ପାଣ୍ଠିକୁ ପଠାଯାଇଛି। ବଳକା ଅର୍ଥକୁ କେନ୍ଦ୍ର ସରକାର କନ୍‌ସୋଲିଡେଟେଡ୍‌ ଫଣ୍ଡ ଅଫ୍‌ ଇଣ୍ଡିଆ(ସିଏଫ୍‌ଆଇ)ରେ ରଖିଥିବା ରିପୋର୍ଟରେ କୁହାଯାଇଛି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପରିବେଶ ସୁରକ୍ଷା, ଶିକ୍ଷା, ରାଜପଥ ବିକାଶ ଭଳି ବିଭିନ୍ନ କାର୍ଯ୍ୟକୁ ଆଗକୁ ବଢ଼ାଇବା ଲାଗି ସ୍ବତନ୍ତ୍ର ସେସ୍‌ ଆଦାୟ କରୁଛନ୍ତି। ଏହି ବାବଦକୁ ଆଦାୟ ହୋଇଥିବା ଅର୍ଥ କେବଳ ସେହି ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକରେ ଖର୍ଚ୍ଚ ହେବା ନିୟମ ରହିଛି। ହେଲେ କେନ୍ଦ୍ର ସଂଗ୍ରହ କରୁଥିବା ଏଭଳି ଅର୍ଥକୁ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଧାରିତ ପାଣ୍ଠିକୁ ପଠାଇ ନାହିଁ। ଏଭଳି କରିବା ସହ କେନ୍ଦ୍ର ସରକାର ରାଜସ୍ବ ସଂଗ୍ରହ ଉନ୍ନତି ଏବଂ ବିତ୍ତୀୟ ନିଅଣ୍ଟ କମ୍‌ ରହିଥିବା ଦେଖାଇଥିବାରୁ ସିଏଜି ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହିସବୁ ଭୁଲ୍‌କୁ ସୁଧାରିବା ନେଇ ସିଏଜି ଶୁକ୍ରବାର କେନ୍ଦ୍ର ସରକାରଙ୍କୁ କହିଥିଲେ। ରିପୋର୍ଟରେ ପୁଣି କୁହାଯାଇଛି, କେନ୍ଦ୍ରୀୟ ରୋଡ୍‌ ପାଣ୍ଠି ବାବଦରେ ଆଦାୟ କରାଯାଇଥିବା ୧୦ ହଜାର କୋଟି ଟଙ୍କାକୁ ଭୁଲ୍‌ ଭାବେ ଆକାଉଣ୍ଟିଂ କରାଯାଇଛି। ଏହାକୁ କେନ୍ଦ୍ର ସରକାର ଅଣଟିକସ ରାଜସ୍ବ ଭାବେ ଦେଖାଇଛନ୍ତି। ଏହା ଟିକସ ରାଜସ୍ବ ଭାବେ ଥରେ ବିଚାରଯୋଗ୍ୟ ହୋଇଥିବା ବେଳେ ୨ଥର ଏହାକୁ ପୁଣି ବିଚାରକୁ ନିଆଯାଇଛି। ବର୍ତ୍ତମାନ ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ଟଣାଓଟରା ଲାଗି ରହିଛନ୍ତି। ଏଭଳି ସ୍ଥିତିରେ ସିଏଜି ଦେଇଥିବା ରିପୋର୍ଟ କେନ୍ଦ୍ରର ବେପରୁଆ କାର୍ଯ୍ୟକୁ ପଦାରେ ପକାଇଛି।
ଅପରପକ୍ଷରେ ଗତ ବର୍ଷ ଆଦାୟ ହୋଇଥିବା ମୋଟ ୬୮ ହଜାର କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି(ଆଇଜିଏସ୍‌ଟି) ଠିକ୍‌ ଭାବେ ହିସାବକରି ଏହାର ୫୦% ଅଂଶ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ଭାଗ ଭାବେ ଦେବାକୁ କୁହାଯାଇଛି। ୨୦୧୮-୧୯ରେ ଆଇଜିଏସ୍‌ଟି ଭାଗ ଭାବେ କେନ୍ଦ୍ର ଏବଂ ରାଜ୍ୟକୁ ୧୫,୦୦୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ବାବଦ ଆଦାୟ ଅର୍ଥର ୧୩,୯୪୪ କୋଟି ଟଙ୍କାକୁ ସରକାର ସିଏଫ୍‌ଆଇରେ ରଖି ଦେଇଥିବା ଜଣାପଡ଼ିଛି।

କ୍ଷତିପୂରଣ ସେସ୍‌ ନେଇ କେନ୍ଦ୍ରର ସ୍ପଷ୍ଟୀକରଣ
ଜିଏସ୍‌ଟି କ୍ଷତିପୂରଣ ସେସ୍‌ ବାବଦକୁ ଆଦାୟ ଅର୍ଥ ମଧ୍ୟରୁ ପ୍ରାୟ ୪୭, ୨୭୨ କୋଟି ଟଙ୍କା କେନ୍ଦ୍ର ସରକାର ଅନ୍ୟ ଅର୍ଥ ବ୍ୟବହାର କରିବା ସହ ଜିଏସ୍‌ଟି ଆଇନ ଅବମାନନା କରିଥିବା ଶୁକ୍ରବାର ସିଏଜି ରିପୋର୍ଟ ଦେଇଥିଲେ। ଏହାକୁ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ସ୍ବଳ୍ପ ସମୟ ପାଇଁ ସେସ୍‌କୁ ଅନ୍ୟ ପାଣ୍ଠିରେ ରଖି ଅନ୍ୟ କାମ ପାଇଁ ବ୍ୟବହାର ହୋଇଥିବା କୁହାଯାଇପାରିବ ନାହିଁ। ୨୦୧୭-୧୮ ଏବଂ ୨୦୧୮-୧୯ରେ ରାଜ୍ୟଗୁଡିକୁ କ୍ଷତିପୂରଣ ବାବଦ ସମ୍ପୂର୍ଣ୍ଣ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri