ସେସ୍‌ର ୪୦% ନିର୍ଦ୍ଧାରିତ ପାଣ୍ଠିକୁ ଯାଇନି: ସିଏଜି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୋଟିଏ କାର୍ଯ୍ୟ ଲାଗି ସେସ୍‌ ସଂଗ୍ରହ କରି ଅନ୍ୟତ୍ର କିଭଳି ଏହାକୁ ଖର୍ଚ୍ଚ କରିଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଶୁକ୍ରବାର ଦେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ସେହିଭଳି ବିଭିନ୍ନ ସେସ୍‌ ବାବଦକୁ ଆଦାୟ ହୋଇଥିବା ମୋଟ ସେସ୍‌ର ୪୦% ଅର୍ଥ ନିର୍ଦ୍ଧାରିତ ପାଣ୍ଠିକୁ ଯାଇ ନ ଥିବା ଶନିବାର ସିଏଜିଙ୍କ ରିପୋର୍ଟରୁ ସାମ୍ନାକୁ ଆସିଛି। ୨୦୧୮-୧୯ରେ ୩୫ ସେସ୍‌ ଏବଂ ଅନ୍ୟ ଟିକସ ବାବଦକୁ କେନ୍ଦ୍ର ସରକାର ୨.୭୪ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ଏହି ଅବଧିରେ ମାତ୍ର ୧.୬୪ ଲକ୍ଷ କୋଟି ଟଙ୍କା ନିର୍ଦ୍ଧାରିତ ପାଣ୍ଠିକୁ ପଠାଯାଇଛି। ବଳକା ଅର୍ଥକୁ କେନ୍ଦ୍ର ସରକାର କନ୍‌ସୋଲିଡେଟେଡ୍‌ ଫଣ୍ଡ ଅଫ୍‌ ଇଣ୍ଡିଆ(ସିଏଫ୍‌ଆଇ)ରେ ରଖିଥିବା ରିପୋର୍ଟରେ କୁହାଯାଇଛି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପରିବେଶ ସୁରକ୍ଷା, ଶିକ୍ଷା, ରାଜପଥ ବିକାଶ ଭଳି ବିଭିନ୍ନ କାର୍ଯ୍ୟକୁ ଆଗକୁ ବଢ଼ାଇବା ଲାଗି ସ୍ବତନ୍ତ୍ର ସେସ୍‌ ଆଦାୟ କରୁଛନ୍ତି। ଏହି ବାବଦକୁ ଆଦାୟ ହୋଇଥିବା ଅର୍ଥ କେବଳ ସେହି ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକରେ ଖର୍ଚ୍ଚ ହେବା ନିୟମ ରହିଛି। ହେଲେ କେନ୍ଦ୍ର ସଂଗ୍ରହ କରୁଥିବା ଏଭଳି ଅର୍ଥକୁ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଧାରିତ ପାଣ୍ଠିକୁ ପଠାଇ ନାହିଁ। ଏଭଳି କରିବା ସହ କେନ୍ଦ୍ର ସରକାର ରାଜସ୍ବ ସଂଗ୍ରହ ଉନ୍ନତି ଏବଂ ବିତ୍ତୀୟ ନିଅଣ୍ଟ କମ୍‌ ରହିଥିବା ଦେଖାଇଥିବାରୁ ସିଏଜି ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହିସବୁ ଭୁଲ୍‌କୁ ସୁଧାରିବା ନେଇ ସିଏଜି ଶୁକ୍ରବାର କେନ୍ଦ୍ର ସରକାରଙ୍କୁ କହିଥିଲେ। ରିପୋର୍ଟରେ ପୁଣି କୁହାଯାଇଛି, କେନ୍ଦ୍ରୀୟ ରୋଡ୍‌ ପାଣ୍ଠି ବାବଦରେ ଆଦାୟ କରାଯାଇଥିବା ୧୦ ହଜାର କୋଟି ଟଙ୍କାକୁ ଭୁଲ୍‌ ଭାବେ ଆକାଉଣ୍ଟିଂ କରାଯାଇଛି। ଏହାକୁ କେନ୍ଦ୍ର ସରକାର ଅଣଟିକସ ରାଜସ୍ବ ଭାବେ ଦେଖାଇଛନ୍ତି। ଏହା ଟିକସ ରାଜସ୍ବ ଭାବେ ଥରେ ବିଚାରଯୋଗ୍ୟ ହୋଇଥିବା ବେଳେ ୨ଥର ଏହାକୁ ପୁଣି ବିଚାରକୁ ନିଆଯାଇଛି। ବର୍ତ୍ତମାନ ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ଟଣାଓଟରା ଲାଗି ରହିଛନ୍ତି। ଏଭଳି ସ୍ଥିତିରେ ସିଏଜି ଦେଇଥିବା ରିପୋର୍ଟ କେନ୍ଦ୍ରର ବେପରୁଆ କାର୍ଯ୍ୟକୁ ପଦାରେ ପକାଇଛି।
ଅପରପକ୍ଷରେ ଗତ ବର୍ଷ ଆଦାୟ ହୋଇଥିବା ମୋଟ ୬୮ ହଜାର କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି(ଆଇଜିଏସ୍‌ଟି) ଠିକ୍‌ ଭାବେ ହିସାବକରି ଏହାର ୫୦% ଅଂଶ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ଭାଗ ଭାବେ ଦେବାକୁ କୁହାଯାଇଛି। ୨୦୧୮-୧୯ରେ ଆଇଜିଏସ୍‌ଟି ଭାଗ ଭାବେ କେନ୍ଦ୍ର ଏବଂ ରାଜ୍ୟକୁ ୧୫,୦୦୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ବାବଦ ଆଦାୟ ଅର୍ଥର ୧୩,୯୪୪ କୋଟି ଟଙ୍କାକୁ ସରକାର ସିଏଫ୍‌ଆଇରେ ରଖି ଦେଇଥିବା ଜଣାପଡ଼ିଛି।

କ୍ଷତିପୂରଣ ସେସ୍‌ ନେଇ କେନ୍ଦ୍ରର ସ୍ପଷ୍ଟୀକରଣ
ଜିଏସ୍‌ଟି କ୍ଷତିପୂରଣ ସେସ୍‌ ବାବଦକୁ ଆଦାୟ ଅର୍ଥ ମଧ୍ୟରୁ ପ୍ରାୟ ୪୭, ୨୭୨ କୋଟି ଟଙ୍କା କେନ୍ଦ୍ର ସରକାର ଅନ୍ୟ ଅର୍ଥ ବ୍ୟବହାର କରିବା ସହ ଜିଏସ୍‌ଟି ଆଇନ ଅବମାନନା କରିଥିବା ଶୁକ୍ରବାର ସିଏଜି ରିପୋର୍ଟ ଦେଇଥିଲେ। ଏହାକୁ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ସ୍ବଳ୍ପ ସମୟ ପାଇଁ ସେସ୍‌କୁ ଅନ୍ୟ ପାଣ୍ଠିରେ ରଖି ଅନ୍ୟ କାମ ପାଇଁ ବ୍ୟବହାର ହୋଇଥିବା କୁହାଯାଇପାରିବ ନାହିଁ। ୨୦୧୭-୧୮ ଏବଂ ୨୦୧୮-୧୯ରେ ରାଜ୍ୟଗୁଡିକୁ କ୍ଷତିପୂରଣ ବାବଦ ସମ୍ପୂର୍ଣ୍ଣ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ବିଶ୍ୱ ଆଗରେ ଏମିତି ମିଛ କହିଦେଲେ ଅସୀମ ମୁନିର: ନିଆଁବାଣ ଚାଇନା

ଇସଲାମାବାଦ୍‌,୨୩।୧୨:ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ବିଷୟରେ ଚାଇନାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବିଶ୍ୱ...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri