୧୬ ବର୍ଷ ବିତିଲା, କଣ୍ଠିଆ ସେତୁ ନିର୍ମାଣ ସରୁନି

କେନ୍ଦ୍ରାପଡ଼ା ଅଫିସ,୧୪ା୬:କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତର କଣ୍ଠିଆ ସେତୁ ନିର୍ମାଣ ୧୬ ବର୍ଷ ତଳେ ଆରମ୍ଭ ହୋଇଥିଲା। ଅଦ୍ୟାବଧି ନିର୍ମାଣ ଶେଷ ହୋଇନି। ଆଗକୁ ବର୍ଷାଋତୁ ଆସୁଥିବା ବେଳେ ଏହି ପଞ୍ଚାୟତର ୩ ରାଜସ୍ବ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେବେ ବୋଲି ମତ ପ୍ରକାଶ ପାଇଛି।ଏ ସମ୍ପର୍କରେ ସିଂହଗାଁ ଗ୍ରାମର ହରିହର ଜେନା କୁହନ୍ତି, ସହରଠାରୁ ସିଂହଗାଁ ମାତ୍ର ୨୬ କିଲୋମିଟର। ସିଂହଗାଁର ପ୍ରସୂତିଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ସେବା ଏବେ ବି ଅପହଞ୍ଚ । ଗର୍ଭବତୀ ଭାର ସାହାଯ୍ୟରେ ୧୦ କିଲୋମିଟର ଦୂର ଅଣ୍ଡରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଥବା ୨୨ କିଲୋମିଟର ଦୂର ଆଳି ସିଏଚ୍‌ସିକୁ ଯାଉଛନ୍ତି । ସିଂହଗାଁ, ରାଉଳିଆଢ଼ିଆ ଓ କୃଷ୍ଣଦାସପୁର ରାଜସ୍ବ ଗ୍ରାମରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ପହଞ୍ଚତ୍ ପାରୁନାହିଁ । କେବଳ ଏତିକି ନୁହେଁ, ଏହି ୩ ରାଜସ୍ବ ଗ୍ରାମର ଛାତ୍ରୀଛାତ୍ର ନିକଟସ୍ଥ ବ୍ରାହ୍ମଣୀ କଲେଜ ଯିବାକୁ କଣ୍ଠିଆ ନାଳ ବାଧା ସାଜିଛି। ବର୍ଷକ ମଧ୍ୟରେ ପ୍ରାୟ ୮ ମାସ ଧୋୟା ଅଞ୍ଚଳରେ ଥିବା ଏହି ୩ ରାଜସ୍ବ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ସିଂହଗାଁ ସେତୁ ନିର୍ମାଣ ହୋଇପାରି ନାହିଁ । ୫ନଂ.ଜାତୀୟ ଜଳପଥ ଏଥିପାଇଁ ବାଧକ ସାଜିଛି ।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ୨୦୦୮ରେ ଭାରତୀୟ ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ ଅଧୀନରେ ଥିବା ୬୨୩ କି.ମି. ଲମ୍ବର ୫ ନଂ. ଜାତୀୟ ଜଳପଥ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା । ସେଥିରୁ ପଶ୍ଚିମବଙ୍ଗରେ ୯୧ କି.ମି. ଥିବା ବେଳେ ଓଡ଼ିଶାରେ ଅବଶିଷ୍ଟ ୫୩୨ କି.ମି. ରହିଛି । ବ୍ରାହ୍ମଣୀ ନଦୀର ତାଳଚେରଠାରୁ ଧାମରା ପର୍ଯ୍ୟନ୍ତ ପ୍ରାଥମିକ ପର୍ଯ୍ୟାୟରେ ଉପଯୋଗ ପାଇଁ ଅର୍ଥ ଅନୁଦାନ ଦିଆଯାଇଛି। ଏହି ଜଳପଥ ପ୍ରକଳ୍ପ ନିର୍ମାଣ କେତେକ କାରଣରୁ ବନ୍ଦ ରହିଛି । ଏହି ଜଳପଥ ମଧ୍ୟରେ ସିଂହଗାଁ କଣ୍ଠିଆ ନାଳ ଅନ୍ତର୍ଭୁକ୍ତ ହୋଇଛି । ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୮ରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଏହି ସେତୁ ନିର୍ମାଣ ସମୟରେ ଜାତୀୟ ଜଳପଥ ଅନ୍ତର୍ଭୁକ୍ତ ହେବାରୁ ତାହା ବନ୍ଦ ହୋଇଛି । ଜାତୀୟ ଜଳପଥ ନିର୍ମାଣର ଅହେତୁକ ବିଳମ୍ବ ଏବେ ଜିଲାର ଏହି ଧୋୟାଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି।
ସିଂହଗାଁର ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ମଲ୍ଲିକ କହିଛନ୍ତି, ଏହି ସେତୁ ନିର୍ମାଣ ପରେ ୩ ରାଜସ୍ବ ଗ୍ରାମର ୩ ହଜାରରୁ ଊର୍ଦ୍ଧ୍ୱ ଅଧିବାସୀଙ୍କ ସମସ୍ୟା ତୁଟିଯିବ । କେନ୍ଦ୍ରାପଡ଼ା ସଦରକୁ ରାସ୍ତା ମିଳିବା ସହିତ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ସଂଯୋଗ ହେବ ା ୨୦୦୮ରେ ସେତୁ ନିର୍ମାଣ ପାଇଁ ଜମି ସମସ୍ୟା ଦେଖାଦେଇଥିଲା। ୨୦୧୨ରେ ସରପଞ୍ଚ ଦାୟିତ୍ୱ ନେବା ପରେ ସ୍ଥାନୀୟ ଲୋକଙ୍କ ସହ ବୁଝାମଣା କରି ଜମି ଅଧିଗ୍ରହଣ ପ୍ରସ୍ତାବ ସମସ୍ୟାର ସମାଧାନ ହୋଇଛି । ଏହାପରେ ସେତୁ ନିର୍ମାଣ ବିଳମ୍ବକୁ ବରଦାସ୍ତ କରା ନ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଆନ୍ଦୋଳନ ହୋଇଛି । କଣ୍ଠିଆ ନାଳରେ ଏବେ କୁମ୍ଭୀର ଆତଙ୍କ ଦେଖାଦେଇଛି । ସେତୁ ନିର୍ମାଣ ହୋଇଥିଲେ ସ୍ଥାନୀୟ ଲୋକଙ୍କ କୁମ୍ଭୀର ଆତଙ୍କ କମିଥା’ନ୍ତା । ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ସେ ଦାବି କରିଛନ୍ତି ।
ପୂର୍ବତନ ସରପଞ୍ଚ ଜୟନ୍ତୀ ଦାସ କହିଛନ୍ତି, ସିଂହଗାଁ ସେତୁ ନିର୍ମାଣ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ବାଧା ସୃଷ୍ଟି କରିଛି । ଆବାସ ଯୋଜନାଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ପାନୀୟ ଜଳ ଆଦି ମୌଳିକ ସୁବିଧା ଲୋକଙ୍କ ପାଇଁ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଜଳପଥ ପ୍ରକଳ୍ପ ବନ୍ଦ ହୋଇଥିବାରୁ ରାଜ୍ୟ ସରକାର ଏହି ସେତୁ ନିର୍ମାଣକୁ ଗୁରୁତ୍ୱ ଦେବା କଥା । ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦାସ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କୁହନ୍ତି, ସେତୁ ପାଇଁ ପ୍ରାଥମିକ ଅବସ୍ଥାରେ ବାଧା ସୃଷ୍ଟି କରୁଥିବା ଜମି ସମସ୍ୟାର ସମାଧାନ ହୋଇଛି। ଏହି ସ୍ଥାନ ଦେଇ ଜାତୀୟ ଜଳପଥ ଯାଉଥିବାରୁ ସିଂହଗଁା ସେତୁ ନିର୍ମାଣ ବିଳମ୍ବ ହୋଇଛି । ତେବେ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ଏଡିଏମ୍‌ ସାମଲ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri