Posted inଖେଳ

ତଳେ ପଡ଼ିଗଲେ, ତଥାପି ମାରିଲେ ଛକା

ରାଜକୋଟ,୭।୧: ଫୁଲ୍‌ଟସ୍‌ ବଲ୍‌ ଖେଳିବାକୁ ଯାଇ ତଳେ ପଡ଼ିଗଲେ, ତଥାପି ଛକା ମାରିଲେ କ୍ରିକେଟର। କିଛି ଏଭଳି ଦୃଶ୍ୟ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟି୨୦ ମୁକାବିଲାରେ ଦେଖିବାକୁ ମିଳିଛି।

ଭାରତୀୟ ଇନିଂସର ୧୩ତମ ଓଭରର ଦ୍ୱିତୀୟ ବଲ୍‌ରେ ଶ୍ରୀଲଙ୍କାର ମଧୁସଙ୍କା ଏକ ଫୁଲ୍‌ଟସ୍‌ ବଲ୍‌ ପକାଇଥିଲେ। ଏହାକୁ ସୂର୍ଯ୍ୟକୁମାର ଉଇକେଟକିପରଙ୍କ ଉପରୁ ଖେଳିବାକୁ ଚେଷ୍ଟା କରିଥିଲେ। ଏପରି କରିବାକୁ ଯାଇ ସେ ତଳେ ପଡ଼ିଯାଇଥିଲେ। ହେଲେ ସେ ବଲ୍‌କୁ ବାଉଣ୍ଡ୍ରି ଆରପଟକୁ ପଠାଇବାକୁ ହେଳା କରି ନ ଥିଲେ। ଏହା ସିଧା ଛକା ହୋଇଥିଲା। ଏଭଳି ଶଟ୍‌ ଦେଖି ମଇଦାନରେ ଉପସ୍ଥିତ ଦର୍ଶକ ଚକିତ ହୋଇଥିଲେ।

ପ୍ରକାଶ ଯେ, ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ନିଜ ଟି୨୦ କ୍ୟାରିୟରର ୩ୟ ଶତକ ମାରିବାରେ ସଫଳ ହୋଇଛନ୍ତି। ସେ ମାତ୍ର ୪୫ ବଲରେ ନିଜର ଶତକ ପୂରଣ କରିଥିଲେ। ଏପରିକି ନିଜ ଇନିଂସରେ ସେ ମୋଟ ୧୧୨ ରନ୍‌ କରିଥିଲେ, ଯାହାକି ତାଙ୍କର ଦ୍ୱିତୀୟ ସର୍ବାଧିକ ଟି୨୦ ସ୍କୋର ବୋଲି ଜଣାପଡ଼ିଛି। ସେ ମୋଟ ୫୭ ବଲ୍‌ ଖେଳିଥିଲେ। ସେଥିରେ ୭ ଚୌକା ଏବଂ ୯ ଛକା ରହିଥିଲା। ସୂର୍ଯ୍ୟକୁମାରଙ୍କ ଏଭଳି ଜବରଦସ୍ତ ଇନିଂସ ବଳରେ ଭାରତ ଶ୍ରୀଲଙ୍କାକୁ ୨୨୯ ରନ୍‌ର ବିଶାଳ ଟାର୍ଗେଟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri