ମୁକୁଳିଲେ ଭିଏଟ୍‌ନାମର ୬ ନାବିକ

ପାରାଦୀପ,୨୩।୧୨(ଶରତ ରାଉତ): ପାରାଦୀପରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌ଭି ଦେବୀ ଜାହାଜର୨୧ ଜଣ ଭିଏଟ୍‌ନାମ ନାବିକଙ୍କ ମଧ୍ୟରୁ ରବିବାର ସାରେ ମାତ୍ର ୬ ଜଣ ମୁକୁଳିଛନ୍ତି। ପ୍ରତି ବଦଳରେ ଅନ୍ୟ ୬ ଜଣ ନାବିକ ଜାହାଜରେ ପ୍ରବେଶ କରିଛନ୍ତି। ଅନ୍ୟ ୧୫ ଜଣଙ୍କୁ ପର୍ଯ୍ୟାୟକ୍ରମେ ଅଦଳବଦଳ କରାଯିବ ବୋଲି ଜଣାପଡିଛି। ବୈଦେଶିକ ନୀତି, ଆଇନଗତ କଟକଣା, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଦି ପ୍ରସଙ୍ଗ ଥିବାରୁ କ୍ଲିୟରାନ୍ସ ପ୍ରକ୍ରିୟା ସମୟ ସାପେକ୍ଷ ହେଉଛି ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି। ଯେଉଁ ୬ ଜଣ ମୁକୁଳିଛନ୍ତି ସେମାନେ ଆଉ ୨ ଦିନ ଭାରତରେ ରହିବେ। ତା’ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ଉକ୍ତ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହେବା ପରଠାରୁ ୨୧ ଜଣ ନାବିକଙ୍କ ସହ ଜାହାଜ ପାରାଦୀପର ଆଙ୍କରେଜ ଏରିଆରେ ରହିଛି। ମଝିରେ ମଝିରେ ଜାହାଜ ଖାଦ୍ୟ ପାଣି ତେଲ ନେବାପାଇଁ ଇକ୍ୟୁ ବର୍ଥକୁ ଆସିଥାଏ। ୨୦୨୪ ନଭେମ୍ବର ୨୯ରେ ଜାହାଜ ବର୍ଥ ପାଖକୁ ଆସିଥିବାବେଳେ ସେଥିରେ ଥିବା ୨୧ ନାବିକ ଘରକୁ ଫେରିବା ପାଇଁ ଜାହାଜ ଭିତରେ ଆନ୍ଦୋଳନ କରିଥିଲେ। ସେବେଠାରୁ ସମ୍ପୃକ୍ତ ନାବିକଙ୍କ ସହ ଜାହାଜ ଇକ୍ୟୁ ବର୍ଥରେ ରହିଛି। ଜାହାଜ ଓ ନାବିକମାନଙ୍କୁ ଛାଡ଼ିବା ପାଇଁ ଜାହାଜ ମାଲିକଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ସମ୍ପୃକ୍ତ ନାବିକଙ୍କ ବଦଳରେ ଅନ୍ୟ ୨୧ ଜଣ ନାବିକଙ୍କୁ ଜାହାଜରେ ରଖିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା। ଏହାପରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

ଫାଇନାଲ ମ୍ୟାଚ ପୂର୍ବରୁ ୨ ଦିନ ହେବ ଶୋଇ ପାରି ନାହାଁନ୍ତି ଏହି ଗାୟିକା, କାହିଁକି? କହିଲେ ଏହାର କାରଣ

ନୂଆଦିଲ୍ଲୀ,୮।୩: ରବିବାରି, ୮ ମାର୍ଚ୍ଚରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗାୟିକା ଫାଲଗୁନି ପାଠକ ସମାପନ ଉତ୍ସବରେ…

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଓଡ଼ିଶାର…

ବଲାଙ୍ଗୀର,୮ା୩(ସୁନିଲ କୁମାର ମହାନ୍ତି): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ବଲାଙ୍ଗୀର ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦ୍‌ଘାଟିତ ହୋଇଛି।…

‘ଓ୍ବାର୍ଲଡ କପ ଆମର’, କିଏ ଆଉ କାହିଁକି କହିଲେ ଏମିତି? ଫାଇନାଲ ମ୍ୟାଚ ପୂର୍ବରୁ ଚର୍ଚ୍ଚାରେ ଏହି ବୟାନ

ନୂଆଦିଲ୍ଲୀ,୮।୩: ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସା ୭ଟାରୁ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ…

ଅନ୍ତର୍ଜାତୀୟ ମହିଳା ଦିବସରେ ଏକାଠି ହେଲେ ମହିଳା, ନିଜେ ସ୍ବାବଲମ୍ବୀ ହେବା ସହ…

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଆମ୍ବ ବଗିଚାଠାରେ ରବିବାର ମଧ୍ୟାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ନାରୀ ମହାସଂଘର…

ପୁଅର ମୁଣ୍ଡନ ପୂଜା ପାଇଁ ଯାଉଥିଲେ ଘଟିଲା ଭୟଙ୍କର ଦୁର୍ଘଟଣା: ୫ ଜଣଙ୍କ ଅବସ୍ଥା ଗୁରୁତର

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ପିଲିକାଢ଼ିଅ ଗ୍ରାମ ନିକଟ କେରାଣ୍ଡି ମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟି ରାସ୍ତାରେ ରବିବାର…

ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବେପରୁଆ ନୀତି : ବିଭାଗକୁ ସିଧା ସଳଖ ଦାୟୀ

ଗଞ୍ଜାମ,୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା ସମାପନ ହେବା ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା । ପ୍ରତି ବର୍ଷ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri