ପାଟଣା ୩୧।୭ (ବୀର କିଶୋର ଦାଶ) : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର -୨୦୨୩ ବ୍ୟାଚ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପ୍ରଶିକ୍ଷଣର ଅଂଶବିଶେଷ ଭାବେ ପିପୁଲସ କଲଚରାଲ ସେଣ୍ଟର( ପିକକ) ତରଫରୁ ଶିଶୁମାନଙ୍କ ଅଧିକାର ନେଇ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ୨୭ଜୁଲାଇରୁ ୩୦ଜୁଲାଇ ପର୍ଯ୍ୟନ୍ତ ପରିଦର୍ଶନ କରିଥିଲେ। ଗୋପବନ୍ଧୁ ପ୍ରଶାସନ ଏକାଡେମୀରୁ ତାଲିମ ନେଉଥିବା ଏହି ୬ ଜଣ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀମାନେ ହେଲେ ମିର୍ଜା ଫଏଜ ଅହମଦ କ୍ୟୁୟାଦ୍ରି , ପ୍ରିୟଙ୍କା ପ୍ରିୟଦର୍ଶିନୀ , ମିଲନ ମହାପତ୍ର ,ସ୍ନେହା ଦାସ ମହାପାତ୍ର ଦିପ୍ତିରାଣୀ ନାୟକ , ଓ ଚିନ୍ମୟ ସାହା ।
କେନ୍ଦୁଝର ଜିଲା ପାଟଣା ବ୍ଲକର ରାଇକଳା, ଶରଧାପୂର୍ ରୋହିଣୀ ଦୁମା ପରିଦର୍ଶନ କରି ଯଥାକ୍ରମେ ଶିଶୁ ଶ୍ରମିକ ମୁକ୍ତ ଗାଁ, ସ୍କୁଲ ଲଣ୍ଣିଂ କର୍ଣ୍ଣର ଓ ଜିଆ ଖତ ପ୍ରସ୍ତୁତି ପାରମ୍ପରିକ ବିହନ ଓ ପିକକ ଦ୍ୱାରା ହୋଇଥିବା ବନୀକରଣ ଅଞ୍ଚଳ, ୟୁକୋ ସେଭର୍ଷ ୟୁଥ ନେଟୱର୍କ ସଦସ୍ୟ, ମହିଳା ଚାଷୀ , ପାଟଣାରେ ରାଜ୍ୟ ସରକାର ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ଦ୍ୱାରା ପିକକ ତରଫରୁ ଭିନ୍ନ କ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ କେନ୍ଦ୍ରରେ ପରିଦର୍ଶନ ସହ ଅନ୍ତେବାସୀଙ୍କୁ ଭେଟିଥିଲେ । ଏଥିସହ ପିକକ ହାତକୁ ନେଇଥିବାର ବିକାଶ ସହ ବାହାର ଅଞ୍ଚଳ ସ୍ଥିତି ପରଖିଥିଲେ ।
ପିକକର କାର୍ଯ୍ୟକ୍ଷେତ୍ରକୁ ପରିଦର୍ଶନ କରି ପିକକ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟଗୁଡିକୁ ସେମାନେ ପରିଦର୍ଶନ କରିଥିଲେ । ଏହି ଗସ୍ତ ଅବସରରେ ସେମାନେ ଜୁଲାଇ ୨୭ ତାରିଖ ଦିନ ପିକକର ପାଟଣା କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ବାଗତ ଜଣାଇ ପିକକର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଏଥିରେ ବଡ ପାଟଣା ସରପଞ୍ଚ ବିନତି ବାନାରା ସାମିଲ ହୋଇଥିଲେ। ଏହି ଅବସରରେ ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଶିଶୁଶ୍ରମିକ ନିରାକରଣ ଓ ଏଥିପାଇଁ ପିକକର ବିଭିନ୍ନ ଯୋଜନା, ପଦକ୍ଷେପ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଓସିଏସ ଅଧିକାରୀଙ୍କୁ ଅବଗତ କରାଇଥିଲେ।
ପ୍ରଶିକ୍ଷାର୍ଥୀମାନେ ଗୁରୁବାର ପାଟଣା ବିଡ଼ିଓ ମାନସ ରଞ୍ଜନ ଦଣ୍ଡପାଟଙ୍କୁ ଭେଟି ପିକକ ତରଫରୁ ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକକାର୍ଯ୍ୟ ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ପିକକର ଜ୍ୟୋତି ଶଙ୍କର ମହାନ୍ତି, ସତ୍ୟ ନାରାୟଣ ମହନ୍ତ, ପୂଜା ପଣ୍ଡା, ଦ୍ରୌପଦୀ ବେଜ, ମିଲିୟନ ମାର୍ଶାଲ ଟିୟୁ, ନୀରାସ ମୁଣ୍ଡା, ମେଘମାଳା ମହାନ୍ତ, ସୁଚିତ୍ରା ମହାନ୍ତ, ଲକ୍ଷ୍ମୀକାନ୍ତ ମହାନ୍ତ ପ୍ରମୁଖ ଏହି ଚାରିଦିନିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।