Categories: ଜାତୀୟ

ବୁଡିଗଲେ ୬ ଛାତ୍ର

ଧାରାପୁରମ(ତାମିଲନାଡୁ),୧୮।୧: ତାମିଲନାଡୁର ତିରୁପୁର ଜିଲାରେ ଧାରାପୁରମରେ ନଦୀରେ ବୁଡି ୬ ଛାତ୍ର ପ୍ରାଣ ହରାଇଛନ୍ତି। ସୋମବାର ୮ ଜଣ ସାଙ୍ଗ ଅମରାବତୀ ନଦୀକୁ ଗାଧେଇବାକୁ ଯାଇଥିଲେ। ମୃତକଙ୍କ ମଧ୍ୟରେ ୫ ସ୍କୁଲ ଛାତ୍ର ଏବଂ ଜଣେ କଲେଜ ଛାତ୍ର ରହିଛନ୍ତି।

ଅଧିକାରୀଙ୍କ ଅନୁଯାୟୀ, ଏହି ଗ୍ରୁପ ଦିନଦିଗୁଲ ଜିଲାରେ ମାମ୍ପାରାଇ ଅଞ୍ଚଳରେ ଏକ ମନ୍ଦିର ବୁଲିବାକୁ ଯାଇଥିଲେ। ଫେରିଲା ବେଳେ ସେମାନେ ଗାଧୋଇବାକୁ ନିଷ୍ପତ୍ତି ନେଇଥିଲେ। ୮ ଜଣଙ୍କ ମଧ୍ୟରୁ ନଦୀରେ ବୁଡି ୬ ଜଣ ପ୍ରାଣ ହରାଇଥିଲେ। ଅନ୍ୟ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ, ଦମକଳ ବାହାନୀ ଉଦ୍ଧାର କରି ନେଇଥିଲେ।

Share