୬ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ

ନୂଆଦିଲ୍ଲୀ, ୨୩।୫(ପି.ଟି.): ଭାରତରେ ଦୈନିକ ସଂକ୍ରମଣ କ୍ରମାଗତ ୬ ଦିନ ହେଲା ୩ ଲକ୍ଷ ତଳେ ରହିଛି। ଶନିବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ୨.୫୭ ଲକ୍ଷ କରୋନା ଆକ୍ରାନ୍ତ ହୋଇଥିବାବେଳ ୪,୧୯୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୬୨,୮୯,୨୯୦ରେ ପହଞ୍ଚତ୍ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ସେହିପରି ମୃତ୍ୟୁ ସଂଖ୍ୟା ୨,୯୫,୫୨୫ରେ ପହଞ୍ଚତ୍ଛି। ସକ୍ରିୟ ମାମଲା ସଂଖ୍ୟା ୨୯,୨୩,୪୦୦କୁ ହ୍ରାସ ପାଇଛି। ଏହା ମୋଟ ମାମଲାର ୧୧.୧୨ ପ୍ରତିଶତ। ଦେଶରେ ଆରୋଗ୍ୟ ହାର ୮୭.୭୬ ପ୍ରତିଶତକୁ ବୃଦ୍ଧି ପାଇଛି।
ଦେଶରେ କରୋନା ସ୍ଥିତି ସ୍ଥିର ରହିଥିବାବେଳେ ପଜିଟିଭ୍‌ ହାର, ଦୈନିକ ସଂକ୍ରମଣ ଏବଂ ସକ୍ରିୟ ମାମଲା ହ୍ରାସ ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ରିପୋର୍ଟ ଅନୁଯାୟୀ ୬ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ସେହି ରାଜ୍ୟଗୁଡ଼ିକ ହେଲେ ମହାରାଷ୍ଟ୍ର, କର୍ନାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ପଞ୍ଜାବ ଏବଂ ଦିଲ୍ଲୀ। ୭ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଥିବାବେଳେ ୬ ରାଜ୍ୟରେ ୫ ହଜାରରୁ ୧୦ ହଜାର ମଧ୍ୟରେ ରହିଛି। ୯୩ ଜିଲାରେ ପଜିଟିଭିଟି ହାର ହ୍ରାସ ପାଇଛି। ଗତ ୧୦ ତାରିଖରେ ପଜିଟିଭିଟି ହାର ୨୪.୮୩% ଥିବାବେଳେ ଏବେ ୧୨.୫୪ %କୁ ହ୍ରାସ ପାଇଥିବା ଦେଖାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୨୦.୬୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର କରୋନା ପରୀକ୍ଷା କରାଯାଇଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ। କ୍ରମାଗତ ୪ ଦିନ ହେଲା ଦୈନିକ ୨୦ ଲକ୍ଷରୁ ଅଧିକ ପରୀକ୍ଷା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୯.୩୩ କୋଟିରୁ ଅଧିକ ଡୋଜ୍‌ କୋଭିଡ୍‌ ଟିକା ଦିଆଗଲାଣି।

ଗୋଟିଏ ଗାଁରେ ୨୨ ମୃତ

ଉତ୍ତରପ୍ରଦେଶର ଗୋଣ୍ଡା ଜିଲା ଅନ୍ତର୍ଗତ ଏକ ଛୋଟିଆ ଗାଁ ନିନ୍ଦୁରାରେ ୨୨ ଜଣଙ୍କର କରୋନାରେ ଜୀବନ ଗଲାଣି। ଲକ୍‌ଡାଉନ ଘୋଷଣା ହେବା ପରେ ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ା ଆରମ୍ଭ ହୋଇଯାଇଥିଲା। ଏହା ପରେ ଗାଁରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଗଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ମୁମ୍ବାଇରୁ ଫେରିଥିବା ଲୋକମାନଙ୍କ ପାଇଁ ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ିଥିଲା। ମୁମ୍ବାଇରୁ ପ୍ରବାସୀ ଶ୍ରମିକମାନେ ନ ଫେରିବା ପର୍ଯ୍ୟନ୍ତ ସବୁ ଠିକ୍‌ଠାକ୍‌ ଥିଲା ବୋଲି ଗ୍ରାମବାସୀ କହିଛନ୍ତି।

‘ସଂକ୍ରମଣ ଶୃଙ୍ଖଳରୁ ପିଲାଙ୍କୁ ଦୂରେଇ ରଖ’

କରୋନାରେ ଆକ୍ରାନ୍ତ ପିଲାମାନଙ୍କଠାରେ କ୍ୱଚିତ୍‌ ଲକ୍ଷଣ ଦେଖାଯାଉଥିବା ନୀତି ଆୟୋଗ (ସ୍ବାସ୍ଥ୍ୟ) ସଦସ୍ୟ ଡ. ଭି.କେ. ପଲ୍‌ କହିଛନ୍ତି। ତେଣୁ ସେମାନଙ୍କଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହୁଛି। ସେଥିପାଇଁ ପିଲାମାନଙ୍କୁ ସଂକ୍ରମଣ ଶୃଙ୍ଖଳଠାରୁ ଦୂରେଇ ରଖିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି। କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟାରେ ପିଲା ଆକ୍ରାନ୍ତ ହେଉଛନ୍ତି। ତେଣୁ ସେମାନଙ୍କ ଚିକିତ୍ସା ପ୍ରତି ଅଧିକ ଧ୍ୟାନ ଦେବା ନିମନ୍ତେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ପରାମର୍ଶ ଦିଆଯାଇଛି। ଜନସଂଖ୍ୟାର ୨୬ ପ୍ରତିଶତ ହେଉଛନ୍ତି ୧୪ ବର୍ଷରୁ କମ୍‌ ବୟସର। ସେମାନଙ୍କ ମଧ୍ୟରୁ ୭ ପ୍ରତିଶତଙ୍କ ବୟସ ୫ ବର୍ଷରୁ କମ୍‌। ସେମାନେ ଯେପରି ସଂକ୍ରମଣ ଶୃଙ୍ଖଳ ମଧ୍ୟକୁ ନ ଆସିବେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସଂକ୍ରମଣର ତୃତୀୟ ଲହରରେ ଅଧିକ ସଂଖ୍ୟାରେ ପିଲା ଆକ୍ରାନ୍ତ ହେବେ ବୋଲି ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri