Categories: ଜାତୀୟ

ଶତ୍ରୁକୁ ଦେବ କଡ଼ା ଜବାବ: ଜୁଲାଇ ଶେଷ ସୁଦ୍ଧା ପହଞ୍ଚିପାରେ ୬ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨୯।୬: ଶତ୍ରୁ ପକ୍ଷକୁ କଡ଼ା ଯବାବ ଦେବାକୁ ହେଲେ ବୃଦ୍ଧି ପାଇବାକୁ ଯାଉଛି ଭାରତୀୟ ବାୟୁସେନାର ଶକ୍ତି। ଫ୍ରାନ୍ସରୁ ୬ ରାଫାଲ ଯୁଦ୍ଧ ବିମାନ ଜୁଲାଇ ୨୭ ସୁଦ୍ଧା ଭାରତରେ ପହଞ୍ଚିବ ବୋଲି ଜଣାପଡିଛି। ଏହି ଯୁଦ୍ଧ ବିମାନ ମେ’ ମାସରେ ଆସିବାକୁ ଥିବା ବେଳେ କରୋନା ସଂକ୍ରମଣ ଯୋଗୁ ଏଥିରେ ବିଳମ୍ବ ଘଟିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ରାଫାଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଉଡିବା ଆରମ୍ଭ କରିବା ପରେ ଏହା ଭାରତର ଅମ୍ବାଲା ସହରରେ ଥିବା ଏୟାର ଫୋର୍ସ ଷ୍ଟେଶନରେ ଅବତରଣ କରିବ। ପ୍ରଥମରୁ କୁହାଯାଉଥିଲା କି ୪ ରାଫାଲ ବିମାନ ଭାରତ ଆସିବ ହେଲେ ଏବେ ଜଣାପଡିଛି କି ୬ଟି ରାଫାଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଆସିବ। ସୂଚନାଯୋଗ୍ୟ, ଜୁନ ମାସ ଆରମ୍ଭରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ତାଙ୍କ ସମକକ୍ଷ ଫ୍ରାନ୍ସର ଫ୍ଲୋରେନ୍ସ ପାରଲେଙ୍କ ସହ ଏ ନେଇ ଟେଲିଫୋନ ଯୋଗେ କଥା ହୋଇଥିଲେ। ସେ ସମୟରେ ଫ୍ୟାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ କି କରୋନା ମହାମାରୀ ସଂକ୍ରମଣ ପରେ ବି ରାଫାଲ ବିମାନ ନିଦ୍ଧାରିତ ସମୟରେ ଭାରତରେ ପହଞ୍ଚିବ। ଏହି ସୂଚନା ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ ନିକଟରୁ ମିଳିଥିଲା।

Share