୯୦ ଦିନିଆ ପାରୋଲରେ ଯିବେ ୪୪୯ କଏଦୀ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲରେ କରୋନା ସଂକ୍ରମଣ ବ୍ୟାପୁଛି। ବହୁ ଅଧିକାରୀ ଓ କର୍ମଚାରୀ ଆକ୍ରାନ୍ତ ହୋଇଥିବାବେଳେ ୩ଶହରୁ ଊର୍ଦ୍ଧ୍ୱ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ କରୋନାରେ କଏଦୀଙ୍କ ଜୀବନ ଯିବା ପରେ ଚେତା ପଶିଛି। ଜେଲରେ ସଂକ୍ରମଣ ରୋକିବାକୁ ଜେଲ ବିଭାଗ ଅଣ୍ଟା ଭିଡିଛି। ସୋମବାର ବିଭାଗ ପକ୍ଷରୁ ଭିଡିଓ କନଫରେନ୍ସରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଜେଲରେ ଚାପ କମାଇବା ପାଇଁ ସଜା କାଟୁଥିବା ୪୪୯ କଏଦୀଙ୍କୁ ବିଶେଷକରି ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ୯୦ ଦିନିଆ ପାରୋଲରେ ଯିବାକୁ ଜେଲ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଅନୁମତି ଦେଇଛନ୍ତି। ଏଥିସହ ଜେଲ ଭିତରେ କୋଭିଡ୍‌ ନିୟମ କଡାକଡି ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ସବୁ ଜେଲରେ କରୋନା ନିୟମ ପାଳନ ଓ ଚିକିତ୍ସା ପରିଚାଳନା ପାଇଁ ଚୌଦ୍ୱାର ସର୍କଲ ଜେଲର ମେଡିକାଲ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ସେ ଜେଲ ମେଡିକାଲ ଅଫିସର ଓ ଅଧୀକ୍ଷକଙ୍କ ସହ ଯୋଗାଯୋଗରେ ରହି କରୋନା ପରୀକ୍ଷା, କଟକଣା, ଚିକିତ୍ସା ସଂକ୍ରାନ୍ତରେ ଆବଶ୍ୟକ ପରାମର୍ଶ ଦେବେ। ମେଡିକାଲ ଅଫିସର ନ ଥିବା ଜେଲରେ ଶୀଘ୍ର ସମସ୍ତ ଅନ୍ତେବାସୀଙ୍କ କରୋନା ପରୀକ୍ଷା କରିବାକୁ କୁହାଯାଇଛି। ସ୍ଥାନୀୟ ଏସ୍‌ଡିଏମ୍‌ଓ, ଉପଜିଲାପାଳ, ମହାନଗର ନିଗମ କମିଶନରଙ୍କ ସହ ପରାମର୍ଶ କରି କୋଭିଡ୍‌ ପରୀକ୍ଷା କରିବାକୁ ଜେଲ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍‌ ପଜିଟିଭ୍‌ ଥିବା ଗୁରୁତର କଏଦୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ସହ ସେମାନଙ୍କ ପାଇଁ ସୁରକ୍ଷା କର୍ମୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି।
ସେହିଭଳି ରାଜ୍ୟର ମୋଟ ୮୭ଟି ଜେଲରେ ୧୯୭୦୭ ବିଚାରାଧୀନ ଓ ସଜା କାଟୁଥିବା କଏଦୀ ରହୁଛନ୍ତି। ଏମାନଙ୍କ ସଂଖ୍ୟା ହ୍ରାସ ପାଇଁ କମ୍‌ ଦୋଷ ଥିବା ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ପାଇଁ ମାଜିଷ୍ଟ୍ରେଟଙ୍କ ସହ ପରାମର୍ଶ କରିବାକୁ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାରୋଲରେ ଯିବାକୁ ଥିବା କଏଦୀଙ୍କୁ କିପରି ଶୀଘ୍ର ଛଡାଯାଇପାରିବ ସେନେଇ ରାଜ୍ୟ ଆଇନ ପରାମର୍ଶଦାତାଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଜେଲରେ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ନୋଡାଲ ଅଫିସର ଏସ୍‌.ଇ. ରହମାନ ସମସ୍ତ ଜେଲରେ କୋଭିଡ୍‌ ନିୟମ ପାଳନ ସହ ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦେଇଥିଲେ। ସବୁ ଅନ୍ତେବାସୀ ଓ କର୍ମଚାରୀ ଡବଲ ମାସ୍କ ପିନ୍ଧିବେ। କଏଦୀଙ୍କୁ ଆବଶ୍ୟକ ଚିକିତ୍ସା ସହ ଉତ୍ତମ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଜେଲରେ ଅନ୍ତେବାସୀଙ୍କ ସଂଖ୍ୟା କମାଇବା ଲାଗି ରାଜ୍ୟ ପୋଲିସ ବିଭାଗକୁ ମଧ୍ୟ ଅନୁରୋଧ କରାଯାଇଛି। ଏଥିସହ ଜଡିତ ସବୁ ବିଭାଗକୁ କଏଦୀଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଆଇନ ଅନୁଯାୟୀ କାର୍ଯ୍ୟ କରିବାକୁ କୁହାଯାଇଛି। ବୈଠକରେ ସବୁ ଜେଲର ଅଧୀକ୍ଷକ, ରେଞ୍ଜ ଡିଆଇଜିଙ୍କ ସମେତ ଜେଲ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri