୯୦ ଦିନିଆ ପାରୋଲରେ ଯିବେ ୪୪୯ କଏଦୀ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲରେ କରୋନା ସଂକ୍ରମଣ ବ୍ୟାପୁଛି। ବହୁ ଅଧିକାରୀ ଓ କର୍ମଚାରୀ ଆକ୍ରାନ୍ତ ହୋଇଥିବାବେଳେ ୩ଶହରୁ ଊର୍ଦ୍ଧ୍ୱ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ କରୋନାରେ କଏଦୀଙ୍କ ଜୀବନ ଯିବା ପରେ ଚେତା ପଶିଛି। ଜେଲରେ ସଂକ୍ରମଣ ରୋକିବାକୁ ଜେଲ ବିଭାଗ ଅଣ୍ଟା ଭିଡିଛି। ସୋମବାର ବିଭାଗ ପକ୍ଷରୁ ଭିଡିଓ କନଫରେନ୍ସରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଜେଲରେ ଚାପ କମାଇବା ପାଇଁ ସଜା କାଟୁଥିବା ୪୪୯ କଏଦୀଙ୍କୁ ବିଶେଷକରି ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ୯୦ ଦିନିଆ ପାରୋଲରେ ଯିବାକୁ ଜେଲ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଅନୁମତି ଦେଇଛନ୍ତି। ଏଥିସହ ଜେଲ ଭିତରେ କୋଭିଡ୍‌ ନିୟମ କଡାକଡି ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ସବୁ ଜେଲରେ କରୋନା ନିୟମ ପାଳନ ଓ ଚିକିତ୍ସା ପରିଚାଳନା ପାଇଁ ଚୌଦ୍ୱାର ସର୍କଲ ଜେଲର ମେଡିକାଲ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ସେ ଜେଲ ମେଡିକାଲ ଅଫିସର ଓ ଅଧୀକ୍ଷକଙ୍କ ସହ ଯୋଗାଯୋଗରେ ରହି କରୋନା ପରୀକ୍ଷା, କଟକଣା, ଚିକିତ୍ସା ସଂକ୍ରାନ୍ତରେ ଆବଶ୍ୟକ ପରାମର୍ଶ ଦେବେ। ମେଡିକାଲ ଅଫିସର ନ ଥିବା ଜେଲରେ ଶୀଘ୍ର ସମସ୍ତ ଅନ୍ତେବାସୀଙ୍କ କରୋନା ପରୀକ୍ଷା କରିବାକୁ କୁହାଯାଇଛି। ସ୍ଥାନୀୟ ଏସ୍‌ଡିଏମ୍‌ଓ, ଉପଜିଲାପାଳ, ମହାନଗର ନିଗମ କମିଶନରଙ୍କ ସହ ପରାମର୍ଶ କରି କୋଭିଡ୍‌ ପରୀକ୍ଷା କରିବାକୁ ଜେଲ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍‌ ପଜିଟିଭ୍‌ ଥିବା ଗୁରୁତର କଏଦୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ସହ ସେମାନଙ୍କ ପାଇଁ ସୁରକ୍ଷା କର୍ମୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି।
ସେହିଭଳି ରାଜ୍ୟର ମୋଟ ୮୭ଟି ଜେଲରେ ୧୯୭୦୭ ବିଚାରାଧୀନ ଓ ସଜା କାଟୁଥିବା କଏଦୀ ରହୁଛନ୍ତି। ଏମାନଙ୍କ ସଂଖ୍ୟା ହ୍ରାସ ପାଇଁ କମ୍‌ ଦୋଷ ଥିବା ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ପାଇଁ ମାଜିଷ୍ଟ୍ରେଟଙ୍କ ସହ ପରାମର୍ଶ କରିବାକୁ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାରୋଲରେ ଯିବାକୁ ଥିବା କଏଦୀଙ୍କୁ କିପରି ଶୀଘ୍ର ଛଡାଯାଇପାରିବ ସେନେଇ ରାଜ୍ୟ ଆଇନ ପରାମର୍ଶଦାତାଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଜେଲରେ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ନୋଡାଲ ଅଫିସର ଏସ୍‌.ଇ. ରହମାନ ସମସ୍ତ ଜେଲରେ କୋଭିଡ୍‌ ନିୟମ ପାଳନ ସହ ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦେଇଥିଲେ। ସବୁ ଅନ୍ତେବାସୀ ଓ କର୍ମଚାରୀ ଡବଲ ମାସ୍କ ପିନ୍ଧିବେ। କଏଦୀଙ୍କୁ ଆବଶ୍ୟକ ଚିକିତ୍ସା ସହ ଉତ୍ତମ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଜେଲରେ ଅନ୍ତେବାସୀଙ୍କ ସଂଖ୍ୟା କମାଇବା ଲାଗି ରାଜ୍ୟ ପୋଲିସ ବିଭାଗକୁ ମଧ୍ୟ ଅନୁରୋଧ କରାଯାଇଛି। ଏଥିସହ ଜଡିତ ସବୁ ବିଭାଗକୁ କଏଦୀଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଆଇନ ଅନୁଯାୟୀ କାର୍ଯ୍ୟ କରିବାକୁ କୁହାଯାଇଛି। ବୈଠକରେ ସବୁ ଜେଲର ଅଧୀକ୍ଷକ, ରେଞ୍ଜ ଡିଆଇଜିଙ୍କ ସମେତ ଜେଲ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri