ସିକ୍ସ ପ୍ୟାକ୍‌ ନିଶାରେ କି…

ସାଧାରଣତଃ ଯୁବକମାନେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ସେତେଟା ସଚେତନ ନ ଥାନ୍ତି। ଅନେକ ସମୟରେ ଫିଟ୍‌ ରହିବା ସହ ସିକ୍ସ ପ୍ୟାକ୍‌ କରିବା ନିଶାରେ ସେମାନେ କେତେକ ଜିନିଷ ଖାଇବା ବନ୍ଦ କରିଦେଇଛନ୍ତି। ଏପରି କରିବା ଫଳରେ ସେମାନେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରିଥାନ୍ତି। ତେବେ ଜାଣନ୍ତୁ ଯୁବକମାନଙ୍କୁ କେଉଁ
ଖାଦ୍ୟ ପଦାର୍ଥ ଖାଇବା ଜରୁରୀ-

ପାଳଙ୍ଗ: ଏଥିରେ ପୋଷକତତ୍ତ୍ବ ଓ ଓମେଗା ୩ ରହିଥାଏ। ଏଣୁ ପୁରୁଷଙ୍କୁ ପାଳଙ୍ଗ ଖାଇବା ଆବଶ୍ୟକ।

ଡାର୍କ ଚକୋଲେଟ: ପ୍ରାୟ ପୁରୁଷଙ୍କୁ ଚକୋଲେଟ ଖାଇବା ପସନ୍ଦ ନ ଥାଏ। ତେଣୁ ସେମାନଙ୍କୁ ଏହି ଚକୋଲେଟ୍‌ ଖାଇବା ଆବଶ୍ୟକ। ଏହା ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହା ସହ ସକାରାତ୍ମକ ପ୍ରଭାବ କୋଲେଷ୍ଟରଲ ଉପରେ ପଡିଥାଏ। ମସ୍ତିଷ୍କକୁ ରକ୍ତ ପ୍ରବାହ ମଧ୍ୟ ସକ୍ରିୟ ହୋଇଥାଏ। ଏହା ପୁରୁଷମାନେ ଖାଇବା ଉଚିତ।

ଗ୍ରିନ୍‌ ଟି: ଏହା କେବଳ ଓଜନ କମ୍‌ କରିବାରେ ସାହାଯ୍ୟ କରି ନ ଥାଏ ବରଂ ନିୟମିତ ବ୍ୟବହାର କରିବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ବ୍ଲୁ ବେରି : ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଫାଇବର ମାତ୍ରା ଅଧିକ ଥାଏ ଯାହା ହୃଦ୍‌ଘାତ ଜନିତ ସମସ୍ୟାକୁ ଦୂର କରିଥାଏ।