ଆକ୍ରମଣର ୬ ମାସ ପରେ ସଲମାନଙ୍କ ପୁସ୍ତକ ଉନ୍ମୋଚିତ

ଲଣ୍ଡନ,୬ା୨: ଭାରତୀୟ ବଂଶୋଭବ ଲେଖକ ସଲମାନ ରୁଶଦୀଙ୍କୁ ନ୍ୟୁୟର୍କରେ ଗତବର୍ଷ ଛୁରାମାଡ଼ ହୋଇଥିଲା। ଏହି ଆକ୍ରମଣରେ ସେ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିତତ୍ଲେ। ଏପରିକି ଗୋଟିଏ ଆଖି ମଧ୍ୟ ହରାଇଥିଲେ। ଏହି ସମୟରେ ସଲମାନ ତାଙ୍କର ନୂତନ ପୁସ୍ତକ ‘ଭିକ୍ଟ୍ରି ସିଟି’ ପ୍ରକାଶ କରିଛନ୍ତି। ଏହି ପୁସ୍ତକଟି ଚତୁର୍ଦ୍ଦଶ ଶତାବ୍ଦୀରୁ ଏକ ‘ମହାକାବ୍ୟ କାହାଣୀ’ ଅଟେ। ଯାହାକି ଜଣେ ମହିଳାଙ୍କ ଉପରେ ଆଧାରିତ। ମହିଳା ଜଣକ ଶାସନ କରିବାକୁ ସମଗ୍ର ବିଶ୍ୱକୁ ଚ୍ୟାଲେଞ୍ଜ କରନ୍ତି।

ପୁସ୍ତକଟିକୁ ଆକ୍ରମଣ ପୂର୍ବରୁ ସଲମାନ ଲେଖିଥିଲେ। ଏହା ସଂସ୍କୃତରେ ଲିଖିତ ଏକ ଐତିହାସିକ ଉପନ୍ୟାସର ଅନୁବାଦ ଅଟେ। ଏହି ବହି ଅନାଥ ଝିଅ ପମ୍ପା କମ୍ପାନାର କାହାଣୀ କହେ।

Share