ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନେ ହେଲେ ଝିଟିକି ଗାଁର ସରଜୁ ୟାଦବ, ଉତ୍ତରା ବାଈ ୟାଦବ, ଜନକରାମ ୟାଦବ, ସୁନୀତା ୟାଦବ, ମନୀଷ ୟାଦବ ଓ ତୁଷାର ୟାଦବ।
ସୂଚନାନୁଯାୟୀ ଶନିବାର ରାତିରେ ଝିଟିକି ଗାଁ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିଲା। ଗାଁ ଲୋକେ ଦେଖି ଭୟଭୀତ ହୋଇ ଘର ତାଟିକବାଟ ବନ୍ଦ କରି ଦେଇଥିଲେ। ସେହି ସମୟରେ ଗାଁର ୨ଜଣ ବ୍ୟକ୍ତି ହୋହଲ୍ଲା କରୁଥିଲେ। ସେମାନଙ୍କ ଉପରକୁ ଆକ୍ରମଣ କରିବା ପାଇଁ ବାଘ ଉଦ୍ୟମ କରିଥିଲା। ହେଲେ ସେହି ବ୍ୟକ୍ତିମାନେ ଘରକୁ ପଶି କବାଟ ବନ୍ଦ କରିଦେଇଥିଲେ। ହୋହଲ୍ଲା ଶବ୍ଦ ଶୁଣି ବାଘ ଇତସ୍ତତଃ ହୋଇ ସରଜୁଙ୍କ ଘରକୁ ପଶି ଯାଇଥିଲା। ବାଘକୁ ଦେଖି ଘରେ ଥିବା ଲୋକେ ଭୟରେ ଚିତ୍କାର କରିଥିଲେ। ଚିତ୍କାର କରିବାରୁ ବାଘ ଭୟଭୀତ ହୋଇ ଲୋକଙ୍କୁ ଆକ୍ରମଣ କରିଥିଲା।

 

Dharitri – Odisha’s No.1 Odia Daily

Share
Tags: tiger terror